ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାରିପଦା,୧୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବଡସାହି ଥାନା ଅଧିନ ବଡସାହି-ମାଣତ୍ରୀ ରାସ୍ତାର ଅଙ୍ଗାରୀ ଛକରେ ଜନୈକା ଯୁବତୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକର ପରିଚୟ ମିଳିପାରି ନ ଥିବାବେଳେ ହତ୍ୟା ହୋଇଥିବା ନେଇ ପାରିପାର୍ଶ୍ୱିକ ସ୍ଥିତିରୁ ପୋଲିସ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ, ଅଙ୍ଗାରୀ ଛକରେ ଥିବା ଏକ ଚାଳିରେ ଯୁବତୀର ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଯୁବତୀର ମୁହଁ ତଳକୁ ହୋଇଥିବା ବେଳେ ଅନ୍ୟ ଏକ ଡ୍ରେସରେ ମୁହଁ ଘୋଡାଇ ନିଆଁ ଲଗାଯାଇଛି […] The post ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ appeared first on Dharitri Odia News.

ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାରିପଦା,୧୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବଡସାହି ଥାନା ଅଧିନ ବଡସାହି-ମାଣତ୍ରୀ ରାସ୍ତାର ଅଙ୍ଗାରୀ ଛକରେ ଜନୈକା ଯୁବତୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକର ପରିଚୟ ମିଳିପାରି ନ ଥିବାବେଳେ ହତ୍ୟା ହୋଇଥିବା ନେଇ ପାରିପାର୍ଶ୍ୱିକ ସ୍ଥିତିରୁ ପୋଲିସ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଅଙ୍ଗାରୀ ଛକରେ ଥିବା ଏକ ଚାଳିରେ ଯୁବତୀର ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଯୁବତୀର ମୁହଁ ତଳକୁ ହୋଇଥିବା ବେଳେ ଅନ୍ୟ ଏକ ଡ୍ରେସରେ ମୁହଁ ଘୋଡାଇ ନିଆଁ ଲଗାଯାଇଛି । ମାତ୍ର ନିଆଁ ଲିଭିଯାଇଥିବା ଜଣାପଡିଛି । କେହି ଯୁବତୀକୁ ଯୋଜନା ପୂର୍ବକ ହତ୍ୟା କରି ଫିଙ୍ଗି ଦେଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରଛି। ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ସାଇଣ୍ଟିଫିକ ଟିମ୍‌କୁ ଖବର ଦିଆଯାଇଛି।

The post ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ appeared first on Dharitri Odia News.