ମନ୍ଦିର ଯାଇଥିବାବେଳେ ମହିଳାଙ୍କୁ ହତ୍ୟା ଧମକ, ଅଭିଯୁକ୍ତଙ୍କ ନାଁରେ ମାମଲା

ଦିଗପହଣ୍ଡି,୫ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ଗ୍ରାମର ପିଣ୍ଟୁ ପ୍ରଧାନ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ କେସ୍‌ ନଂ ନଂ.୫୪/୨୫ଅନୁଯାୟୀ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛନ୍ତି। ମଙ୍ଗଳବାର ସକାଳେ ମହିଳା ଜଣକ ଗ୍ରାମରେ ଲକ୍ଷ୍ମୀ ବରାହ ନୃସିଂହ ଯାତ୍ରାକୁ ଦର୍ଶନ ପାଇଁ ଯାଇଥିବା ଅଭିଯୁକ୍ତ ଜଣକ ତାଙ୍କୁ […] The post ମନ୍ଦିର ଯାଇଥିବାବେଳେ ମହିଳାଙ୍କୁ ହତ୍ୟା ଧମକ, ଅଭିଯୁକ୍ତଙ୍କ ନାଁରେ ମାମଲା appeared first on Dharitri Odia News.

ମନ୍ଦିର ଯାଇଥିବାବେଳେ ମହିଳାଙ୍କୁ ହତ୍ୟା ଧମକ, ଅଭିଯୁକ୍ତଙ୍କ ନାଁରେ ମାମଲା

ଦିଗପହଣ୍ଡି,୫ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ଗ୍ରାମର ପିଣ୍ଟୁ ପ୍ରଧାନ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ କେସ୍‌ ନଂ ନଂ.୫୪/୨୫ଅନୁଯାୟୀ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛନ୍ତି। ମଙ୍ଗଳବାର ସକାଳେ ମହିଳା ଜଣକ ଗ୍ରାମରେ ଲକ୍ଷ୍ମୀ ବରାହ ନୃସିଂହ ଯାତ୍ରାକୁ ଦର୍ଶନ ପାଇଁ ଯାଇଥିବା ଅଭିଯୁକ୍ତ ଜଣକ ତାଙ୍କୁ ଅଟକାଇ ଆପତ୍ତିଜନକ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଥାନା ଏସ୍‌.ଆଇ ଦୁଷ୍ମନ୍ତ କୁମାର ପ୍ରଧାନ ଘଟଣାର ତଦନ୍ତ ଚଳାଇଛନ୍ତି।

The post ମନ୍ଦିର ଯାଇଥିବାବେଳେ ମହିଳାଙ୍କୁ ହତ୍ୟା ଧମକ, ଅଭିଯୁକ୍ତଙ୍କ ନାଁରେ ମାମଲା appeared first on Dharitri Odia News.