ଖରାପ ପାଗ ଯୋଗୁ ୫ ନିର୍ବାଚନମଣ୍ଡଳୀରେ ପ୍ରଚାର କରିପାରିଲେନି ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୭।୫(ସୁନିତ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମୟୂରଭଞ୍ଜ ଲୋକ ସଭା କ୍ଷେତ୍ରର ୬ଟି ନିର୍ବାଚନମଣ୍ଡଳୀରେ ଭାଜପା ପକ୍ଷରୁ ଆୟୋଜିତ ‘ବିଜୟ ସଂକଳ୍ପ ସଭା’ ସମେତ ବାରିପଦା ସହରରେ ରୋଡ୍ ଶୋ’ରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଖରାପ ପାଗ ଯୋଗୁ ୫ଟି ନିର୍ବାଚନମଣ୍ଡଳୀ ଯଥା ଯଶୀପୁର, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ସାରସକଣା ଓ ଉଦଳାରେ ହେବାକୁ ଥିବା ନିର୍ବାଚନସଭାରେ ସେ ଯୋଗ ଦେଇପାରିଲେ ନାହିଁ। କେବଳ ସଡକପଥରେ ଯାଇ ମୋରଡ଼ାରେ ବିଜୟ ସଂକଳ୍ପ ସଭା ଓ […] The post ଖରାପ ପାଗ ଯୋଗୁ ୫ ନିର୍ବାଚନମଣ୍ଡଳୀରେ ପ୍ରଚାର କରିପାରିଲେନି ଧର୍ମେନ୍ଦ୍ର appeared first on Dharitri Odia News.
ଭୁବନେଶ୍ୱର, ୨୭।୫(ସୁନିତ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମୟୂରଭଞ୍ଜ ଲୋକ ସଭା କ୍ଷେତ୍ରର ୬ଟି ନିର୍ବାଚନମଣ୍ଡଳୀରେ ଭାଜପା ପକ୍ଷରୁ ଆୟୋଜିତ ‘ବିଜୟ ସଂକଳ୍ପ ସଭା’ ସମେତ ବାରିପଦା ସହରରେ ରୋଡ୍ ଶୋ’ରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଖରାପ ପାଗ ଯୋଗୁ ୫ଟି ନିର୍ବାଚନମଣ୍ଡଳୀ ଯଥା ଯଶୀପୁର, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ସାରସକଣା ଓ ଉଦଳାରେ ହେବାକୁ ଥିବା ନିର୍ବାଚନସଭାରେ ସେ ଯୋଗ ଦେଇପାରିଲେ ନାହିଁ। କେବଳ ସଡକପଥରେ ଯାଇ ମୋରଡ଼ାରେ ବିଜୟ ସଂକଳ୍ପ ସଭା ଓ ବାରିପଦାରେ ରୋଡ୍ ଶୋ’ରେ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କାର୍ଯ୍ୟକ୍ରମ କରିଛନ୍ତି। ଯେଉଁ ସଭାରେ ଯୋଗ ନ ଦେଇପାରିବେ ସେନେଇ ଧର୍ମେନ୍ଦ୍ର ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ଉଲ୍ଲେଖ କରି କହିଛନ୍ତି ଯେ, ଖରାପ ପାଗ ଯୋଗୁ ମୟୂରଭଞ୍ଜର ଯଶୀପୁର, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ସାରସକଣା ଓ ଉଦଳାରେ ହେବାକୁ ଥିବା ଦଳର ‘ବିଜୟ ସଂକଳ୍ପ ସଭା’ରେ ଯୋଗଦେଇ ପାରୁନାହିଁ। ଏଥିପାଇଁ ସେ ଦୁଃଖିତ। ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।
The post ଖରାପ ପାଗ ଯୋଗୁ ୫ ନିର୍ବାଚନମଣ୍ଡଳୀରେ ପ୍ରଚାର କରିପାରିଲେନି ଧର୍ମେନ୍ଦ୍ର appeared first on Dharitri Odia News.