ନ୍ୟୁଜିଲାଣ୍ଡଠୁ ପ୍ରଥମ ଟେଷ୍ଟ ହାରିବା ପରେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ! ଏହି ଅଲରାଉଣ୍ଡରଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଭାରତୀୟ ଦଳ ବେଙ୍ଗାଲୁରୁରେ ଆଜି ସଂପନ୍ନ ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡ ହାତରୁ ୮ ଓ୍ଵିକେଟ୍‌ରେ ପରାଜିତ ହୋଇଛି। ୩୬ ବର୍ଷ ପରେ ଘରୋଇ ମାଟିରେ ଭାରତ ପ୍ରଥମ ଥର କିଓ୍ଵି ନିକଟରୁ ଟେଷ୍ଟରେ ହାରିଛି। ଏହି ପରାଜୟ ପରେ ଅଚାନକ ଦ୍ଵିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ରିପୋର୍ଟ ଅନୁଯାୟୀ, ତାରକା ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦରଙ୍କୁ ଦ୍ଵିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ଏକ୍ସପ୍ରେସ୍ ସ୍ପୋର୍ଟ୍ସ ଅନୁଯାୟୀ, ଓ୍ଵାଶିଂଟନ ସୁନ୍ଦରଙ୍କୁ ଦ୍ଵିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ବେଙ୍ଗାଲୁରୁରରେ ପ୍ରଥମ ଟେଷ୍ଟରେ ହାରିବାର କିଛି ଘଣ୍ଟା ପରେ ହିଁ ସୁନ୍ଦରଙ୍କୁ ଭାରତୀୟ ଦଳରେ ସାମିଲ କରାଯିବାର ଖବର ସାମ୍ନାକୁ ଆସିଛି। ବିସିସିଆଇ ପକ୍ଷରୁ ଏକ୍ସ ପୋଷ୍ଟ କରାଯାଇ ଆନୁଷ୍ଠାନିକ ଭାବେ ଏହାର ସୂଚନା ଦିଆଯାଇ ନାହିଁ। ???? News ????Squad Update: Washington Sundar added to squad for the second and third Test#INDvNZ | @IDFCFIRSTBankDetails ????— BCCI (@BCCI) October 20, 2024ସୂଚନାଯୋଗ୍ୟ, ଓ୍ଵାଶିଂଟନ ସୁନ୍ଦର ଭାରତୀୟ ଦଳ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦରେ ୨୦୨୧ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଏ ପର୍ଯ୍ୟନ୍ତ ସେ ଭାରତ ପାଇଁ ୪ଟି ଟେଷ୍ଟ ଖେଳିଛନ୍ତି। ଏଥିରୁ ୬ଟି ଇନିଂସରେ ବ୍ୟାଟିଂ କରି ୬୬.୨୫

ନ୍ୟୁଜିଲାଣ୍ଡଠୁ ପ୍ରଥମ ଟେଷ୍ଟ ହାରିବା ପରେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ! ଏହି ଅଲରାଉଣ୍ଡରଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଭାରତୀୟ ଦଳ ବେଙ୍ଗାଲୁରୁରେ ଆଜି ସଂପନ୍ନ ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡ ହାତରୁ ୮ ଓ୍ଵିକେଟ୍‌ରେ ପରାଜିତ ହୋଇଛି। ୩୬ ବର୍ଷ ପରେ ଘରୋଇ ମାଟିରେ ଭାରତ ପ୍ରଥମ ଥର କିଓ୍ଵି ନିକଟରୁ ଟେଷ୍ଟରେ ହାରିଛି। ଏହି ପରାଜୟ ପରେ ଅଚାନକ ଦ୍ଵିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ରିପୋର୍ଟ ଅନୁଯାୟୀ, ତାରକା ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦରଙ୍କୁ ଦ୍ଵିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। 

ଏକ୍ସପ୍ରେସ୍ ସ୍ପୋର୍ଟ୍ସ ଅନୁଯାୟୀ, ଓ୍ଵାଶିଂଟନ ସୁନ୍ଦରଙ୍କୁ ଦ୍ଵିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ବେଙ୍ଗାଲୁରୁରରେ ପ୍ରଥମ ଟେଷ୍ଟରେ ହାରିବାର କିଛି ଘଣ୍ଟା ପରେ ହିଁ ସୁନ୍ଦରଙ୍କୁ ଭାରତୀୟ ଦଳରେ ସାମିଲ କରାଯିବାର ଖବର ସାମ୍ନାକୁ ଆସିଛି। ବିସିସିଆଇ ପକ୍ଷରୁ ଏକ୍ସ ପୋଷ୍ଟ କରାଯାଇ ଆନୁଷ୍ଠାନିକ ଭାବେ ଏହାର ସୂଚନା ଦିଆଯାଇ ନାହିଁ। 




ସୂଚନାଯୋଗ୍ୟ, ଓ୍ଵାଶିଂଟନ ସୁନ୍ଦର ଭାରତୀୟ ଦଳ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦରେ ୨୦୨୧ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଏ ପର୍ଯ୍ୟନ୍ତ ସେ ଭାରତ ପାଇଁ ୪ଟି ଟେଷ୍ଟ ଖେଳିଛନ୍ତି। ଏଥିରୁ ୬ଟି ଇନିଂସରେ ବ୍ୟାଟିଂ କରି ୬୬.୨୫ ହାରରେ ୨୬୫ ରନ କରିଛନ୍ତି। ଏଥିରେ ୩ ଅର୍ଦ୍ଧଶତକ ସାମିଲ। ଟେଷ୍ଟରେ ତାଙ୍କର ସର୍ବୋଚ୍ଚ ସ୍କୋର ଅପରାଜିତ ୯୬ ରନ ରହିଛି। ବୋଲିଂରେ ସେ ୬ଟି ଓ୍ଵିକେଟ୍ ନେଇଛନ୍ତି। 

ଦ୍ଵିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଯଶପ୍ରୀତ ବୁମରା(ଉପ ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଓ୍ଵାଶିଂଟନ ସୁନ୍ଦର।