ଏଠି ଲୋକଙ୍କୁ ସମ୍ପତ୍ତି ଆଧାରରେ ନ୍ୟାୟ ମିଳୁଛି : ରାହୁଲ

ନୂଆଦିଲ୍ଲୀ: ପୁଣେ ପୋର୍ସେ ଦୁର୍ଘଟଣା ମାମଲାରେ ଅଭିଯୁକ୍ତକୁ ଜାମିନ ମିଳିବା ଏବଂ ଅଭିଯୁକ୍ତକୁ ମିଳିଥିବା କୋହଳ ଦଣ୍ଡକୁ ନେଇ ବିବାଦ ହୋଇଛି। ନିଶାସକ୍ତ ଅବସ୍ଥାରେ ନିଜ ବାପାଙ୍କ ଦାମୀ କାର୍ ଚଳାଇ ୨ ଜଣଙ୍କ ଜୀବନ ନେଇ ଯାଇଥିବା ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଯେଉଁ ଦଣ୍ଡ ଦେଇଛନ୍ତି ତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ବିଜେପି ଓ କଂଗ୍ରେସ ନେତାମାନେ ଦୃଢ଼ ବିରୋଧ କରିଛନ୍ତି। ଜୁଭେନାଇଲ ଜଷ୍ଟିସ ବୋର୍ଡ […]

ଏଠି ଲୋକଙ୍କୁ ସମ୍ପତ୍ତି ଆଧାରରେ ନ୍ୟାୟ ମିଳୁଛି : ରାହୁଲ

ନୂଆଦିଲ୍ଲୀ: ପୁଣେ ପୋର୍ସେ ଦୁର୍ଘଟଣା ମାମଲାରେ ଅଭିଯୁକ୍ତକୁ ଜାମିନ ମିଳିବା ଏବଂ ଅଭିଯୁକ୍ତକୁ ମିଳିଥିବା କୋହଳ ଦଣ୍ଡକୁ ନେଇ ବିବାଦ ହୋଇଛି। ନିଶାସକ୍ତ ଅବସ୍ଥାରେ ନିଜ ବାପାଙ୍କ ଦାମୀ କାର୍ ଚଳାଇ ୨ ଜଣଙ୍କ ଜୀବନ ନେଇ ଯାଇଥିବା ନାବାଳକ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଯେଉଁ ଦଣ୍ଡ ଦେଇଛନ୍ତି ତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ବିଜେପି ଓ କଂଗ୍ରେସ ନେତାମାନେ ଦୃଢ଼ ବିରୋଧ କରିଛନ୍ତି। ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତକୁ ଦୁର୍ଘଟଣା ଉପରେ ୩୦୦ ଶବ୍ଦ ଭିତରେ ରଚନା ଲେଖିବା ଏବଂ ୧୫ ଦିନ ପାଇଁ ଟ୍ରାଫିକ୍ ପୁଲିସ ସହ କାମ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉକ୍ତ ପ୍ରସଙ୍ଗରେ ନିଜ ମତ ରଖି କହିଛନ୍ତି, ଏଠି ଲୋକଙ୍କୁ ସମ୍ପତ୍ତି ଆଧାରରେ ନ୍ୟାୟ ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ରାହୁଲ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ‘ନରେନ୍ଦ୍ର ମୋଦୀ ୨ଟି ଭାରତ ସୃଷ୍ଟି କରିଛନ୍ତି, ଯେଉଁଠାରେ ନ୍ୟାୟ ବି ସମ୍ପତ୍ତି ଉପରେ ନିର୍ଭର କରୁଛି। ରାହୁଲ କହିଛନ୍ତି, ଯଦି ଜଣେ ବସ୍, ଟ୍ରକ୍ କିମ୍ବା ଓଲା-ଉବର ଡ୍ରାଇଭର ସଡ଼କ ଦୁର୍ଘଟଣାରେ ଜଣଙ୍କୁ ଭୁଲ୍ରେ ମାରିଦେଉଛନ୍ତି ତେବେ ତାଙ୍କୁ ୧୦ ବର୍ଷ ପାଇଁ ଜେଲ୍ ପଠାଇ ଦିଆଯାଉଛି ଏବଂ ଗାଡ଼ି ଚାବି ଛଡ଼ାଇ ନିଆଯାଉଛି। କିନ୍ତୁ ଯଦି ଜଣେ ଧନୀ ପରିବାରର ୧୬-୧୭ ବର୍ଷର ପୁଅ ନିଶାସକ୍ତ ଅବସ୍ଥାରେ ପୋର୍ସେ ଚଲାଇ ୨ ଜଣଙ୍କୁ ମାରି ଦେଉଛି ତେବେ ତାକୁ ରଚନା ଲେଖିବାକୁ କୁହାଯାଉଛି। ଅନ୍ୟ ଡ୍ରାଇଭରଙ୍କୁ କ’ଣ ଏହି ସମାନ କଥା କୁହାଯିବ କି ବୋଲି ରାହୁଲ ପ୍ରଶ୍ନ କରିବା ସହ ନ୍ୟାୟ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ ବୋଲି କହିଛନ୍ତି।