ପିଡିଏସ୍ ସାମଗ୍ରୀ ପାଇଁ ହିତାଧିକାରୀ ହନ୍ତସନ୍ତ:ଟଙ୍କିକିଆ ଚାଉଳ ପାଇଁ ଖର୍ଚ୍ଚାନ୍ତ
ଭବାନୀପାଟଣା,୨୬।୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ଏନଏସିରେ ପିଡିଏସ୍ ସାମଗ୍ରୀ ପାଇଁ ହିତାଧିକାରୀମାନେ ଏବେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଯାହାକୁନେଇ ସେମାନଙ୍କ ମଧ୍ୟରେ ତୀବ୍ର ଉଦବେଗ୍ ପ୍ରକାଶ ପାଇଛି। ଜୁନାଗଡ ଏନଏସିରେ ୧୨ଟି ୱାର୍ଡ ଥିବାବେଳେ ଏଥିରେ ୪୦୬୭ ଜଣ ରାଶନ କାର୍ଡ ହିତାଧିକାରୀ ଅଛନ୍ତି। ପୂର୍ବରୁ ଏନଏସିର ୩ଟି ସ୍ଥାନରେ ପିଡିଏସ୍ ବଣ୍ଟନ କରାଯାଉଥିଲା। ହେଲେ ଗତ ଅକ୍ଟୋବର ମାସଠାରୁ ଜୁନାଗଡ ଆରଏମସି ବଜାର ନିକଟରେ ଗୋଟିଏ ସ୍ଥାନରେ ୧୨ଟି ୱାର୍ଡବାସୀଙ୍କ ପାଇଁ ପିଡିଏସ୍ […] The post ପିଡିଏସ୍ ସାମଗ୍ରୀ ପାଇଁ ହିତାଧିକାରୀ ହନ୍ତସନ୍ତ:ଟଙ୍କିକିଆ ଚାଉଳ ପାଇଁ ଖର୍ଚ୍ଚାନ୍ତ appeared first on Dharitri Odia News.
ଭବାନୀପାଟଣା,୨୬।୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ଏନଏସିରେ ପିଡିଏସ୍ ସାମଗ୍ରୀ ପାଇଁ ହିତାଧିକାରୀମାନେ ଏବେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଯାହାକୁନେଇ ସେମାନଙ୍କ ମଧ୍ୟରେ ତୀବ୍ର ଉଦବେଗ୍ ପ୍ରକାଶ ପାଇଛି। ଜୁନାଗଡ ଏନଏସିରେ ୧୨ଟି ୱାର୍ଡ ଥିବାବେଳେ ଏଥିରେ ୪୦୬୭ ଜଣ ରାଶନ କାର୍ଡ ହିତାଧିକାରୀ ଅଛନ୍ତି। ପୂର୍ବରୁ ଏନଏସିର ୩ଟି ସ୍ଥାନରେ ପିଡିଏସ୍ ବଣ୍ଟନ କରାଯାଉଥିଲା। ହେଲେ ଗତ ଅକ୍ଟୋବର ମାସଠାରୁ ଜୁନାଗଡ ଆରଏମସି ବଜାର ନିକଟରେ ଗୋଟିଏ ସ୍ଥାନରେ ୧୨ଟି ୱାର୍ଡବାସୀଙ୍କ ପାଇଁ ପିଡିଏସ୍ ବଣ୍ଟନ କରାଯାଉଛି। ଯହାଦ୍ୱାରା ଏନ୍ଏସିର ୧୨ଟି ୱାର୍ଡର ହିତାଧିକାରୀ ଏହି ସ୍ଥାନକୁ ପିଡିଏସ୍ ଆଣିବାକୁ ଆସି ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଖର୍ଚ୍ଚାନ୍ତ ହେଉଛନ୍ତି। ବିଶେଷକରି ଶ୍ରମିକ ଶ୍ରେଣୀର ଲୋକେ କାମ ବନ୍ଦ କରି ଚାଉଳ ନେବା ପାଇଁ ଆସୁଥିବାବେଳେ କାର୍ଡ ସଂଖ୍ୟା ଅଧିକ ରହିଥିବାରୁ ଠିକ୍ ସମୟରେ ଚାଉଳ ନ ପାଇ ସେମାନେ ଫେରିଯାଉଥିବା ଦେଖିବାକୁ ମିଳିଛି। ସେହିପରି ସହରର ୩କି.ମି.