୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୪ ଜଣଙ୍କ ଆତ୍ମସମର୍ପଣ
ମାଲକାନଗିରି,୯ା୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଜଗଦଲପୁରରେ ୧ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୪ ଜଣ ବୁଧବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଛୋଟା ପାଣ୍ଡୁ କାୱାସୀ, ମାନକୁ ରାମ କଶ୍ୟପ, କରିଆ ପୋୟାମ ଏବଂ ଫୁଲମତି ଗୀର୍ଜା। ବସ୍ତର ପୋଲିସ ଅଧୀକ୍ଷକ ଶଲଭ କୁମାର ସିହ୍ନା, ସିଆରପିଏଫ କମାଣ୍ଡାଣ୍ଟ ଜିତେନ୍ଦ୍ର କୁମାରଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ମାଓବାଦୀ ଛୋଟା ପାଣ୍ଡୁ କାୱାସୀ ୨୦୧୪ରେ ସଂଗଠନରେ ଯୋଗଦେଇ […] The post ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୪ ଜଣଙ୍କ ଆତ୍ମସମର୍ପଣ appeared first on Dharitri Odia News.
ମାଲକାନଗିରି,୯ା୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଜଗଦଲପୁରରେ ୧ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୪ ଜଣ ବୁଧବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଛୋଟା ପାଣ୍ଡୁ କାୱାସୀ, ମାନକୁ ରାମ କଶ୍ୟପ, କରିଆ ପୋୟାମ ଏବଂ ଫୁଲମତି ଗୀର୍ଜା। ବସ୍ତର ପୋଲିସ ଅଧୀକ୍ଷକ ଶଲଭ କୁମାର ସିହ୍ନା, ସିଆରପିଏଫ କମାଣ୍ଡାଣ୍ଟ ଜିତେନ୍ଦ୍ର କୁମାରଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ମାଓବାଦୀ ଛୋଟା ପାଣ୍ଡୁ କାୱାସୀ ୨୦୧୪ରେ ସଂଗଠନରେ ଯୋଗଦେଇ ଥିବାବେଳେ ବର୍ତ୍ତମାନ କାଙ୍ଗେରଭେଲି କ୍ଷେତ୍ର କମିଟି ଅଧୀନରେ ଏଲଓଏସ୍ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ୧ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ସଙ୍ଗଠନ ଭୁଶୁଡିବାରେ ଲାଗିଥିବା ବେଳେ ନିଜର ନୀତି ଆଦର୍ଶରୁ ଓହରି ଯାଇଥିବାରୁ ଏମାନେ ମାଓବାଦୀ ସଙ୍ଗଠନ ଛାଡି ଆତ୍ମସମର୍ପଣ କରି ସାଧାରଣ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ସରକାରୀ ନୀତି ନିୟମ ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
The post ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୪ ଜଣଙ୍କ ଆତ୍ମସମର୍ପଣ appeared first on Dharitri Odia News.