ଶଙ୍କରାଚାର୍ଯ୍ୟଙ୍କ ସହ ମୋଦିଙ୍କୁ ତୁଳନା କଲେ ଭାଜପା ଏମ୍ପି
ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ଉଦ୍ଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଝାଡଖଣ୍ଡର ଗୋଡ୍ଡାର ଭାଜପା ଏମ୍ପି ନିଶିକାନ୍ତ ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ଯେପରି ଶଙ୍କରାଚାର୍ଯ୍ୟ ସମାଜ ପାଇଁ ବଞ୍ଚନ୍ତି, ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସେହିଭଳି ଜୀବନଯାପନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ ନିଶିକାନ୍ତ ଦୁବେଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ […] The post ଶଙ୍କରାଚାର୍ଯ୍ୟଙ୍କ ସହ ମୋଦିଙ୍କୁ ତୁଳନା କଲେ ଭାଜପା ଏମ୍ପି appeared first on Dharitri Odia News.
ନୂଆଦିଲ୍ଲୀ,୧୯।୧: ରାମ ମନ୍ଦିରର ଉଦ୍ଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଝାଡଖଣ୍ଡର ଗୋଡ୍ଡାର ଭାଜପା ଏମ୍ପି ନିଶିକାନ୍ତ ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ଯେପରି ଶଙ୍କରାଚାର୍ଯ୍ୟ ସମାଜ ପାଇଁ ବଞ୍ଚନ୍ତି, ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସେହିଭଳି ଜୀବନଯାପନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ ନିଶିକାନ୍ତ ଦୁବେଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଚାରିଜଣ ଶଙ୍କରାଚାର୍ଯ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବାକୁ ମନା କରିଦେଇଛନ୍ତି।
ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭୀମୁକ୍ତିଶ୍ୱରନନ୍ଦ ସରସ୍ବତୀ କହିଛନ୍ତି, ରାମ ମନ୍ଦିର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇନାହିଁ। ଏପରି ପରିସ୍ଥିତିରେ ଏକ ଅସମ୍ପୂର୍ଣ୍ଣ ମନ୍ଦିରକୁ ପବିତ୍ର କରାଯାଇପାରିବ ନାହିଁ।
The post ଶଙ୍କରାଚାର୍ଯ୍ୟଙ୍କ ସହ ମୋଦିଙ୍କୁ ତୁଳନା କଲେ ଭାଜପା ଏମ୍ପି appeared first on Dharitri Odia News.