ଥରିଲା ମୋହନା, ହଠାତ୍‌ ଜୋର୍‌ରେ ଶବ୍ଦ ହେବାରୁ…

ଗଜପତି,୨୮ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ମୋହନାରେ ଶନିବାର ଅପରାହ୍ନରେ କିଛି କ୍ଷଣ ପାଇଁ ଭୂକମ୍ପ ଅନୁଭୂତ ହୋଇଛି। ବର୍ଷା ପରେ ଭୂକମ୍ପ ଅନୁଭୂତ ହୋଇଥିବାରୁ ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ଅପରାହ୍ନ ପ୍ରାୟ ୧ଟାରେ ଗଜପତି ଜିଲା ମୋହନାଠାରେ ହଠାତ୍‌ କିଛି ଶବ୍ଦ ହେବାରୁ ଲୋକମାନେ ଘର ବାହାରକୁ ଆସି ଦେଖିବା ବେଳେ ଜଣାପଡ଼ିଥିଲା ଯେ, ଭୂକମ୍ପ ହୋଇଛି। ପ୍ରାୟ ୨ ସେକେଣ୍ଡ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ଅଡ଼ବା, ଚାନ୍ଦିପୁଟ, ଲୁହାଗୁଡ଼ି ଓ ତପ୍ତପାଣି ଅଞ୍ଚଳରେ […] The post ଥରିଲା ମୋହନା, ହଠାତ୍‌ ଜୋର୍‌ରେ ଶବ୍ଦ ହେବାରୁ… appeared first on Dharitri Odia News.

ଥରିଲା ମୋହନା, ହଠାତ୍‌ ଜୋର୍‌ରେ ଶବ୍ଦ ହେବାରୁ…

ଗଜପତି,୨୮ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ମୋହନାରେ ଶନିବାର ଅପରାହ୍ନରେ କିଛି କ୍ଷଣ ପାଇଁ ଭୂକମ୍ପ ଅନୁଭୂତ ହୋଇଛି। ବର୍ଷା ପରେ ଭୂକମ୍ପ ଅନୁଭୂତ ହୋଇଥିବାରୁ ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ଅପରାହ୍ନ ପ୍ରାୟ ୧ଟାରେ ଗଜପତି ଜିଲା ମୋହନାଠାରେ ହଠାତ୍‌ କିଛି ଶବ୍ଦ ହେବାରୁ ଲୋକମାନେ ଘର ବାହାରକୁ ଆସି ଦେଖିବା ବେଳେ ଜଣାପଡ଼ିଥିଲା ଯେ, ଭୂକମ୍ପ ହୋଇଛି। ପ୍ରାୟ ୨ ସେକେଣ୍ଡ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ଅଡ଼ବା, ଚାନ୍ଦିପୁଟ, ଲୁହାଗୁଡ଼ି ଓ ତପ୍ତପାଣି ଅଞ୍ଚଳରେ ଏହି ଝଟ୍‌କା ଲାଗିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ବର୍ଷା ପରେ ଏପରି ଭୂମି ଥରିଥିବାରୁ ଲୋକେ ଖୁବ୍‌ ଡରିଯାଇଛନ୍ତି।

The post ଥରିଲା ମୋହନା, ହଠାତ୍‌ ଜୋର୍‌ରେ ଶବ୍ଦ ହେବାରୁ… appeared first on Dharitri Odia News.