ଭାଜପା ବିରୋଧରେ ପ୍ରଚାର ପତ୍ର ବାଣ୍ଟିଲା ବିଜେଡି

ବ୍ରହ୍ମପୁର,୨୬।୮(ନରସିଂହ ସାହୁ): ଭାଜପା ଗତ ନିର୍ବାଚନୀ ସଂକଳ୍ପପତ୍ରରେ ହିତାଧିକାରୀଙ୍କ ଭତ୍ତା ବୃଦ୍ଧି କରାଯିବାର ପ୍ରତିଶ୍ରୁତି ଦେଇଥିଲା। ରାଜ୍ୟରେ ସରକାର ଗଠନ ପରେ ଭାଜପା ତାହା ଭୁଲି ଯାଇଛି। ଏହାର ପ୍ରତିବାଦରେ ବ୍ରହ୍ମପୁରରେ ବିଜେଡି ପକ୍ଷରୁ ପ୍ରଚାର ପତ୍ର (ଲିଫଲେଟ) ମାଧ୍ୟମରେ ମୋହନ ମାଝୀ ସରକାର ବିରୋଧରେ ଜନ ସଚେତନତା ସୃଷ୍ଟି ଆରମ୍ଭ ହୋଇଛି। ସରକାର ପ୍ରତିଶୁ୍ରତି ପାଳନ କରିବାକୁ ବିଜେଡି ଦାବି କରିଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତବାନୀ ଦିଆଯାଇଛି। ବିଜେଡି ପକ୍ଷରୁ […] The post ଭାଜପା ବିରୋଧରେ ପ୍ରଚାର ପତ୍ର ବାଣ୍ଟିଲା ବିଜେଡି appeared first on Dharitri Odia News.

