ହିମାଚଳରେ ଭୂସ୍ଖଳନ, ବନ୍ୟା: ୨୧୩ ରାସ୍ତା ବନ୍ଦ
ଶିମଲା, ୧୪।୮: ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ହୋଇଥିବା ଭୂସ୍ଖଳନ ଏବଂ ହଠାତ୍ ଆସିଥିବା ବନ୍ୟା କାରଣରୁ ୨୧୩ଟି ସଡ଼କ ବନ୍ଦ ହୋଇପଡ଼ିଥିବା ନେଇ ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଶିମଲା ଜିଲାର ୮୯, ସିରମୌରର ୪୨, ମଣ୍ଡିର ୩୭, କୁଲ୍ଲୁର ୨୬, କାଙ୍ଗଡ଼ାର ୬ ସଡ଼କ ବନ୍ଦ ରହିଛି। ସେହିପରି ରାଜ୍ୟର ୨୧୮ଟି ବିଦ୍ୟୁତ ଓ ୧୩୧ଟି ଜଳ ଯୋଗାଣ ଯୋଜନା ପ୍ରଭାବିତ ହୋଇଛି। ସୋମବାର ନିଗୁଲସାରୀରେ […] The post ହିମାଚଳରେ ଭୂସ୍ଖଳନ, ବନ୍ୟା: ୨୧୩ ରାସ୍ତା ବନ୍ଦ appeared first on Dharitri Odia News.
ଶିମଲା, ୧୪।୮: ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ହୋଇଥିବା ଭୂସ୍ଖଳନ ଏବଂ ହଠାତ୍ ଆସିଥିବା ବନ୍ୟା କାରଣରୁ ୨୧୩ଟି ସଡ଼କ ବନ୍ଦ ହୋଇପଡ଼ିଥିବା ନେଇ ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଶିମଲା ଜିଲାର ୮୯, ସିରମୌରର ୪୨, ମଣ୍ଡିର ୩୭, କୁଲ୍ଲୁର ୨୬, କାଙ୍ଗଡ଼ାର ୬ ସଡ଼କ ବନ୍ଦ ରହିଛି। ସେହିପରି ରାଜ୍ୟର ୨୧୮ଟି ବିଦ୍ୟୁତ ଓ ୧୩୧ଟି ଜଳ ଯୋଗାଣ ଯୋଜନା ପ୍ରଭାବିତ ହୋଇଛି। ସୋମବାର ନିଗୁଲସାରୀରେ ଭୂସ୍ଖଳନ ଘଟିବା ପରେ କିନ୍ନୋର ଜିଲା ଶିମଲା ଜିଲାରୁ ବିଚ୍ଛିନ୍ନ ହୋଇଛି। ଆସନ୍ତା ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି। ଗତ ଜୁନ୍ ୨୭ରୁ ରାଜ୍ୟରେ ଲଗାଣ ବର୍ଷା, ଭୂସ୍ଖଳନ ଓ ବନ୍ୟା ଯୋଗୁ ୧୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧,୦୦୪ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।
The post ହିମାଚଳରେ ଭୂସ୍ଖଳନ, ବନ୍ୟା: ୨୧୩ ରାସ୍ତା ବନ୍ଦ appeared first on Dharitri Odia News.