ମଧ୍ୟାହ୍ନ ଭୋଜନ ଖାଇବା ବେଳେ ଅଘଟଣ, ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ଛାତ୍ର ଗୁରୁତର
ମୋରଡା ୩।୪: ମଧ୍ୟାହ୍ନ ଭୋଜନ ଖାଉଥିବା ସମୟରେ ଅଘଟଣ । ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ପଡିବା ଫଳରେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧୀନ ସାନମୁଣ୍ଢାବଣି ପଂଚାୟତର ସରାଶୋଳ ଗ୍ରାମର ଗାଲୁସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ l ସୂଚନାଯୋଗ୍ୟ ଯେ, ଗାଲୁସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଯାଏଁ ଶ୍ରେଣୀ ଥିବା ବେଳେ ମୋଟ୍ ୨୬ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି l ତେବେ ବୁଧବାର ୯ଟା ସମୟରେ ଛାତ୍ରୀଛାତ୍ର ମାନେ ବିଦ୍ୟାଳୟ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ହଠାତ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ପଡିଥିଲା l ଫଳରେ ଛାତ୍ରୀଛାତ୍ର ମାନେ ଦୌଡ଼ି ପଳାଇଥିଲେ ମଧ୍ୟ ତୃତୀୟ ଶ୍ରେଣୀରେ ପଢୁଥିବା ଗୋବିନ୍ଦ ହେମ୍ବ୍ରମଙ୍କ ମୁଣ୍ଡ ଉପରେ ପ୍ଲାଷ୍ଟର ଖସି ପଡିବା ଫଳରେ ଗୁରୁତର ଆହତ ହୋଇଥିଲେ l ଗୁରୁତର ଛାତ୍ରଙ୍କୁ ବିଦ୍ୟାଳୟର ସହକାରୀ ଶିକ୍ଷକ ରାଙ୍ଗା ମୁର୍ମୁ ମୋରଡା ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଇଥିଲେ l ଛାତ୍ର ଜଣଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଥିବାର ଜଣାପଡିଛି l ତେବେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ନୂତନ ଏକ ବିଲ୍ଡିଂ ନିର୍ମାଣ ନହେବା ପର୍ଯ୍ୟନ୍ତ ପିଲାଙ୍କୁ ବିଦ୍ୟାଳୟକୁ ଯିବାକୁ ଦିଆଯିବ ନାହିଁ ଏବଂ ଉକ୍ତ ଘଟଣା ପାଇଁ ପଞ୍ଚାୟତ ପ୍ରଶାସନ, ଶିକ୍ଷା ବିଭାଗ ଦାୟୀ ବୋଲି କହିଛ
ମୋରଡା ୩।୪: ମଧ୍ୟାହ୍ନ ଭୋଜନ ଖାଉଥିବା ସମୟରେ ଅଘଟଣ । ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ପଡିବା ଫଳରେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧୀନ ସାନମୁଣ୍ଢାବଣି ପଂଚାୟତର ସରାଶୋଳ ଗ୍ରାମର ଗାଲୁସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ l
ସୂଚନାଯୋଗ୍ୟ ଯେ, ଗାଲୁସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଯାଏଁ ଶ୍ରେଣୀ ଥିବା ବେଳେ ମୋଟ୍ ୨୬ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି l ତେବେ ବୁଧବାର ୯ଟା ସମୟରେ ଛାତ୍ରୀଛାତ୍ର ମାନେ ବିଦ୍ୟାଳୟ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ହଠାତ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ପଡିଥିଲା l ଫଳରେ ଛାତ୍ରୀଛାତ୍ର ମାନେ ଦୌଡ଼ି ପଳାଇଥିଲେ ମଧ୍ୟ ତୃତୀୟ ଶ୍ରେଣୀରେ ପଢୁଥିବା ଗୋବିନ୍ଦ ହେମ୍ବ୍ରମଙ୍କ ମୁଣ୍ଡ ଉପରେ ପ୍ଲାଷ୍ଟର ଖସି ପଡିବା ଫଳରେ ଗୁରୁତର ଆହତ ହୋଇଥିଲେ l ଗୁରୁତର ଛାତ୍ରଙ୍କୁ ବିଦ୍ୟାଳୟର ସହକାରୀ ଶିକ୍ଷକ ରାଙ୍ଗା ମୁର୍ମୁ ମୋରଡା ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଇଥିଲେ l ଛାତ୍ର ଜଣଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଥିବାର ଜଣାପଡିଛି l ତେବେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ନୂତନ ଏକ ବିଲ୍ଡିଂ ନିର୍ମାଣ ନହେବା ପର୍ଯ୍ୟନ୍ତ ପିଲାଙ୍କୁ ବିଦ୍ୟାଳୟକୁ ଯିବାକୁ ଦିଆଯିବ ନାହିଁ ଏବଂ ଉକ୍ତ ଘଟଣା ପାଇଁ ପଞ୍ଚାୟତ ପ୍ରଶାସନ, ଶିକ୍ଷା ବିଭାଗ ଦାୟୀ ବୋଲି କହିଛନ୍ତି ୱାର୍ଡ ସଦସ୍ୟ ବିଶ୍ୱନାଥ ମୁର୍ମୁ, ଅଭିଭାବକ ସୀତା ହେମ୍ବ୍ରମ, କିସୁନ ହାଂସଦା, କଟି ହେମ୍ବ୍ରମ, ନାରାୟଣ ହେମ୍ବ୍ରମ l ତେବେ ପୂର୍ବରୁ ପଂଚାୟତ ପ୍ରଶାସନକୁ ଅସରୁକ୍ଷିତ ବିଦ୍ୟାଳୟ ବାବଦରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି କହିଛନ୍ତି ସହକାରୀ ଶିକ୍ଷକ ରାଙ୍ଗା ମୁର୍ମୁ l
You Can Read :
ବିଜେଡିରେ ଯୋଗଦେଲେ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ପୁଅ ରୋହିତ