ଦେଶର ସବୁଠାରୁ ବଡ଼ ତେଲ କମ୍ପାନି ସହ ଇଏ କ’ଣ ହେଲା...୯୯% କମିଲା ଇଣ୍ଡିଆନ ଅଏଲର ଲାଭ

ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ୍ କର୍ପୋରେସନ (IOC)ର ଲାଭରେ ବଡ଼ ଧରଣର ହ୍ରାସ ଘଟିଛି । ୨୦୨୪ ସେପ୍ଟେମ୍ୱରରେ ଶେଷ ହୋଇଥିବା ଦ୍ୱିତୀୟ ତ୍ରୈମାସରେ କମ୍ପାନି ଲାଭ ହିଁ କରିନି କହିଲେ ଚଳେ । ଗତ ବର୍ଷ ସମାନ ତ୍ରୈମାସରେ କମ୍ପାନିର ଲାଭ ୧୨୯୬୭ କୋଟି ଟଙ୍କା ଥିଲା । ଚଳିତ ଥର ଏହା ୯୯% କମ ହୋଇ କେବଳ ୧୮୦ କୋଟି ଟଙ୍କା ହୋଇଛି । କମ୍ପାନିର ଆୟରେ ମଧ୍ୟ ବାର୍ଷିକ ତୁଳନାରେ ୪ ପ୍ରତିଶତ ହ୍ରାସ ଦେଖାଦେଇଛି । ଏହା ଗତ ବର୍ଷର ୨.୦୨ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୧.୯୫ ଲକ୍ଷ କୋଟି ଟଙ୍କା ହୋଇଛି । ଆଇଓସିର କହିବା ଅନୁସାରେ ମୌସୁମୀରେ ଇନ୍ଧନ ଚାହିଦା କମିବା ଏବଂ ବିଶ୍ୱ ସ୍ତରରେ ଅଶୋଧିତ ତୈଳର ମୂଲ୍ୟରେ ହ୍ରାସ ଯୋଗୁଁ ଲାଭରେ ଏହି ବଡ଼ ହ୍ରାସ ଘଟିଛି ।ଆଣ୍ଡିଆନ ଅଏଲ୍ କର୍ପୋରେସନ (ଆଇଓସି) ଭାରତର ସବୁଠାରୁ ବଡ଼ ତେଲ ଏବଂ ଗ୍ୟାସ କମ୍ପାନି ମଧ୍ୟରୁ ଗୋଟିଏ । ଏହି କମ୍ପାନି ଦେଶରେ ପେଟ୍ରୋଲ୍, ଡିଜେଲ୍, ଏଲପିଜି, ପେଟ୍ରୋକ୍ୟାମିକଲ୍ସ ଏବଂ ଅନ୍ୟ ତୈଳ ଉତ୍ପାଦନର ସବୁଠାରୁ ବଡ଼ ନିର୍ମାତା ଏବଂ ବିତରଣକାରୀ ।ଆଇଓସି ଜୁଲାଇ-ସେପ୍ଟେମ୍ୱର ୨୦୨୪ ତ୍ରୈମାସରେ ୩୭୭୩ କୋଟି ଟଙ୍କାର EBITDA ରେକର୍ଡ କରିଛି । ଅନ୍ୟପଟେ EBITDA ମାର୍ଜିନ ୨.୧୭% ରହିଛି । ଗତ ତ୍ରୈମାସ (ଜୁନ୍) ତୁଳନାରେ କମ୍ପାନିର ଲାଭ ୯୩% କମିଛି । ଅନ୍ୟ ଆୟରେ ମଧ୍ୟରେ ୧୦ ପ୍ରତିଶତ ହ୍ରାସ ଘଟିଛି । କମ୍ପାନିର ଖର୍ଚ୍ଚ ବି ବଢିଛି । ଏହା ଗତ ବର୍ଷ ସମାନ ଅବଧିର ୧.୮୬ ଲକ୍ଷ କୋ

