କିସ୍‍ ବିଶ୍ୱବିଦ୍ୟାଳୟକୁ ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ୍‍ ଆସେସ୍‍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍‍ କାଉନ୍‍ସିଲ୍‍ (ନାକ୍‍) ପକ୍ଷରୁ ‘ଏ’ ଗ୍ରେଡ଼ ମାନ୍ୟତା ପ୍ରଦାନ କରାଯାଇଛି । କିସ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇଛି । ଦେଶର କୌଣସି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ପ୍ରଥମ ଥରରେ ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇବା କ୍ଷେତ୍ରରେ କିସ୍‍ ବିଶ୍ୱବିଦ୍ୟାଳୟ ହେଉଛି ପ୍ରଥମ ଶିକ୍ଷାନୁଷ୍ଠାନ । ୨୦୧୭ ମସିହାରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କିସ୍‍କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ […] The post କିସ୍‍ ବିଶ୍ୱବିଦ୍ୟାଳୟକୁ ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା appeared first on KNews Odisha.

କିସ୍‍ ବିଶ୍ୱବିଦ୍ୟାଳୟକୁ ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା
a. samant

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ୍‍ ଆସେସ୍‍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍‍ କାଉନ୍‍ସିଲ୍‍ (ନାକ୍‍) ପକ୍ଷରୁ ‘ଏ’ ଗ୍ରେଡ଼ ମାନ୍ୟତା ପ୍ରଦାନ କରାଯାଇଛି । କିସ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇଛି । ଦେଶର କୌଣସି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ପ୍ରଥମ ଥରରେ ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇବା କ୍ଷେତ୍ରରେ କିସ୍‍ ବିଶ୍ୱବିଦ୍ୟାଳୟ ହେଉଛି ପ୍ରଥମ ଶିକ୍ଷାନୁଷ୍ଠାନ ।

୨୦୧୭ ମସିହାରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କିସ୍‍କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଥିଲା । କିସ୍‍ ବିଶ୍ୱବିଦ୍ୟାଳୟକୁ ପ୍ରଥମ ଥର ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା ମିଳିଥିବାରୁ ଶିକ୍ଷାବିତ୍‍ମାନେ ଖୁସି ବ୍ୟକ୍ତ କରିଛନ୍ତି । କିସ୍‍ ବିଶ୍ୱବିଦ୍ୟାଳୟ ଠିକ୍‍ ସମୟରେ ନାକ୍‍ ମାନ୍ୟତା ପାଇଁ ଆବେଦନ କରି ପ୍ରଥମ ଥରରେ ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇବା ହେଉଛି ଏକ ବଡ଼ ସଫଳତା । ଏହା କିସ୍‍ ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିବା ସୂଚୀତ କରୁଛି ବୋଲି ଶିକ୍ଷାବିତ୍‍ମାନେ କହିଛନ୍ତି ।

kiss

କିସ୍‍ର ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ଏଥିପାଇଁ କିସ୍‍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ କିସ୍‍ର ଏହି ସଫଳତା ପାଇଁ କିସ୍‍ର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଜନଜାତି ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନିରନ୍ତର ଓ ନିଷ୍ଠାପର ପ୍ରୟାସ ଯୋଗୁଁ କିସ୍‍ ଆଜି ଏହି ସଫଳତା ମିଳିପାରିଛି ବୋଲି ସେମାନେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, କିସ୍‍ ବିଶ୍ୱବିଦ୍ୟାଳୟ ହେଉଛି ବିଶ୍ୱର ଏକମାତ୍ର ଜନଜାତି ବିଶ୍ୱବିଦ୍ୟାଳୟ । କିସ୍‍ ହେଉଛି ଏକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ, ସମ୍ପୂର୍ଣ୍ଣ ଆବାସିକ ଓ ନିଶୁଳ୍କ ।

The post କିସ୍‍ ବିଶ୍ୱବିଦ୍ୟାଳୟକୁ ନାକ୍‍ର ‘ଏ’ ଗ୍ରେଡ଼ ମାନ୍ୟତା appeared first on KNews Odisha.