୧୦ ପଦବୀକୁ ୧୦୦୦ରେ ଆଶାୟୀ; ଇଣ୍ଟରଭ୍ୟୁ ବେଳେ ଦଳାଚକଟା ପରିସ୍ଥିତି
ଅହମ୍ମଦାବାଦ,୧୨।୭: ଗୁଜରାଟର ଏକ ରାସାୟନିକ କମ୍ପାନିରେ ୧୦ଟି ପଦବି ଲାଗି ବାହାରିଥିବା ବିଜ୍ଞାପନ ଦେଖିବା ପରେ ୧ ହଜାରରୁ ଅଧିକ ପ୍ରାର୍ଥୀ ଏକତ୍ରିତ ହେବା ଫଳରେ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଇଣ୍ଟରଭ୍ୟୁ ଚାଲିଥିବା ହୋଟେଲ ରେଲିଂ ଭାଙ୍ଗି ଯିବାରୁ ଜଣେ ପ୍ରାର୍ଥୀ ଆହତ ମଧ୍ୟ ହୋଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ସୂଚନା ଅନୁସାରେ ଗତ ମଙ୍ଗଳବାର ଏହି ଘଟଣା ଘଟିଛି । ଗୁଜରାଟର ଭରଚୁ ଜିଲ୍ଲା ଅନ୍ତର୍ଗତ ଅଙ୍କଳେଶ୍ୱର ଠାରେ ଥିବା ଥର୍ମାକ୍ସ କମ୍ପାନି ନାମକ ଏକ ସଂସ୍ଥା ପକ୍ଷରୁ ୧୦ଟି ବିଭିନ୍ନ ପଦବି (ସିଫ୍ଟ ଇନ- ଚାର୍ଜ, ପ୍ଲାଣ୍ଟ ଅପରେଟର, ସୁପରଭାଇଜର, ଫିଟର ମେକାନିକାଲ ଏବଂ ଏକ୍ଜିକ୍ୟୁଟିଭ୍) ରେ ନିଯୁକ୍ତି ଦେବା ଲାଗି ବିଜ୍ଞାପନ ପ୍ରକାଶ ପାଇଥିଲା । ସେଥିପାଇଁ ସ୍ଥାନୀୟ ଲର୍ଡସ ପ୍ଲାଜା ହୋଟେଲରେ ଇଣ୍ଟରଭ୍ୟୁ ଦେବାର କାର୍ଯ୍ୟକ୍ରମ ଥିଲା । ପୂର୍ବାହ୍ନ ୧୦ଟାରୁ ଆଶାୟୀ ପ୍ରାର୍ଥୀମାନେ ସେଠାରେ ପହଞ୍ଚିଥିଲେ । ଚାହୁଁଚାହୁଁ ଭିଡ ବଢ଼ିଥିଲା । ୧ ହଜାରରୁ ଅଧିକ ଆଶାୟୀ ସେଠାରେ ପହଞ୍ଚିଥିଲେ । ସେମାନେ ହୋଟେଲ ବାହାରେ ଭିଡ ଜମାଇଥିଲେ । ଏପରିକି କିଛି ଆଶାୟୀ ହୋଟେଲ ବାରଣ୍ଡାକୁ ଉଠି ଯାଇଥିଲେ । ସେହି ସମୟରେ କିଛି ପିଲାଙ୍କ ମଧ୍ୟରେ ଠେଲାପେଲା ଓ ଦଳାଚକଟା ଭଳି ପରିସ୍ଥିତ
ଅହମ୍ମଦାବାଦ,୧୨।୭: ଗୁଜରାଟର ଏକ ରାସାୟନିକ କମ୍ପାନିରେ ୧୦ଟି ପଦବି ଲାଗି ବାହାରିଥିବା ବିଜ୍ଞାପନ ଦେଖିବା ପରେ ୧ ହଜାରରୁ ଅଧିକ ପ୍ରାର୍ଥୀ ଏକତ୍ରିତ ହେବା ଫଳରେ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଇଣ୍ଟରଭ୍ୟୁ ଚାଲିଥିବା ହୋଟେଲ ରେଲିଂ ଭାଙ୍ଗି ଯିବାରୁ ଜଣେ ପ୍ରାର୍ଥୀ ଆହତ ମଧ୍ୟ ହୋଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ।
