କେସିଙ୍ଗା ମହାବିଦ୍ୟାଳୟରେ ନୂଆ ପ୍ରକୋଷ୍ଠ ଉଦ୍‌ଘାଟିତ

କେସିଙ୍ଗା,୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟ ପରିସରରେ ଅନେକ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ମହାସମାରୋହରେ ଶୁକ୍ରବାର ଆୟୋଜିତ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗର ଆର୍ଥିକ ଅନୁଦାନରେ ନିର୍ମିତ ବାଳକ ସାଧାରଣ ପ୍ରକୋଷ୍ଠ, ଲୋକ ସଭା ସଦସ୍ୟଙ୍କ ପଶ୍ଚିମ ଓଡିଶା ବିକାଶ ପରିଷଦର ଆର୍ଥିକ ଅନୁଦାନରେ ନିର୍ମିତ ରାତ୍ରି ଜଗୁଆଳି କକ୍ଷ ଏବଂ ଅଧ୍ୟକ୍ଷଙ୍କ ନୂତନ କାର୍ଯ୍ୟାଳୟକୁ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥ ଭାବରେ ଜନ୍ମେଜୟ ସ୍ବାଇଁ ଗୋଷ୍ଠୀ […] The post କେସିଙ୍ଗା ମହାବିଦ୍ୟାଳୟରେ ନୂଆ ପ୍ରକୋଷ୍ଠ ଉଦ୍‌ଘାଟିତ appeared first on Dharitri Odia News.

କେସିଙ୍ଗା ମହାବିଦ୍ୟାଳୟରେ ନୂଆ ପ୍ରକୋଷ୍ଠ ଉଦ୍‌ଘାଟିତ

କେସିଙ୍ଗା,୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟ ପରିସରରେ ଅନେକ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ମହାସମାରୋହରେ ଶୁକ୍ରବାର ଆୟୋଜିତ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗର ଆର୍ଥିକ ଅନୁଦାନରେ ନିର୍ମିତ ବାଳକ ସାଧାରଣ ପ୍ରକୋଷ୍ଠ, ଲୋକ ସଭା ସଦସ୍ୟଙ୍କ ପଶ୍ଚିମ ଓଡିଶା ବିକାଶ ପରିଷଦର ଆର୍ଥିକ ଅନୁଦାନରେ ନିର୍ମିତ ରାତ୍ରି ଜଗୁଆଳି କକ୍ଷ ଏବଂ ଅଧ୍ୟକ୍ଷଙ୍କ ନୂତନ କାର୍ଯ୍ୟାଳୟକୁ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥ ଭାବରେ ଜନ୍ମେଜୟ ସ୍ବାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗଦାନ କରିଥିଲେ। ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀଙ୍କ ସମେତ ମହାବିଦ୍ୟାଳୟର ଛାତ୍ରୀଛାତ୍ର ତଥା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଯୁବ ରେଡ୍‌କ୍ରସ ଏବଂ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନମହୋତ୍ସବ ପାଳନ କରାଯାଇ ବୃକ୍ଷରୋପଣ କରାଯାଇଥିଲା। ଯୁବ ରେଡ୍‌କ୍ରସ୍‌ କାଉନସେଲର ଅଧ୍ୟାପକ ରାଇମୋହନ ମାଝୀ ଏବଂ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ମଣି ରଣାଙ୍କ ତତ୍ତ୍ୱାବଧାନରେ ଅତିଥିମାନେ ବୃକ୍ଷରୋପଣ କରିଥିଲେ।

The post କେସିଙ୍ଗା ମହାବିଦ୍ୟାଳୟରେ ନୂଆ ପ୍ରକୋଷ୍ଠ ଉଦ୍‌ଘାଟିତ appeared first on Dharitri Odia News.