ବାବୁଙ୍କ ପକେଟରେ ମଶା ମରା ତେଲ ଟଙ୍କା; ଖୋଜୁଛି ଭିଜିଲାନ୍ସ, କେଉଁ ବାବୁ ନେଇଛନ୍ତି କେତେ ଟଙ୍କା ?

କନକ ବ୍ୟୁରୋ : ଝାରସୁଗୁଡ଼ାରେ ମଶାତେଲ କିଣାରେ ଦୁର୍ନୀତି ଅଭିଯାଗ ପରେ ତତ୍ପର ହୋଇଛି ଭିଜିଲାନ୍ସ । ଝାରସୁଗୁଡ଼ା ପୌରପରିଷଦ ଅଫିସକୁ ଯାଇ ଦୁର୍ନୀତିର ଯାଞ୍ଚ ଆରମ୍ଭ କରିଛି । ନିର୍ବାହୀ ଅଧିକାରୀ ଓ ଅନ୍ୟ ଅପିସରଙ୍କୁ ଭିଜିଲାନ୍ସ ଟିମ୍ ପଚରାଉଚରା କରିଛନ୍ତି । ପ୍ରମାଣ ମିଳିଲେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ ମଶା ତେଲ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ଜୁନରୁ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ଓଡ଼ିଶା ରବର୍ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍‌ଠାରୁ ମଶାତେଲ ଲିଟର ପ୍ରତି ୭୭ ଟଙ୍କାରେ କିଣାଯାଇଥିଲା । କିନ୍ତୁ ମାର୍ଚ୍ଚ ୨୦୨୩ଠାରୁ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଆଉଏକ ସଂସ୍ଥା ଫ୍ୟୁଜନ୍ ଗ୍ରୁପ୍‌, ମଶାତେଲ ଲିଟର ପ୍ରତି ୭୪୦ ଟଙ୍କା ହିସାବରେ ୭୫୦୦ ଲିଟର ପାଇଁ ୫୫ ଲକ୍ଷ ଟଙ୍କା ନେଇଛି । ଅର୍ଥାତ ବର୍ଷକରେ ମଶାତେଲ ମୂଲ୍ୟରେ ପ୍ରାୟ ୧୦ ଗୁଣା ଫରକକୁ ନେଇ ପ୍ରଶ୍ନ ଉଠିଛି । ଭିଜିଲାନ୍ସ ଏହାର ତଦନ୍ତ ଆରମ୍ଭ କରିଛି । ସେହିପରି ଗତ ସେପ୍ଟେମ୍ବର ମାସରେ ଝାରସୁଗୁଡ଼ା ପୌର ପରିଷଦକୁ ମଶାତେଲ ଯୋଗାଣ ପାଇଁ ହୋଇଥିବା ଟେଣ୍ଡରରେ ଓଡ଼ିଶା ରବର ଉଦ୍ୟୋଗ ସର୍ବନିମ୍ନ ମୂଲ୍ୟ ଲିଟର ପ୍ରତି ୧୫୦ ଟଙ୍କା ଦର୍ଶାଇଛି । ଫ୍ୟୁଜନ ଗ୍ରୁପ୍ ୪୨୩ ଟଙ୍କା ଓ ଶ୍ରୀଲକ୍ଷ୍ମୀ ସଂସ୍ଥା ଦର୍ଶାଇଛି ୨୧୦ ଟଙ୍କା । ପୂର୍ବରୁ ଲିଟର ପ

ବାବୁଙ୍କ ପକେଟରେ ମଶା ମରା ତେଲ ଟଙ୍କା; ଖୋଜୁଛି ଭିଜିଲାନ୍ସ, କେଉଁ ବାବୁ ନେଇଛନ୍ତି କେତେ ଟଙ୍କା ?

