ଜାତୀୟ ହ୍ୟାଣ୍ଡବଲ ଚାମ୍ପିୟନଶିପରେ ସ୍ଥାନ ପକ୍କା କଲେ ଧ୍ରୁବ

ନୂଆପଡ଼ା,୨୧ା୪(ମକାରୁ ବେମାଲ): ଉତ୍ତରପ୍ରଦେଶର ଆକବରପୁରଠାରେ ଏପ୍ରିଲ ୨୦ରୁ ୨୪ ପର୍ଯ୍ୟନ୍ତ ଜାତୀୟ ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ ଆୟୋଜିତ ହେଉଛି। ଏଥିସକାଶେ ରାଜ୍ୟର ୧୮ଜଣିଆ ଦଳ ଉତ୍ତରପ୍ରଦେଶ ଯାତ୍ରା କରିଛନ୍ତି। ଏହି ଦଳରେ ନୂଆପଡାର ଧ୍ରୁବ ଗୁପ୍ତା ସ୍ଥାନ ପାଇ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ନୂଆପଡ଼ା ମନ୍ଦିରପଡ଼ାର ଲଲନ ଗୁପ୍ତା ଓ ମମତା ଗୁପ୍ତାଙ୍କ ପୁତ୍ର ଧ୍ରୁବ ତରବୋଡ଼ସ୍ଥିତ ପିଏମ୍‌ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରନ୍ତି। ସୂଚନା […] The post ଜାତୀୟ ହ୍ୟାଣ୍ଡବଲ ଚାମ୍ପିୟନଶିପରେ ସ୍ଥାନ ପକ୍କା କଲେ ଧ୍ରୁବ appeared first on Dharitri Odia News.

ଜାତୀୟ ହ୍ୟାଣ୍ଡବଲ ଚାମ୍ପିୟନଶିପରେ ସ୍ଥାନ ପକ୍କା କଲେ ଧ୍ରୁବ

ନୂଆପଡ଼ା,୨୧ା୪(ମକାରୁ ବେମାଲ): ଉତ୍ତରପ୍ରଦେଶର ଆକବରପୁରଠାରେ ଏପ୍ରିଲ ୨୦ରୁ ୨୪ ପର୍ଯ୍ୟନ୍ତ ଜାତୀୟ ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ ଆୟୋଜିତ ହେଉଛି। ଏଥିସକାଶେ ରାଜ୍ୟର ୧୮ଜଣିଆ ଦଳ ଉତ୍ତରପ୍ରଦେଶ ଯାତ୍ରା କରିଛନ୍ତି। ଏହି ଦଳରେ ନୂଆପଡାର ଧ୍ରୁବ ଗୁପ୍ତା ସ୍ଥାନ ପାଇ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

ନୂଆପଡ଼ା ମନ୍ଦିରପଡ଼ାର ଲଲନ ଗୁପ୍ତା ଓ ମମତା ଗୁପ୍ତାଙ୍କ ପୁତ୍ର ଧ୍ରୁବ ତରବୋଡ଼ସ୍ଥିତ ପିଏମ୍‌ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରନ୍ତି। ସୂଚନା ମୁତାବକ ଏହି ପ୍ରତିଯୋଗିତା ପାଇଁ ଗତ ମାର୍ଚ୍ଚରୁ ପ୍ରଶିକ୍ଷଣ ଶିବିର କରାଯାଇ ୩୦ଜଣଙ୍କୁ ଚୟନ କରାଯାଇଥିଲା।

ଧ୍ରୁବ ନିଜର ଉତ୍କୃୃଷ୍ଟ ଖେଳ ପ୍ରଦର୍ଶନ କରି ଦଳରେ ସ୍ଥାନ ପାଇଥିଲେ। ପରେ ଖେଳାଳିମାନଙ୍କ ପ୍ରଦର୍ଶନକୁ ଆଧାର କରି ୧୮ ଜଣିଆ ରାଜ୍ୟ ଦଳ ଚୟନ କରାଯାଇଥିଲା । ଏଥିରେ ମଧ୍ୟ ଧ୍ରୁବ ନିଜ ସ୍ଥାନ ପକ୍କା କରିଥିଲେ। ତାଙ୍କର ଏହି ସଫଳତା ପାଇଁ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସ, ଜିଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଜିଲା କ୍ରିକେଟ ସଂଘ ସମ୍ପାଦକ ସରୋଜ କୁମାର ସାହୁ, ବିଦ୍ୟାଳୟ ଅଧ୍ୟକ୍ଷ ଡ. ଭି. ରମନା ତାଙ୍କୁ ଶୁଭେଚ୍ଛା ଜଣାଇ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

The post ଜାତୀୟ ହ୍ୟାଣ୍ଡବଲ ଚାମ୍ପିୟନଶିପରେ ସ୍ଥାନ ପକ୍କା କଲେ ଧ୍ରୁବ appeared first on Dharitri Odia News.