ଥମୁନି ଦାଦନ ଦୁଃଖ: ଆନ୍ଧ୍ରପ୍ରଦେଶରରେ ଓଡ଼ିଶା ଦାଦନ ଶ୍ରମିକଙ୍କ ମୃତ୍ୟୁ
କୁନ୍ଦୁରା,୧୧।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍ କେରମେଟି ପଞ୍ଚାୟତ ସଦରର ଶୁକଦେବ ଦୁରୁଆ(୨୩)ଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ସେ ୩ ମାସ ହେଲା ଆନ୍ଧ୍ରପ୍ରଦେଶର ମଚ୍ଛଲିପାଟ୍ଟନମ୍ ଅଞ୍ଚଳରେ ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲେ। ଶୁକ୍ରବାର କାର୍ଯ୍ୟ କ୍ଷେତ୍ରରେ କୌଣସି କାରଣରୁ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ସେଠାରେ ଥିବା ସାଙ୍ଗମାନେ ଫୋନ୍କରି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ […] The post ଥମୁନି ଦାଦନ ଦୁଃଖ: ଆନ୍ଧ୍ରପ୍ରଦେଶରରେ ଓଡ଼ିଶା ଦାଦନ ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.
କୁନ୍ଦୁରା,୧୧।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍ କେରମେଟି ପଞ୍ଚାୟତ ସଦରର ଶୁକଦେବ ଦୁରୁଆ(୨୩)ଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ସେ ୩ ମାସ ହେଲା ଆନ୍ଧ୍ରପ୍ରଦେଶର ମଚ୍ଛଲିପାଟ୍ଟନମ୍ ଅଞ୍ଚଳରେ ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲେ। ଶୁକ୍ରବାର କାର୍ଯ୍ୟ କ୍ଷେତ୍ରରେ କୌଣସି କାରଣରୁ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ।
ସେଠାରେ ଥିବା ସାଙ୍ଗମାନେ ଫୋନ୍କରି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ପରେ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରବିବାର ସକାଳେ ମୃତଦେହ ତାଙ୍କ ଗ୍ରାମରେ ପହଞ୍ଚିବ ବୋଲି ପରିବାର ଲୋକେ କହିଛନ୍ତି। କାର୍ଯ୍ୟ କ୍ଷେତ୍ରରେ ମୃତ୍ୟୁ ହୋଇଥିବାରୁ ପରିବାର କ୍ଷତିପୂରଣ ଦାବି କରିଛନ୍ତି।
The post ଥମୁନି ଦାଦନ ଦୁଃଖ: ଆନ୍ଧ୍ରପ୍ରଦେଶରରେ ଓଡ଼ିଶା ଦାଦନ ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.