ଚାଲିଥିଲା ଆଫଗାନିସ୍ତାନ- ଶ୍ରୀଲଙ୍କା ମ୍ୟାଚ, ହଠାତ୍‌ ଭୟରେ ଥରିଲେ କ୍ରିକେଟର୍‌

କ୍ରିକେଟ୍‌  ମ୍ୟାଚ୍‌ ବେଳେ ଘଟିଲା ଅଭାବନୀୟ ଘଟଣା । ମଇଦାନ ଭିତରକୁ ପଶି ଆସିଲା ଗୋଧୀ। ଭୟରେ ଥରିଲେ କ୍ରିକେଟର।  ଏଭଳି ଘଟଣା ଘଟିଛି କଲମ୍ବୋରେ। କଲମ୍ବୋରେ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌  ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା।  ଏ ନେଇ  ମ୍ୟାଚକୁ କିଛି ସମୟ  ବନ୍ଦ କରାଯାଇଥିଲା।  ତେବେ ଏହାର ଏକ ଭିଡିଓ  କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ବିଷଧର ଗୋଧୀଟି  ମଇଦାନ୍‌ ଭିତରକୁ  ପ୍ରବେଶ […] The post ଚାଲିଥିଲା ଆଫଗାନିସ୍ତାନ- ଶ୍ରୀଲଙ୍କା ମ୍ୟାଚ, ହଠାତ୍‌ ଭୟରେ ଥରିଲେ କ୍ରିକେଟର୍‌ appeared first on Dharitri Odia News.

ଚାଲିଥିଲା ଆଫଗାନିସ୍ତାନ- ଶ୍ରୀଲଙ୍କା ମ୍ୟାଚ, ହଠାତ୍‌ ଭୟରେ ଥରିଲେ କ୍ରିକେଟର୍‌
କ୍ରିକେଟ୍‌  ମ୍ୟାଚ୍‌ ବେଳେ ଘଟିଲା ଅଭାବନୀୟ ଘଟଣା । ମଇଦାନ ଭିତରକୁ ପଶି ଆସିଲା ଗୋଧୀ। ଭୟରେ ଥରିଲେ କ୍ରିକେଟର।  ଏଭଳି ଘଟଣା ଘଟିଛି କଲମ୍ବୋରେ। କଲମ୍ବୋରେ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌  ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା।  ଏ ନେଇ  ମ୍ୟାଚକୁ କିଛି ସମୟ  ବନ୍ଦ କରାଯାଇଥିଲା।
 ତେବେ ଏହାର ଏକ ଭିଡିଓ  କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ ବିଷଧର ଗୋଧୀଟି  ମଇଦାନ୍‌ ଭିତରକୁ  ପ୍ରବେଶ କରୁଛି। ଏହାକୁ ଦେଖିବା ପରେ  ବଡ଼ବଡ଼ ଖେଳାଳିମାନେ ମଧ୍ୟ ଭୟଭୀତ  ହୋଇ ଥରିବାକୁ ଲାଗିଥିଲେ। କିଛି ସମୟ ମ୍ୟାଚ୍‌ ବନ୍ଦପରେ ପୁଣି ମ୍ୟାଚ ଆରମ୍ଭ ହୋଇଥିଲା।
ସୋସିଆଲ ମିଡିଆରେ ଏହି ଭାଇରାଲ କ୍ଲିପକୁ ବହୁତ ଲାଇକ୍‌ ମିଳିଛି। ୟୁଜର୍ସ  ଏହା ଉପରେ ବହୁତ କମେଣ୍ଟ ଦେଉଛନ୍ତି।  ଏହି ଭିଡିଓ ଶ୍ରୀଲଙ୍କା କ୍ରିକେଟର ୟୁଟ୍ୟୁବ ଚ୍ୟାନେଲରେ ଶେୟାର କରାଯାଇଛି। ଦୁଇ ଦିନ ପୂର୍ବରୁ ଶେୟାର ହୋଇଥିବା ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

The post ଚାଲିଥିଲା ଆଫଗାନିସ୍ତାନ- ଶ୍ରୀଲଙ୍କା ମ୍ୟାଚ, ହଠାତ୍‌ ଭୟରେ ଥରିଲେ କ୍ରିକେଟର୍‌ appeared first on Dharitri Odia News.