ସାନଭାଇଙ୍କୁ ଗୁଳିକରି ହତ୍ୟା: ବଡ଼ଭାଇ ଗିରଫ

ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବେଡ଼ା ପଞ୍ଚାୟତ ଦେହେଡ଼ା ଗାଁରୁ ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ପୂର୍ବ ଶତ୍ରୁତାରୁ ବଡ ଭାଇଙ୍କ ବନ୍ଧୁକ ଗୁଳିରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ଘଟଣା ଶୁକ୍ରବାର ରାତିରେ ଘଟିଥିବାବେଳେ ଶନିବାର ଏହା ଲୋକଲୋଚନକୁ ଆସିଛି। ଏ ନେଇ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁକରି ହତ୍ୟାକାରୀ ବଡ଼ଭାଇଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କୃଷ୍ଣ ମାଝୀ। ସୂଚନାନୁସାରେ କୃଷ୍ଣ […] The post  ସାନଭାଇଙ୍କୁ ଗୁଳିକରି ହତ୍ୟା: ବଡ଼ଭାଇ ଗିରଫ appeared first on Dharitri Odia News.

 ସାନଭାଇଙ୍କୁ ଗୁଳିକରି ହତ୍ୟା: ବଡ଼ଭାଇ ଗିରଫ

ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବେଡ଼ା ପଞ୍ଚାୟତ ଦେହେଡ଼ା ଗାଁରୁ ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ପୂର୍ବ ଶତ୍ରୁତାରୁ ବଡ ଭାଇଙ୍କ ବନ୍ଧୁକ ଗୁଳିରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ଘଟଣା ଶୁକ୍ରବାର ରାତିରେ ଘଟିଥିବାବେଳେ ଶନିବାର ଏହା ଲୋକଲୋଚନକୁ ଆସିଛି। ଏ ନେଇ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁକରି ହତ୍ୟାକାରୀ ବଡ଼ଭାଇଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କୃଷ୍ଣ ମାଝୀ।
ସୂଚନାନୁସାରେ କୃଷ୍ଣ ଓ ତାଙ୍କ ସାନଭାଇ ପୂର୍ଣ୍ଣ ମାଝୀ (୩୫)ଙ୍କ ମଧ୍ୟରେ କୌଣସି କାରଣରୁ ଗତବର୍ଷ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୂର୍ଣ୍ଣ ଉତ୍ତ୍ୟକ୍ତ ହୋଇ କୃଷ୍ଣଙ୍କୁ ମାଡ଼ ମାରି ଆହତ କରିଦେଇଥିଲେ। ଏହି ଗଣ୍ଡଗୋଳକୁ ନେଇ ରାଗରଖି କୃଷ୍ଣ ପ୍ରତିଶୋଧ ପରାୟଣ ହୋଇ ଶୁକ୍ରବାର ରାତ୍ର ୮ଟା ସମୟରେ ପୂର୍ଣ୍ଣ ଘରେ ଶୋଇଥିବା ସମୟରେ ଦେଶୀ ବନ୍ଧୁକରେ ଗୁଳି କରିଥିଲେ। ଫଳରେ ଘଟଣାସ୍ଥଳରେ ପୂର୍ଣ୍ଣଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ଶନିବାର ସକାଳେ ପୂର୍ଣ୍ଣଙ୍କ ସ୍ତ୍ରୀ ଚୁମକି ମାଝୀ ଓ ପରିବାର ଲୋକେ ବିଶ୍ୱନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୯/୨୫) ରୁଜୁ କରିବା ସହ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତ କୃଷ୍ଣଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ହତ୍ୟାରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। କେସିଙ୍ଗା ଏସ୍‌ଡିପିଓ ଅଜୟ ଦାସ, ବିଶ୍ୱନାଥପୁର ଥାନା ଅଧିକାରୀ ମମତା ହେମ୍ବ୍ରମ, ଏସ୍‌ଆଇ ବୁଧେରାମ ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ଼ ପଠାଇଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ମମତା ହେମ୍ବ୍ରମ ପ୍ରକାଶ କରିଛନ୍ତି।

The post  ସାନଭାଇଙ୍କୁ ଗୁଳିକରି ହତ୍ୟା: ବଡ଼ଭାଇ ଗିରଫ appeared first on Dharitri Odia News.