ଦେଶର ସବୁଠାରୁ ବଡ଼ ତେଲ କମ୍ପାନି ସହ ଇଏ କ’ଣ ହେଲା...୯୯% କମିଲା ଇଣ୍ଡିଆନ ଅଏଲର ଲାଭ

ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ୍ କର୍ପୋରେସନ (IOC)ର ଲାଭରେ ବଡ଼ ଧରଣର ହ୍ରାସ ଘଟିଛି । ୨୦୨୪ ସେପ୍ଟେମ୍ୱରରେ ଶେଷ ହୋଇଥିବା ଦ୍ୱିତୀୟ ତ୍ରୈମାସରେ କମ୍ପାନି ଲାଭ ହିଁ କରିନି କହିଲେ ଚଳେ । ଗତ ବର୍ଷ ସମାନ ତ୍ରୈମାସରେ କମ୍ପାନିର ଲାଭ ୧୨୯୬୭ କୋଟି ଟଙ୍କା ଥିଲା । ଚଳିତ ଥର ଏହା ୯୯% କମ ହୋଇ କେବଳ ୧୮୦ କୋଟି ଟଙ୍କା ହୋଇଛି । କମ୍ପାନିର ଆୟରେ ମଧ୍ୟ ବାର୍ଷିକ ତୁଳନାରେ ୪ ପ୍ରତିଶତ ହ୍ରାସ ଦେଖାଦେଇଛି । ଏହା ଗତ ବର୍ଷର ୨.୦୨ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୧.୯୫ ଲକ୍ଷ କୋଟି ଟଙ୍କା ହୋଇଛି । ଆଇଓସିର କହିବା ଅନୁସାରେ ମୌସୁମୀରେ ଇନ୍ଧନ ଚାହିଦା କମିବା ଏବଂ ବିଶ୍ୱ ସ୍ତରରେ ଅଶୋଧିତ ତୈଳର ମୂଲ୍ୟରେ ହ୍ରାସ ଯୋଗୁଁ ଲାଭରେ ଏହି ବଡ଼ ହ୍ରାସ ଘଟିଛି ।

ଆଣ୍ଡିଆନ ଅଏଲ୍ କର୍ପୋରେସନ (ଆଇଓସି) ଭାରତର ସବୁଠାରୁ ବଡ଼ ତେଲ ଏବଂ ଗ୍ୟାସ କମ୍ପାନି ମଧ୍ୟରୁ ଗୋଟିଏ । ଏହି କମ୍ପାନି ଦେଶରେ ପେଟ୍ରୋଲ୍, ଡିଜେଲ୍, ଏଲପିଜି, ପେଟ୍ରୋକ୍ୟାମିକଲ୍ସ ଏବଂ ଅନ୍ୟ ତୈଳ ଉତ୍ପାଦନର ସବୁଠାରୁ ବଡ଼ ନିର୍ମାତା ଏବଂ ବିତରଣକାରୀ ।

ଆଇଓସି ଜୁଲାଇ-ସେପ୍ଟେମ୍ୱର ୨୦୨୪ ତ୍ରୈମାସରେ ୩୭୭୩ କୋଟି ଟଙ୍କାର EBITDA ରେକର୍ଡ କରିଛି । ଅନ୍ୟପଟେ EBITDA ମାର୍ଜିନ ୨.୧୭% ରହିଛି । ଗତ ତ୍ରୈମାସ (ଜୁନ୍) ତୁଳନାରେ କମ୍ପାନିର ଲାଭ ୯୩% କମିଛି । ଅନ୍ୟ ଆୟରେ ମଧ୍ୟରେ ୧୦ ପ୍ରତିଶତ ହ୍ରାସ ଘଟିଛି । କମ୍ପାନିର ଖର୍ଚ୍ଚ ବି ବଢିଛି । ଏହା ଗତ ବର୍ଷ ସମାନ ଅବଧିର ୧.୮୬ ଲକ୍ଷ କୋଟି ଟଙ୍କା ତୁଳନାରେ ବଢି ୧.୯୭ ଲକ୍ଷ କୋଟି ଟଙ୍କା ହୋଇଛି ।

ଆଇଓସିର ଗ୍ରସ୍ ରିଫାଇନିଂ ମାର୍ଜିନ (GRM) ଏପ୍ରିଲ-ସେପ୍ଟେମ୍ୱର ୨୦୨୪ରେ ପ୍ରତି ବ୍ୟାରେଲ୍ ୪.୦୮ ଡଲାର ହୋଇଛି । ଗତ ବର୍ଷ ସମାନ ଅବଧିରେ ଏହା ୧୩.୧୨ ଡଲାର ପ୍ରତି ବ୍ୟାରେଲ ରହିଥିଲେ । ଜିଆରଏମ୍ ଅଶୋଧିତ ତୈଳକୁ ପେଟ୍ରୋଲ ଏବଂ ଡିଜେଲ ପରି ଇନ୍ଧନରେ ପରିବର୍ତ୍ତନ ଯୋଗୁଁ ହେଉଥିବା ଲାଭକୁ ମାପିଥାଏ ।