ବିଭିନ୍ନ ଲୋକାଭିମୁଖୀ ଯୋଜନା ନେଇ ବିଜେଡିର ଜୋର୍‌ଦାର ପ୍ରଚାର

ମୋରଡ଼ା,୨୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ବୁଧବାର ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ନିର୍ବାଚନମଣ୍ଡଳୀ ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ପଞ୍ଚାୟତରେ ବିଜେଡି ତା’ର ପ୍ରଚାର କରିଛି। ଆଜି ଅପରାହ୍ନରେ ହେଲିକପ୍ଟର ଯୋଗେ ବିଜେଡିର ବରିଷ୍ଠ ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଚିତ୍ରଡ଼ାର ପାଟପୁର ପଡ଼ିଆରେ ପହଞ୍ଚିବା ପରେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିଲା। ପ୍ରଥମେ ମୋରଡ଼ା ବିଧାୟିକା ପ୍ରାର୍ଥୀ ପ୍ରୀତିନନ୍ଦା କାନୁନ୍‌ଗୋ ଏବଂ ଏମ୍‌ପି […] The post ବିଭିନ୍ନ ଲୋକାଭିମୁଖୀ ଯୋଜନା ନେଇ ବିଜେଡିର ଜୋର୍‌ଦାର ପ୍ରଚାର appeared first on Dharitri Odia News.

ବିଭିନ୍ନ ଲୋକାଭିମୁଖୀ ଯୋଜନା ନେଇ ବିଜେଡିର ଜୋର୍‌ଦାର ପ୍ରଚାର

ମୋରଡ଼ା,୨୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ବୁଧବାର ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ନିର୍ବାଚନମଣ୍ଡଳୀ ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ପଞ୍ଚାୟତରେ ବିଜେଡି ତା’ର ପ୍ରଚାର କରିଛି।

ଆଜି ଅପରାହ୍ନରେ ହେଲିକପ୍ଟର ଯୋଗେ ବିଜେଡିର ବରିଷ୍ଠ ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଚିତ୍ରଡ଼ାର ପାଟପୁର ପଡ଼ିଆରେ ପହଞ୍ଚିବା ପରେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିଲା। ପ୍ରଥମେ ମୋରଡ଼ା ବିଧାୟିକା ପ୍ରାର୍ଥୀ ପ୍ରୀତିନନ୍ଦା କାନୁନ୍‌ଗୋ ଏବଂ ଏମ୍‌ପି ପ୍ରାର୍ଥୀ ସୁଦାମ ମାର୍ଣ୍ଡି ନିଜର ଅଭିଭାଷଣ ରଖି ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରୀ ନେଇ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହାପରେ ପାଣ୍ଡିଆନ ନିଜର ଅଭିଭାଷଣ ରଖି ମୋରଡ଼ା ମାଟି କଳା, ସଂସ୍କୃତିର ମାଟି କହିବା ସହିତ କଳା ଓ ସଂସ୍କୃତିର ଉନ୍ନତି ତଥା ରକ୍ଷାଣବେକ୍ଷଣ ପାଇଁ ନବୀନ ପଟ୍ଟନାୟକ ବିଭିନ୍ନ ଯୋଜନା କରିବା ସହିତ ଓଡ଼ିଶାବାସୀ ଖୁସି ହେଲେ ନବୀନ ପଟ୍ଟନାୟକ ଖୁସି ହୁଅନ୍ତି ବୋଲି କହିଛନ୍ତି। ଏଥି ସହିତ ଆଗାମୀ ନିର୍ବାଚନରେ ସୁଦାମ ଓ ପ୍ରୀତିନନ୍ଦାଙ୍କ ପାଇଁ ଜନସାଧାରଣଙ୍କୁ ଭୋଟ୍‌ ଭିକ୍ଷା କରିଥିଲେ।

The post ବିଭିନ୍ନ ଲୋକାଭିମୁଖୀ ଯୋଜନା ନେଇ ବିଜେଡିର ଜୋର୍‌ଦାର ପ୍ରଚାର appeared first on Dharitri Odia News.