ଏନଆଇଏ ଟିମ ଉପରେ ଆକ୍ରମଣ, ବିସ୍ଫୋରଣ ମାମଲାର ଯାଞ୍ଚ ପାଇଁ ପହଞ୍ଚିଥିଲେ
କୋଲକାତା,୬।୪: ପୂର୍ବ ମେଦିନୀପୁର ଜିଲାର ଭୁପତିନଗରରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ଅଧିକାରୀଙ୍କୁ ଆକ୍ରମଣ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏନଆଇଏ ଟିମ ଭୁପତିନଗର ବିସ୍ଫୋରଣ ମାମଲାର ଯାଞ୍ଚକରିବାକୁ ଆସିଥିଲେ, ଏହି ସମୟରେ ସେମାନଙ୍କ ଉପରେ ଆsକ୍ରମଣ କରାଯାଇଥିଲା। କାହାକୁ ପଚରାଉଚରା ପାଇଁ ଆଣିଥିବା ବେଳେ ଏହି ଘଟଣାରେ ସେମାନଙ୍କ ଗାଡିର ଝରକା ଭାଙ୍ଗି ସେମାନଙ୍କୁ ଟାର୍ଗେଟ କରାଯାଇଥିଲା। ପୋଲିସ ସୂତ୍ର ଅନୁଯାୟୀ, ପୋଲିସ ସେମାନଙ୍କୁ ସୁରକ୍ଷା ଯୋଗାଇବା ପୂର୍ବରୁ ମଧ୍ୟ ଏନଆଇଏ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯଦି […] The post ଏନଆଇଏ ଟିମ ଉପରେ ଆକ୍ରମଣ, ବିସ୍ଫୋରଣ ମାମଲାର ଯାଞ୍ଚ ପାଇଁ ପହଞ୍ଚିଥିଲେ appeared first on Dharitri Odia News.
କୋଲକାତା,୬।୪: ପୂର୍ବ ମେଦିନୀପୁର ଜିଲାର ଭୁପତିନଗରରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ଅଧିକାରୀଙ୍କୁ ଆକ୍ରମଣ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏନଆଇଏ ଟିମ ଭୁପତିନଗର ବିସ୍ଫୋରଣ ମାମଲାର ଯାଞ୍ଚକରିବାକୁ ଆସିଥିଲେ, ଏହି ସମୟରେ ସେମାନଙ୍କ ଉପରେ ଆsକ୍ରମଣ କରାଯାଇଥିଲା। କାହାକୁ ପଚରାଉଚରା ପାଇଁ ଆଣିଥିବା ବେଳେ ଏହି ଘଟଣାରେ ସେମାନଙ୍କ ଗାଡିର ଝରକା ଭାଙ୍ଗି ସେମାନଙ୍କୁ ଟାର୍ଗେଟ କରାଯାଇଥିଲା।
ପୋଲିସ ସୂତ୍ର ଅନୁଯାୟୀ, ପୋଲିସ ସେମାନଙ୍କୁ ସୁରକ୍ଷା ଯୋଗାଇବା ପୂର୍ବରୁ ମଧ୍ୟ ଏନଆଇଏ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯଦି ଲିଖିତ ଅଭିଯୋଗ ଗ୍ରହଣ କରାଯାଏ ତେବେ ତଦନ୍ତ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଏନଆଇଏ ଟିମ ଶନିବାର ସକାଳେ ସେଠାକୁ ଯାଇଥିଲା ଏତିକି ବେଳେ ସେମାନେ ବିରୋଧର ସମ୍ମୁଖୀନ ହୋଇଥିଲେ ଏବଂ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା।
The post ଏନଆଇଏ ଟିମ ଉପରେ ଆକ୍ରମଣ, ବିସ୍ଫୋରଣ ମାମଲାର ଯାଞ୍ଚ ପାଇଁ ପହଞ୍ଚିଥିଲେ appeared first on Dharitri Odia News.