ଭାଜପା ବିରୋଧରେ ପ୍ରଚାର ପତ୍ର ବାଣ୍ଟିଲା ବିଜେଡି

ବ୍ରହ୍ମପୁର,୨୬।୮(ନରସିଂହ ସାହୁ): ଭାଜପା ଗତ ନିର୍ବାଚନୀ ସଂକଳ୍ପପତ୍ରରେ ହିତାଧିକାରୀଙ୍କ ଭତ୍ତା ବୃଦ୍ଧି କରାଯିବାର ପ୍ରତିଶ୍ରୁତି ଦେଇଥିଲା। ରାଜ୍ୟରେ ସରକାର ଗଠନ ପରେ ଭାଜପା ତାହା ଭୁଲି ଯାଇଛି। ଏହାର ପ୍ରତିବାଦରେ ବ୍ରହ୍ମପୁରରେ ବିଜେଡି ପକ୍ଷରୁ ପ୍ରଚାର ପତ୍ର (ଲିଫଲେଟ) ମାଧ୍ୟମରେ ମୋହନ ମାଝୀ ସରକାର ବିରୋଧରେ ଜନ ସଚେତନତା ସୃଷ୍ଟି ଆରମ୍ଭ ହୋଇଛି। ସରକାର ପ୍ରତିଶୁ୍ରତି ପାଳନ କରିବାକୁ ବିଜେଡି ଦାବି କରିଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତବାନୀ ଦିଆଯାଇଛି।
ବିଜେଡି ପକ୍ଷରୁ ମହିଳା, ଯୁବ, ଛାତ୍ର ଓ ଅନ୍ୟ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କୁ ନେଇ ସମନ୍ବୟ କମିଟି ଗଠନ ହୋଇଛି। କମିଟି ନାଁରେ ପ୍ରଚାର ପତ୍ର ଛପାଯାଇଛି। ସବୁ ୱାର୍ଡରେ ହଜାର ହଜାର ଲିଫଲେଟ ବଣ୍ଟା ଆରମ୍ଭ ହୋଇଛି। ଏବେ ମହାନଗର ନିଗମର ୪୨ ୱାର୍ଡ ମଧ୍ୟରୁ ୩୬ଟିରେ ବିଜେଡି କର୍ପୋରେଟର ଅଛନ୍ତି। ସେମାନଙ୍କ ଦ୍ୱାରା ଘରକୁ ଘର ବୁଲି ପ୍ରଚାର ପତ୍ର ବଣ୍ଟା ଅଭିଯାନ ଚାଲିଛି। ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ମହିଳା ବିଜେଡି ଜିଲା ସଭାନେତ୍ରୀ ତଥା ବିଇଏମ୍‌ସି ମେୟର ସଂଘମିତ୍ରା ଦଳେଇ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ବିଜେଡି କହିବାନୁସାରେ ଭତ୍ତାଧାରୀଙ୍କୁ ୩୦୦୦ ଏବଂ ବୟସ୍କ ମାନଙ୍କୁ ୩୫୦୦ ଟଙ୍କା ଦେବାର ଭାଜପା ସରକାର ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା। ତେବେ ମୋହନ ସରକାରଙ୍କ ପ୍ରଥମ ବଜେଟରେ କେବଳ ୮୦ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ମାସିକ ସାଢ଼େ ୩ ହଜାର ଟଙ୍କା ଭତ୍ତା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଅନ୍ୟ ହିତାଧିକାରୀମାନଙ୍କୁ ଏଥିରୁ ବଞ୍ଚିତ କରି ଭାଜପା ପ୍ରତାରଣା କରିଥିବା ପ୍ରଚାର ପତ୍ରରେ ଦର୍ଶାଯାଇଛି।
କେବଳ ଭତ୍ତା ବୃଦ୍ଧି ନୁହେଁ ସମସ୍ତଙ୍କୁ ମାସିକ ୩୦୦ ୟୁନିଟ ମାଗଣା ବିଦ୍ଯଯତ ମଧ୍ୟ ଛାଡ଼ କରିବାର ଭାଜପା ପ୍ରତିଶ୍ରୁତି ଦେଇଥିଲା। ତାହା ମଧ୍ୟ ଫମ୍ପା ପ୍ରତିଶୁ୍ରତିରେ ପରିଣତ ହୋଇଛି। ମହିଳାଙ୍କ ସୁଭଦ୍ରା ଯୋଜନାରେ କେଁ ରଖାଯାଇଛି। ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ସବୁ ହିତାଧିକାରୀଙ୍କୁ ଆସନ୍ତା ମାସରୁ ୩୦୦୦ ଟଙ୍କା ଲେଖାଏଁ ଦିଆନଗଲେ ଭାଜପା ସରକାର ବିରୋଧରେ ବିଜେଡି ରାଜରାସ୍ତାରେ ଆନ୍ଦୋଳନକୁ ଜୋରଦାର କରିବାର ସତର୍କ କରିଦେଇଛି।
ପ୍ରତିକ୍ରିୟାରେ ଜିଲା ଭାଜପା ସଭାପତି ଡ଼ା. ସୁବାସ ସାହୁ କହିଛନ୍ତି ବର୍ତ୍ତମାନର ସରକାର ସବୁ ପ୍ରତିଶ୍ରୁତି କ୍ରମାନ୍ବୟରେ କାର୍ଯ୍ୟକାରୀ କରିବାକୁ ଅଙ୍ଗୀକାରବଦ୍ଧ। ଗତ ନିର୍ବାଚନରେ ବିଜେଡି ଶୋଚନୀୟ ଭାବେ ପରାଜିତ ପରେ ନୂଆ ସରକାରକୁ ଟାର୍ଗେଟ କରି ବିଭ୍ରାନ୍ତିକର ପ୍ରଚାର କରୁଛି ବୋଲ ସେ ସୂଚାଇଛନ୍ତି।

The post ଭାଜପା ବିରୋଧରେ ପ୍ରଚାର ପତ୍ର ବାଣ୍ଟିଲା ବିଜେଡି appeared first on Dharitri Odia News.