ବୁଢ଼ୀ ମା’କୁ ଘରେ ତାଲା ଦେଇ ମହାକୁମ୍ଭ ବୁଲିବାକୁ ଚାଲିଗଲେ ପୁଅ-ବୋହୂ, ୩ ଦିନ ପରେ…
ଆସିଲା ଆଉ ଏକ ଚାଞ୍ଚଲ୍ୟ ପୂର୍ଣ୍ଣ ଘଟଣା। ମହାକୁମ୍ଭ ବୁଲିବାକୁ ଏତେ ସୋଉକ ଯେ ବୁଢ଼ୀ ମା’କୁ ଘରେ ତାଲା ଦେଇ ପଳାଇଲେ ପୁଅ ବୋହୂ। ଦିନେ କି ଦୁଇ ଦିନ ନୁହେଁ। ବରଂ ତିନି ଦିନ ପରେ ଯାହା ସାମ୍ନାକୁ ଆସଲା ସମସ୍ତଙ୍କୁ ଚକିତ କରିଦେଲା। ଝାଡଖଣ୍ଡର ରାମଗଡରୁ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି। ଜଣେ ପୁଅ ଏବଂ ବୋହୂ ପ୍ରୟାଗରାଜର ମହାକୁମ୍ଭରେ ବୁଡ଼ ପକାଇବାକୁ ଯାଇଥିଲେ। ହେଲେ ମହାକୁମ୍ଭ ଯିବା ପାଇଁ ସେ […] The post ବୁଢ଼ୀ ମା’କୁ ଘରେ ତାଲା ଦେଇ ମହାକୁମ୍ଭ ବୁଲିବାକୁ ଚାଲିଗଲେ ପୁଅ-ବୋହୂ, ୩ ଦିନ ପରେ… appeared first on Odisha.News.

ଆସିଲା ଆଉ ଏକ ଚାଞ୍ଚଲ୍ୟ ପୂର୍ଣ୍ଣ ଘଟଣା। ମହାକୁମ୍ଭ ବୁଲିବାକୁ ଏତେ ସୋଉକ ଯେ ବୁଢ଼ୀ ମା’କୁ ଘରେ ତାଲା ଦେଇ ପଳାଇଲେ ପୁଅ ବୋହୂ। ଦିନେ କି ଦୁଇ ଦିନ ନୁହେଁ। ବରଂ ତିନି ଦିନ ପରେ ଯାହା ସାମ୍ନାକୁ ଆସଲା ସମସ୍ତଙ୍କୁ ଚକିତ କରିଦେଲା।
ଝାଡଖଣ୍ଡର ରାମଗଡରୁ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି। ଜଣେ ପୁଅ ଏବଂ ବୋହୂ ପ୍ରୟାଗରାଜର ମହାକୁମ୍ଭରେ ବୁଡ଼ ପକାଇବାକୁ ଯାଇଥିଲେ। ହେଲେ ମହାକୁମ୍ଭ ଯିବା ପାଇଁ ସେ ତାଙ୍କର ରୋଗିଣା ବୁଢୀ ମା ଏକ ଘରେ ତାଲା ଦେଇ ଚାଲିଯାଇଥିଲେ।
ଏପଟେ ଘରେ ଭୋକ ଉପାସରେ ବୁଢୀ ମାଟି ପଡି ରହିଥିଲା। ଆଉ ସେପଟେ ପୁଅ ବୋହୂ ମହାକୁମ୍ଭରେ ମଜା ନେଉଥିଲେ। ଯେତେବେଳେ ଭୋକ ଅସହ୍ୟ ହେଲା। ସେତେବେଳକୁ ତିନି ଦିନ ହୋଇଗଲାଣି।
ଭୋକରେ ଆଉଟୁ ପାଉଟୁ ହେଲାଣି ବୁଢୀ ମାଟି। ଆଉ ଯେତେବେଳେ ଭୋକ ସହି ନପାରିଲା। ସେତେବେଳେ ଚିତ୍କାର କରିବାକୁ ଲାଗିଲା। ଆଉ ବୁଢୀ ମାଟିର ଚିତ୍କାର ଶୁଣି ପଡୋଶୀ ଦୌଡି ଆସିଲେ। ଆଉ ମାଟିର ଦୁର୍ଦ୍ଦଶା ଦେଖି କାନ୍ଦି ପକାଇଲେ।
ପରେ ସ୍ଥାନୀୟ ଲୋକ ଏସମ୍ପର୍କରେ ପୋଲିସକୁ ଖବର ଦେଲେ। ଆଉ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ବୁଢୀ ମା’କୁ ଉଦ୍ଧାର କଲେ। ପରେ ଘଟଣା ସମ୍ପର୍କରେ ତାଙ୍କ ଝିଅ ଜାଣିବା ପରେ ସେଠାରେ ପହଞ୍ଚିଥିଲେ।
ପ୍ରଥମେ ଘରୁ ବାହାର କରିବା ପରେ ମା’ଙ୍କୁ କିଛି ଖାଇବାକୁ ଦେଇଥିଲେ। ଆଉ ପରେ ତାଙ୍କୁ ସାଙ୍ଗରେ ନେଇ ଚାଲିଗଲେ।
The post ବୁଢ଼ୀ ମା’କୁ ଘରେ ତାଲା ଦେଇ ମହାକୁମ୍ଭ ବୁଲିବାକୁ ଚାଲିଗଲେ ପୁଅ-ବୋହୂ, ୩ ଦିନ ପରେ… appeared first on Odisha.News.