ଖାଇବା ତେଲ ମହଙ୍ଗା
ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହୋଇଛି। ୨୦୨୩ ଜୁଲାଇ ପରେ ପ୍ରଥମ ଥର ପାଇଁ ୨୦୨୪ ମାର୍ଚ୍ଚରେ ବିଶ୍ୱସ୍ତରରେ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଙ୍ଗଠନ(ଏଫ୍ଏଓ) ସୂଚନାନୁସାରେ, ଶସ୍ୟ ମୂଲ୍ୟ ହ୍ରାସ ସତ୍ତ୍ୱେ ଖାଇବାତେଲ ଦର ବୃଦ୍ଧି ଯୋଗୁ ବିଶ୍ୱ ଖାଦ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି ପାଇଛି। ଏଫ୍ଏଓର ଖାଦ୍ୟ ମୂଲ୍ୟ ସୂଚକାଙ୍କ ପୂର୍ବ ମାସ ତୁଳନାରେ ୧.୧ ପ୍ରତିଶତ ବୃଦ୍ଧି ପାଇଛି […] The post ଖାଇବା ତେଲ ମହଙ୍ଗା appeared first on Dharitri Odia News.
ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହୋଇଛି। ୨୦୨୩ ଜୁଲାଇ ପରେ ପ୍ରଥମ ଥର ପାଇଁ ୨୦୨୪ ମାର୍ଚ୍ଚରେ ବିଶ୍ୱସ୍ତରରେ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଙ୍ଗଠନ(ଏଫ୍ଏଓ) ସୂଚନାନୁସାରେ, ଶସ୍ୟ ମୂଲ୍ୟ ହ୍ରାସ ସତ୍ତ୍ୱେ ଖାଇବାତେଲ ଦର ବୃଦ୍ଧି ଯୋଗୁ ବିଶ୍ୱ ଖାଦ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି ପାଇଛି। ଏଫ୍ଏଓର ଖାଦ୍ୟ ମୂଲ୍ୟ ସୂଚକାଙ୍କ ପୂର୍ବ ମାସ ତୁଳନାରେ ୧.୧ ପ୍ରତିଶତ ବୃଦ୍ଧି ପାଇଛି ଏବଂ ମାର୍ଚ୍ଚ ୨୦୨୪ରେ ୧୧୮.୩ ପଏଣ୍ଟରେ ପହଞ୍ଚିଛି। ଖାଇବା ତେଲର ଉପ ସୂଚକାଙ୍କ ପୂର୍ବ ମାସ ତୁଳନାରେ ୮ ପ୍ରତିଶତ ବୃଦ୍ଧି ସହ ୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସୋୟା, ସୂର୍ଯ୍ୟମୁଖୀ ଏବଂ ସୋରିଷ ତେଲର ମୂଲ୍ୟ ବୃଦ୍ଧି ପାଉଥିବା ଏଫ୍ଏଓ ପକ୍ଷରୁ ସୂଚନା ରହିଛି। ଖଜୁରି ଅମଳକାରୀ ଦେଶରେ ଅମଳ ହ୍ରାସ ହେତୁ ଖଜୁରିତେଲ(ପାମ୍ ଅଏଲ)ର ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳୁଛି। ଏଥିସହ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକରେ ଏହାର ଚାହିଦା ମୂଲ୍ୟ ବୃଦ୍ଧିର ଆଉ ଏକ କାରଣ ହୋଇଛି। ଜୈବ ଇନ୍ଧନ କ୍ଷେତ୍ର ଏବଂ ବଢ଼ୁଥିବ ଚାହିଦା ହେତୁ ସୋୟା ତେଲର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚରେ ଦୁଗ୍ଧ ମୂଲ୍ୟ ୨.୯ ପ୍ରତିଶତ ଏବଂ ମାଂସ ମୂଲ୍ୟ ୧.୭ ପ୍ରତିଶତ ବୃଦ୍ଧି ପାଇଛି। ଏହା ପୂର୍ବରୁ ରୁଷିଆର ୟୁକ୍ରେନ୍ ଉପରେ ଆକ୍ରମଣ ପରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା। ମାତ୍ର ପରବର୍ତ୍ତୀ ସମୟରେ ମୂଲ୍ୟ ହ୍ରାସ ପାଇଥିଲା। ଭାରତରେ ମୁଦ୍ରାନୀତି ଘୋଷଣା କରିବାବେଳେ ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି , ଖାଦ୍ୟ ସାମଗ୍ରୀର ମୂଲ୍ୟ ନେଇ ଅନିଶ୍ଚିତତା ଲାଗି ରହିଛି। ଏହି କାରଣରୁ ମୁଦ୍ରାସ୍ଫୀତି ଉପରେ ଚାପ ପଡ଼ିପାରେ। ଡାଲିର ଚାହିଦା ଏବଂ ଯୋଗାଣ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଥିବାବେଳେ କିଛି ପନିପରିବା ମୂଲ୍ୟ ଉପରେ ନଜର ରଖିବା ଜରୁରୀ ବୋଲି ସେ କହିଛନ୍ତି।
The post ଖାଇବା ତେଲ ମହଙ୍ଗା appeared first on Dharitri Odia News.