ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ
ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ, କାମଧନ୍ଦା ନ ପାଇ ପଦ୍ମାବତୀଙ୍କ ପୁଅ ମୈତ୍ର ସେଠ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ। ହେଲେ ସେ କିଛି ଦିନ ହେଲା ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକେ ଖବର ପାଇଥିଲେ। ପୁଅ ନିଖୋଜ ଥିବା ନେଇ ମା’ ପଦ୍ମାବତୀ ମୁରିବାହାଲ […] The post ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ appeared first on Dharitri Odia News.
ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, କାମଧନ୍ଦା ନ ପାଇ ପଦ୍ମାବତୀଙ୍କ ପୁଅ ମୈତ୍ର ସେଠ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ। ହେଲେ ସେ କିଛି ଦିନ ହେଲା ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକେ ଖବର ପାଇଥିଲେ। ପୁଅ ନିଖୋଜ ଥିବା ନେଇ ମା’ ପଦ୍ମାବତୀ ମୁରିବାହାଲ ଥାନାରେ ଅଭିଯୋଗ କରିିଛନ୍ତି।
ଏପରିକି ପୁଅଙ୍କୁ ଖୋଜି ଆଣିବାକୁ ଜିଲା ପ୍ରଶାସନ ନିକଟରେ ନିବେଦନ କରିବା ସହ ନ୍ୟାୟ ଦାବି କରି ପଦ୍ମାବଦୀ ଗାଁରୁ ବଲାଙ୍ଗୀର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ପୁଅ ମୈତ୍ରଙ୍କ କୌଣସି ପତ୍ତା ମିଳିପାରି ନାହିଁ। ପୁଅ କଥା ଭାବି ପଦ୍ମାବତୀ ଅସୁସ୍ଥ ହୋଇ ପଡିଥିଲେ। ଏନେଇ ବଡ଼ ପୁଅ ପଦ୍ମାବତୀଙ୍କୁ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ହସ୍ପିଟାଲକୁ ଆଣିଥିଲେ।
ହେଲେ ହସ୍ପିଟାଲରେ ପଦ୍ମାବତୀ ପୁଅଙ୍କ କଥା ଭାବି ମେଡ଼ିଶିନ ବିଭାଗ ଛାତ ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେତିକିବେଳେ ମହିଳା ଜଣକ ପଦ୍ମାବତୀଙ୍କୁ ଦେଖି ଛାତ ଉପରକୁ ଯାଇ ସୁରକ୍ଷିତ ଭବେ ଉଦ୍ଧାର କରିଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
The post ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ appeared first on Dharitri Odia News.