ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ବାପା

ବାରଙ୍ଗ,୩୦।୧୧: ପାରିବାରିକ କଳହର କରୁଣ ପରିଣତି। ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ବାପା ନିଆଁ ଲଗାଇ ପୋଡ଼ି ମାରି ଦେବାକୁ ଚେଷ୍ଟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁତର ଅବସ୍ଥାରେ ପୁଅବୋହୂଙ୍କୁ ଉଦ୍ଧାର କରାଯାଇ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ତେବେ କଟକ ଜିଲା ବାରଙ୍ଗ ଥାନା ଗୋଡିସାହି ବାରସିଂଗା ଗ୍ରାମରେ ଶନିବାର ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୂଚନାନୁଯାୟୀ, କୌଣସି କାରଣକୁ ନେଇ ଗ୍ରାମର ଦୀନବନ୍ଧୁ ରାଉତଙ୍କ ବାପା ଗୋବର୍ଦ୍ଧନ ରାଉତଙ୍କ ସହ ପାରିବାରିକ […] The post ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ବାପା appeared first on Dharitri Odia News.

ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ବାପା

ବାରଙ୍ଗ,୩୦।୧୧: ପାରିବାରିକ କଳହର କରୁଣ ପରିଣତି। ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ବାପା ନିଆଁ ଲଗାଇ ପୋଡ଼ି ମାରି ଦେବାକୁ ଚେଷ୍ଟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁତର ଅବସ୍ଥାରେ ପୁଅବୋହୂଙ୍କୁ ଉଦ୍ଧାର କରାଯାଇ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ତେବେ କଟକ ଜିଲା ବାରଙ୍ଗ ଥାନା ଗୋଡିସାହି ବାରସିଂଗା ଗ୍ରାମରେ ଶନିବାର ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ସୂଚନାନୁଯାୟୀ, କୌଣସି କାରଣକୁ ନେଇ ଗ୍ରାମର ଦୀନବନ୍ଧୁ ରାଉତଙ୍କ ବାପା ଗୋବର୍ଦ୍ଧନ ରାଉତଙ୍କ ସହ ପାରିବାରିକ କଳହ ଲାଗି ରହିଥିଲା। ହେଲେ ଗୋବର୍ଦ୍ଧନ ପୁଅବୋହୂ ଘରେ ଖାଉଥିବା ବେଳେ ସୁଚିନ୍ତିତ ଯୋଜନା କରି ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିଲେ। ନିଆଁ ଜଳୁଥିବା ବେଳେ ସେ ପଲିଥିନରେ ରଖିଥିବା ଅଧିକ ପେଟ୍ରୋଲ ପକାଇ ଦେଇଥିଲେ। କେବଳ ସେତିକି ନୁହେଁ ସେ କବାଟ ବନ୍ଦ କରି କେଉଁଆଡେ ଚାଲିଯାଇଥିଲେ। ପରେ ଗାଁ ଲୋକେ ଏବଂ ପଡୋଶୀ ଚିତ୍କାର ଶୁଣି କବାଟ ଭାଙ୍ଗି ଦୁଇଜଣ ହୁତୁହୁତୁ ହୋଇ ଜଳୁଥିବା ଦେଖିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଏହି ସମୟରେ ଜଣେ ଆହତ ହୋଇଛନ୍ତି। ଘଟଣା ନେଇ ପୋଲିସକୁ ଖବର ଦିଆଯିବା ପରେ ଅଭିଯୁକ୍ତ ବାପାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କେଉଁ କାରଣରୁ ନିଜ ଜନ୍ମକଲା ବାପା ଏଭଳି କାଣ୍ଡ ଭିଆଇଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post ପୁଅବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ବାପା appeared first on Dharitri Odia News.