ମହାଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିସରେ ଭବ୍ୟ ଦୃଶ୍ୟ, ଦେଖନ୍ତୁ ଫଟୋ
ଭୁବନେଶ୍ୱର,୮।୩: ମହାଶିବରାତ୍ରି ଅବସରରେ ଓଡ଼ିଶାର ସମସ୍ତ ଶୈବପୀଠ ରେ ଭକ୍ତି, ଭବ୍ୟ ମାହୋଲ। ରାଜଧାନୀ ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଲମ୍ବା ଲଇଁ ଲଗାଇଛନ୍ତି। ସନ୍ଧ୍ୟା ସମୟରେ ମନ୍ଦିର ପରିସରଠୁ ଆରମ୍ଭ କରି ବିନ୍ଦୁ ସାଗର ପର୍ଯ୍ୟନ୍ତ ଭକ୍ତମାନେ ଦୀପ ଜାଳୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଆକାଶ ମାର୍ଗରୁ ନିଆଯାଇଥିବା ଲିଙ୍ଗରାଜଙ୍କ ମନ୍ଦିର ଫଟୋ ଭବ୍ୟ, ଚମକପ୍ରଦ ଦିଶୁଚି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଫଟୋ ସୋସିଆଲ […] The post ମହାଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିସରେ ଭବ୍ୟ ଦୃଶ୍ୟ, ଦେଖନ୍ତୁ ଫଟୋ appeared first on Dharitri Odia News.
ଭୁବନେଶ୍ୱର,୮।୩: ମହାଶିବରାତ୍ରି ଅବସରରେ ଓଡ଼ିଶାର ସମସ୍ତ ଶୈବପୀଠ ରେ ଭକ୍ତି, ଭବ୍ୟ ମାହୋଲ। ରାଜଧାନୀ ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଲମ୍ବା ଲଇଁ ଲଗାଇଛନ୍ତି। ସନ୍ଧ୍ୟା ସମୟରେ ମନ୍ଦିର ପରିସରଠୁ ଆରମ୍ଭ କରି ବିନ୍ଦୁ ସାଗର ପର୍ଯ୍ୟନ୍ତ ଭକ୍ତମାନେ ଦୀପ ଜାଳୁଥିବା ଦେଖିବାକୁ ମିଳିଛି।
ଏହି ସମୟରେ ଆକାଶ ମାର୍ଗରୁ ନିଆଯାଇଥିବା ଲିଙ୍ଗରାଜଙ୍କ ମନ୍ଦିର ଫଟୋ ଭବ୍ୟ, ଚମକପ୍ରଦ ଦିଶୁଚି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଫଟୋ ସୋସିଆଲ ମିଡିଆରେ ଶେୟର କରିଛନ୍ତି। ଫଟୋରେ କ୍ୟାପିସନରେ ସେ ଲେଖିଛନ୍ତି, ”ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିସର ଭବ୍ୟ ହୋଇଉଠିଛି। ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭକ୍ତି ଅନନ୍ୟ ଆଧ୍ୟାତ୍ମ୍ୟ ପରିବେଶ ସୃଷ୍ଟି କରିଛି। ପ୍ରଭୁ ଲିଙ୍ଗରାଜ ସମସ୍ତଙ୍କର କଲ୍ୟାଣ କରନ୍ତୁ। ଓଁ ନମଃ ଶିବାୟ।”
ପବିତ୍ର ମହାଶିବରାତ୍ରୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିସର ଭବ୍ୟ ହୋଇଉଠିଛି। ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭକ୍ତି ଅନନ୍ୟ ଆଧ୍ୟାତ୍ମ୍ୟ ପରିବେଶ ସୃଷ୍ଟି କରିଛି। ପ୍ରଭୁ ଲିଙ୍ଗରାଜ ସମସ୍ତଙ୍କର କଲ୍ୟାଣ କରନ୍ତୁ। ଓଁ ନମଃ ଶିବାୟ
pic.twitter.com/xJwz80BUqD
— Naveen Patnaik (@Naveen_Odisha) March 8, 2024
The post ମହାଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିସରେ ଭବ୍ୟ ଦୃଶ୍ୟ, ଦେଖନ୍ତୁ ଫଟୋ appeared first on Dharitri Odia News.