ଦୂରରେ ଥିବା ପଲସାପଡା, ହଣ୍ଡାଖାଲପଡାବାସୀ ଓଟୋରିକ୍ସାରେ ଟଙ୍କିକିଆ ଚାଉଳ ନେବା ପାଇଁ ଖର୍ଚ୍ଚାନ୍ତ ହୋଇଥାନ୍ତି। ପ୍ରକାଶ ଯେ,ଜୁନାଗଡ ଏନଏସିରେ ରାଶନ କାର୍ଡ ହିତାଧିକାରୀଙ୍କ ସଂଖ୍ୟା ଅଧିକ ଥିବା ଓ ପିଡିଏସ୍ ବଣ୍ଟନ କେନ୍ଦ୍ର ଦୂରତା ଥିବାରୁ ଲୋକଙ୍କ ସୁବିଧା ପାଇଁ ଗତ ୨୦୨୩ ମସିହା ଆରମ୍ଭରେ ତକତ୍ାଳୀନ ଜୁନାଗଡ ନଗରପାଳ ମୁକେଶ ଅଗ୍ରୱାଲଙ୍କ ସମୟରେ ଜୁନାଗଡର ଆଉ କିଛି ସ୍ଥାନରେ ପିଡିଏସ୍ ସାମଗ୍ରୀ ବଣ୍ଟନ କରିବା ନେଇ ରେଜୁଲେସନ ମାଧ୍ୟମରେ ଧର୍ମଗଡ ଉପଜିଲାପାଳଙ୍କୁ ଜଣାଯାଇଥିଲା। ଯାହାଫଳରେ ଉକ୍ତ ବର୍ଷ ମଧ୍ୟ ଭାଗରେ ଜୁନାଗଡର ୩ଟି ସ୍ଥାନରେ ପିଡିଏସ୍ ବଣ୍ଟନ କେନ୍ଦ୍ର କରାଯାଇଥିଲା। ଏହାଯୋଗୁ ସ୍ଥାନୀୟ ହିତାଧିକାରୀମାନେ ଠିକ୍ ସମୟରେ ଓ ସୁବିଧାରେ ପିଡିଏସ୍ ସାମଗ୍ରୀ ପାଇଁ ଖୁସି ଅନୁଭବ କରୁଥିଲେ। ହେଲେ ପରବର୍ତ୍ତୀ ସମୟରେ ପୂର୍ବତନ ଅଧ୍ୟକ୍ଷ ଅଗ୍ରୱାଲଙ୍କ ଅନାସ୍ଥା ପ୍ରସ୍ତାବ ପରେ ଜୁନାଗଡ ଏନଏସି ଉପାଧ୍ୟକ୍ଷା ହିମାଦ୍ରୀ ନାଏକ ଭାରପ୍ରାପ୍ତ ଏନଏସି ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଥିଲେ। ଗତ ଅକ୍ଟୋବରଠାରୁ ଏନଏସିର ୩ଟି ସ୍ଥାନରେ ପିଡିଏସ୍ ସାମଗ୍ରୀ ବଣ୍ଟନ କେନ୍ଦ୍ରକୁ ବନ୍ଦ କରାଯାଇ ଏବେ ଗୋଟିଏ ସ୍ଥାନରେ ଆରଏମସି ବଜାର ଭିତରେ ପିଡିଏସ୍ ସାମଗ୍ରୀ ଦିଆଯାଉଛି। ଏନେଇ ପିଡିଏସ୍ ସାମଗ୍ରୀ ବଣ୍ଟନ କରୁଥିବା ରିଟେଲର ବ୍ରଜେନ୍ଦ୍ର ମେହେରଙ୍କୁ ପଚାରିବାରୁ, ରେନୁଆଲ କରି ନ ପାରିବାରୁ ଏପରି ଅସୁବିଧା ହେଛି। ଏହାସହ ଗୋଟିଏ ସ୍ଥାନରେ ଚାଉଳ ବଣ୍ଟନ ଯୋଗୁ ଲୋକମାନେ ମଧ୍ୟ ହଇରାଣ ହେଉଥିବା କଥାକୁ ସ୍ବିକାର କରିଥିଲେ। ଜୁନାଗଡ ବ୍ଲକ ଯୋଗାଣ ନିରୀକ୍ଷକ ଅଲେଖ ମହିମା ଭୋଇଙ୍କୁ ପଚାରିବାରୁ, କ’ଣ ହେଉଛି ବୁଝିକି କହିବି ବୋଲି ସଫେଇ ଦେଇଥିଲେ। ଅନ୍ୟପକ୍ଷରେ,ଜୁନାଗଡ ଭାରପ୍ରାପ୍ତ ଏନଏସି ଅଧ୍ୟକ୍ଷା ହିମାଦ୍ରୀ ନାଏକଙ୍କୁ ପଚାରିବାରୁ , ୩ଟି ସ୍ଥାନରେ ବନ୍ଦ ହୋଇଥିବା କଥା ମୁଁ ଜାଣି ନାହଁି। ରିଟେଲର ସହ କଥା ହୋଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। କଳାହାଣ୍ଡି ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
The post ପିଡିଏସ୍ ସାମଗ୍ରୀ ପାଇଁ ହିତାଧିକାରୀ ହନ୍ତସନ୍ତ:ଟଙ୍କିକିଆ ଚାଉଳ ପାଇଁ ଖର୍ଚ୍ଚାନ୍ତ appeared first on Dharitri Odia News.