ମଣ୍ଡିକୁ ନେବା ପୂର୍ବରୁ ଚୋରି ହୋଇଗଲା ମିନିଟ୍ରକ ସହ ୧୨୦ ପ୍ୟାକେଟ୍‌ ଧାନ

ପଡିଆବାହାଲ,୫ା୧୨(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ବାହାମ ପଞ୍ଚାୟତ ୫୩ ନମ୍ବର ଜାତୀୟ ରାଜପଥ ପଡିଆବାହାଲର ଏକ ପେଟ୍ରୋଲ ପମ୍ପ ନିକଟରେ ମଣ୍ଡିକୁ ନେବାପାଇଁ ରଖାଯାଇଥିବା ଧାନ ବୋଝେଇ ମିନିଟ୍ରକ ଚୋରି ହୋଇଯାଇଛି। ମିନିଟ୍ରକ(ନଂ.ଓଆର-୧୫ସି ୯୬୨୪)ରେ ମହୁଲମୁଣ୍ଡାର ଚାଷୀ ମନୋଜ ମେହେରଙ୍କର ୧୨୦ପ୍ୟାକେଟ ଧାନ ଥିଲା। ହେଲେ ସକାଳେ ଉକ୍ତ ସ୍ଥାନରେ ଗାଡି ନ ଥିଲା। ଧାନ ସହ ଗାଡି ଚୋରି ହୋଇଥିବା ନେଇ ଚାଷୀଙ୍କ ବାପା ତଥା ମିନିଟ୍ରକ ମାଲିକ ପ୍ରଦୀପ କୁମାର ମେହେର ଏ ନେଇ […] The post ମଣ୍ଡିକୁ ନେବା ପୂର୍ବରୁ ଚୋରି ହୋଇଗଲା ମିନିଟ୍ରକ ସହ ୧୨୦ ପ୍ୟାକେଟ୍‌ ଧାନ appeared first on Dharitri Odia News.

ମଣ୍ଡିକୁ ନେବା ପୂର୍ବରୁ ଚୋରି ହୋଇଗଲା ମିନିଟ୍ରକ ସହ ୧୨୦ ପ୍ୟାକେଟ୍‌ ଧାନ

ପଡିଆବାହାଲ,୫ା୧୨(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ବାହାମ ପଞ୍ଚାୟତ ୫୩ ନମ୍ବର ଜାତୀୟ ରାଜପଥ ପଡିଆବାହାଲର ଏକ ପେଟ୍ରୋଲ ପମ୍ପ ନିକଟରେ ମଣ୍ଡିକୁ ନେବାପାଇଁ ରଖାଯାଇଥିବା ଧାନ ବୋଝେଇ ମିନିଟ୍ରକ ଚୋରି ହୋଇଯାଇଛି।

ମିନିଟ୍ରକ(ନଂ.ଓଆର-୧୫ସି ୯୬୨୪)ରେ ମହୁଲମୁଣ୍ଡାର ଚାଷୀ ମନୋଜ ମେହେରଙ୍କର ୧୨୦ପ୍ୟାକେଟ ଧାନ ଥିଲା। ହେଲେ ସକାଳେ ଉକ୍ତ ସ୍ଥାନରେ ଗାଡି ନ ଥିଲା। ଧାନ ସହ ଗାଡି ଚୋରି ହୋଇଥିବା ନେଇ ଚାଷୀଙ୍କ ବାପା ତଥା ମିନିଟ୍ରକ ମାଲିକ ପ୍ରଦୀପ କୁମାର ମେହେର ଏ ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି l

ଟ୍ରକକୁ ଠାବ କରିବା ପାଇଁ ସିସି ଟିଭି ଫୁଟେଜ ଓ ଅନ୍ୟାନ୍ୟ ସୂତ୍ର ଆଧାରରେ ପୋଲିସ ତନାଘନା ଚଳାଇଛି। କିଛିଦିନ ପୂର୍ବରୁ ଏହି ଅଞ୍ଚଳରୁ ଏକ ଟ୍ରାକ୍ଟର ବୋଝେଇ ଧାନ ଚୋରି ହୋଇଯାଇଥିଲା l ଜିପିଏସ୍‌ ସିଷ୍ଟମ ଥିବାରୁ ଗାଡିଟି ମିଳିଥିଲେ ସୁଦ୍ଧା ଧାନ ସବୁ ପାର ହୋଇ ଯାଇଥିଲା। ଅନୁରୂପଭାବେ ପଇଦାମାଲ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ସାମନାରୁ ଏକ ବୋଲେରୋ ଚୋରି ହୋଇଥିବା ଅଭିଯୋଗ ହୋଇଛି।

The post ମଣ୍ଡିକୁ ନେବା ପୂର୍ବରୁ ଚୋରି ହୋଇଗଲା ମିନିଟ୍ରକ ସହ ୧୨୦ ପ୍ୟାକେଟ୍‌ ଧାନ appeared first on Dharitri Odia News.