ଅସମ୍ଭାଳ ଭିଡରେ ରାହୁଲଙ୍କ କାର୍ କାଚ ଭାଙ୍ଗିଲା
ମାଲଦା,୩୧।୧: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିଛନ୍ତି। ବୁଧବାର ଏକ ଘଟଣାରେ ରାହୁଲଙ୍କ କାରର ଗ୍ଲାସ ଭାଙ୍ଗିଯାଇଛି। ଘଟଣାଟି କାଟିହରର ଡିଏସ କଲେଜ ନିକଟରେ ଘଟିଥିଲା। ଉତ୍ସାହୀ ଜନତା ରାହୁଲଙ୍କ କାର ଉପରେ ଚଢିବାକୁ ଚେଷ୍ଟା କରୁଥିଲେ। ଫଳରେ କାରର ପଛ ଗ୍ଲାସ ଭାଙ୍ଗି ଯାଇଥିଲା। ତେବେ ଏହା ପରେ ମଧ୍ୟ ରାହୁଲ ସେହି କାରରେ ଯାତ୍ରା ଜାରି ରଖିଥିଲେ। ‘ଭାରତ ଯୋଡୋ […] The post ଅସମ୍ଭାଳ ଭିଡରେ ରାହୁଲଙ୍କ କାର୍ କାଚ ଭାଙ୍ଗିଲା appeared first on Dharitri Odia News.
ମାଲଦା,୩୧।୧: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିଛନ୍ତି। ବୁଧବାର ଏକ ଘଟଣାରେ ରାହୁଲଙ୍କ କାରର ଗ୍ଲାସ ଭାଙ୍ଗିଯାଇଛି। ଘଟଣାଟି କାଟିହରର ଡିଏସ କଲେଜ ନିକଟରେ ଘଟିଥିଲା। ଉତ୍ସାହୀ ଜନତା ରାହୁଲଙ୍କ କାର ଉପରେ ଚଢିବାକୁ ଚେଷ୍ଟା କରୁଥିଲେ। ଫଳରେ କାରର ପଛ ଗ୍ଲାସ ଭାଙ୍ଗି ଯାଇଥିଲା। ତେବେ ଏହା ପରେ ମଧ୍ୟ ରାହୁଲ ସେହି କାରରେ ଯାତ୍ରା ଜାରି ରଖିଥିଲେ।
‘ଭାରତ ଯୋଡୋ ନୟ’ ଯାତ୍ରା ବୁଧବାର ବିହାରରୁ ପଶ୍ଚିମବଙ୍ଗରେ ପହଞ୍ଚିଛି। କଂଗ୍ରେସ ଏମପି ଅଧୀର ରଂଜନ ଚୌଧୁରୀ ଅଭିଯୋଗ କରିଛନ୍ତି, ମାଲଦାର ହରିଚନ୍ଦନପୁର ଅଞ୍ଚଳରେ ରାହୁଲ ଯେଉଁ କାରରେ ଯାଉଥିଲେ ତାହାର ପଛ ୱିଣ୍ଡୋ କାଚ ପଥର ଫିଙ୍ଗିବା ପରେ ଭାଙ୍ଗି ଯାଇଥିଲା। ଏଭଳି ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ।
The post ଅସମ୍ଭାଳ ଭିଡରେ ରାହୁଲଙ୍କ କାର୍ କାଚ ଭାଙ୍ଗିଲା appeared first on Dharitri Odia News.