କନକ ବ୍ୟୁରୋ : ଝାରସୁଗୁଡ଼ାରେ ମଶାତେଲ କିଣାରେ ଦୁର୍ନୀତି ଅଭିଯାଗ ପରେ ତତ୍ପର ହୋଇଛି ଭିଜିଲାନ୍ସ । ଝାରସୁଗୁଡ଼ା ପୌରପରିଷଦ ଅଫିସକୁ ଯାଇ ଦୁର୍ନୀତିର ଯାଞ୍ଚ ଆରମ୍ଭ କରିଛି । ନିର୍ବାହୀ ଅଧିକାରୀ ଓ ଅନ୍ୟ ଅପିସରଙ୍କୁ ଭିଜିଲାନ୍ସ ଟିମ୍ ପଚରାଉଚରା କରିଛନ୍ତି । ପ୍ରମାଣ ମିଳିଲେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ ମଶା ତେଲ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ଜୁନରୁ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ଓଡ଼ିଶା ରବର୍ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍‌ଠାରୁ ମଶାତେଲ ଲିଟର ପ୍ରତି ୭୭ ଟଙ୍କାରେ କିଣାଯାଇଥିଲା । କିନ୍ତୁ ମାର୍ଚ୍ଚ ୨୦୨୩ଠାରୁ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଆଉଏକ ସଂସ୍ଥା ଫ୍ୟୁଜନ୍ ଗ୍ରୁପ୍‌, ମଶାତେଲ ଲିଟର ପ୍ରତି ୭୪୦ ଟଙ୍କା ହିସାବରେ ୭୫୦୦ ଲିଟର ପାଇଁ ୫୫ ଲକ୍ଷ ଟଙ୍କା ନେଇଛି । ଅର୍ଥାତ ବର୍ଷକରେ ମଶାତେଲ ମୂଲ୍ୟରେ ପ୍ରାୟ ୧୦ ଗୁଣା ଫରକକୁ ନେଇ ପ୍ରଶ୍ନ ଉଠିଛି । ଭିଜିଲାନ୍ସ ଏହାର ତଦନ୍ତ ଆରମ୍ଭ କରିଛି ।

ସେହିପରି ଗତ ସେପ୍ଟେମ୍ବର ମାସରେ ଝାରସୁଗୁଡ଼ା ପୌର ପରିଷଦକୁ ମଶାତେଲ ଯୋଗାଣ ପାଇଁ ହୋଇଥିବା ଟେଣ୍ଡରରେ ଓଡ଼ିଶା ରବର ଉଦ୍ୟୋଗ ସର୍ବନିମ୍ନ ମୂଲ୍ୟ ଲିଟର ପ୍ରତି ୧୫୦ ଟଙ୍କା ଦର୍ଶାଇଛି । ଫ୍ୟୁଜନ ଗ୍ରୁପ୍ ୪୨୩ ଟଙ୍କା ଓ ଶ୍ରୀଲକ୍ଷ୍ମୀ ସଂସ୍ଥା ଦର୍ଶାଇଛି ୨୧୦ ଟଙ୍କା । ପୂର୍ବରୁ ଲିଟର ପ୍ରତି ୭୪୦ ନେଇଥିବା ଫ୍ୟୁଜନ୍ ଗ୍ରୁପ୍ କିପରି ଟେଣ୍ଡର ପେପରରେ ୪୨୩ ଟଙ୍କା ଉଲ୍ଲେଖ କରିଛି, ତାହା ପ୍ରଶ୍ନ ସୃଷ୍ଟି କରିଛି । ତେବେ ଦୁର୍ନୀତି ନେଇ ପ୍ରଶ୍ନ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

ଝାରସୁଗୁଡ଼ାରେ ମଶାତେଲ ପାଇଁ ଟେଣ୍ଡର୍ ଫିକ୍ସିଂ ତଥା ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ନେଇ ଆରଟିଆଇରୁ ସୁରାକ ମିଳିଥିବା ବେଳେ ଏବେ ଭିଜିଲାନ୍ସ ତଦନ୍ତର ଫଳାଫଳକୁ ଅପେକ୍ଷା ।