ସୂଚନା ଅନୁସାରେ ଗତ ମଙ୍ଗଳବାର ଏହି ଘଟଣା ଘଟିଛି । ଗୁଜରାଟର ଭରଚୁ ଜିଲ୍ଲା ଅନ୍ତର୍ଗତ ଅଙ୍କଳେଶ୍ୱର ଠାରେ ଥିବା ଥର୍ମାକ୍ସ କମ୍ପାନି ନାମକ ଏକ ସଂସ୍ଥା ପକ୍ଷରୁ ୧୦ଟି ବିଭିନ୍ନ ପଦବି (ସିଫ୍ଟ ଇନ- ଚାର୍ଜ, ପ୍ଲାଣ୍ଟ ଅପରେଟର, ସୁପରଭାଇଜର, ଫିଟର ମେକାନିକାଲ ଏବଂ ଏକ୍ଜିକ୍ୟୁଟିଭ୍) ରେ ନିଯୁକ୍ତି ଦେବା ଲାଗି ବିଜ୍ଞାପନ ପ୍ରକାଶ ପାଇଥିଲା । ସେଥିପାଇଁ ସ୍ଥାନୀୟ ଲର୍ଡସ ପ୍ଲାଜା ହୋଟେଲରେ ଇଣ୍ଟରଭ୍ୟୁ ଦେବାର କାର୍ଯ୍ୟକ୍ରମ ଥିଲା । ପୂର୍ବାହ୍ନ ୧୦ଟାରୁ ଆଶାୟୀ ପ୍ରାର୍ଥୀମାନେ ସେଠାରେ ପହଞ୍ଚିଥିଲେ । ଚାହୁଁଚାହୁଁ ଭିଡ ବଢ଼ିଥିଲା । ୧ ହଜାରରୁ ଅଧିକ ଆଶାୟୀ ସେଠାରେ ପହଞ୍ଚିଥିଲେ । ସେମାନେ ହୋଟେଲ ବାହାରେ ଭିଡ ଜମାଇଥିଲେ । ଏପରିକି କିଛି ଆଶାୟୀ ହୋଟେଲ ବାରଣ୍ଡାକୁ ଉଠି ଯାଇଥିଲେ । ସେହି ସମୟରେ କିଛି ପିଲାଙ୍କ ମଧ୍ୟରେ ଠେଲାପେଲା ଓ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ହୋଟେଲ ବାରଣ୍ଡାର ରେଲିଂ ଭାଙ୍ଗି ଯାଇଥିଲା । ଫଳରେ ଜଣେ ଆଶାୟୀ ପ୍ରାର୍ଥୀ ପଡିଯାଇ ସାମାନ୍ୟ ଆହତ ହୋଇଥିଲେ ।
नरेंद्र मोदी का गुजरात मॉडल
गुजरात के भरूच में एक होटल की नौकरी के लिए बेरोजगारों की भारी भीड़ जुट गई.
हालात ऐसे बने कि होटल की रेलिंग टूट गई और गुजरात मॉडल की पोल खुल गई.
नरेंद्र मोदी इसी बेरोजगारी के मॉडल को पूरे देश पर थोप रहे हैं. pic.twitter.com/1GPXkqeMsk— Congress (@INCIndia) July 11, 2024
ଏହାକୁ ନେଇ ରାଜ୍ୟର ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି । କଂଗ୍ରେସ ଏହାର ଭିଡିଓ ସେୟାର କରିବା ସହ ଏହାକୁ ଗୁଜରାଟ ମଡେଲ ବୋଲି ବର୍ଣ୍ଣନା କରିଥିଲା ବେଳେ ବିଜେପି କହିଛି କି କଂଗ୍ରେସ ଏଭଳି ଭିଡିଓ ମାଧ୍ୟମରେ ରାଜ୍ୟକୁ ବଦନାମ କରିବାକୁ ଚେଷ୍ଟା କରୁଛି । ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହାକୁ ନେଇ ନିଜ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ ଲେଖିଛନ୍ତି ଭାରତରେ ବେକାରୀର ରୋଗ ମହାମାରୀ ରୂପ ଧାରଣ କରିଛି । ବିଜେପି ଶାସିତ ରାଜ୍ୟ ଏହାର ଉତ୍ପତ୍ତି କେନ୍ଦ୍ରରେ ପରିଣତ ହୋଇଛି । ଏକ ସାଧାରଣ ଚାକିରି ଲାଗି ଧାଡିରେ ଠିଆହୋଇ ଧକ୍କା ଖାଉଛନ୍ତି ଭାରତର ଭବିଷ୍ୟତ । ଏହା ହେଉଛି ନରେନ୍ଦ୍ର ମୋଦିଙ୍କ ଅମୃତକାଳର ବାସ୍ତବତା ବୋଲି କଂଗ୍ରେସ କହିଛି । ...