Video: ବିଗ୍ବସ୍ ବିଜେତା ମୁନାଓ୍ବର ଫାରୁକିଙ୍କୁ ଅଣ୍ଡାମାଡ଼
ବମ୍ବେ: ସଲମାନ ଖାନ୍ଙ୍କ ରିଆଲିଟି ଶୋ’ ବିଗ୍ବସ୍ ୧୭ର ବିଜେତା ହୋଇଥିଲେ ମୁନାଓ୍ବର ଫାରୁକି। ଏହାପରଠାରୁ ସେ ନିଜର ବ୍ୟକ୍ତିଗତ ଜୀବନ ସହ କର୍ମ ଜୀବନକୁ ନେଇ ବିବାଦରେ ଛନ୍ଦି ହେଉଥିବା ନଜର ଆସୁଛି। ଶୋ’ ଶେଷ ହୋଇଥିଲେ ହେଁ ବିବାଦ ତାଙ୍କ ପିଛା ଛାଡ଼ୁନି। ନିକଟରେ ଇଦ୍ ଅବସରରେ ତାଙ୍କ ଉପରକୁ ଅଣ୍ଡାମାଡ଼ ହୋଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବୁଧବାର ଇଦ ଅବସରରେ ମୁନାଓ୍ବରଙ୍କୁ ଏକ ରେଷ୍ଟୁରାଣ୍ଟ ମାଲିକ ମୀନାରା ମସ୍ଜିଦ […] The post Video: ବିଗ୍ବସ୍ ବିଜେତା ମୁନାଓ୍ବର ଫାରୁକିଙ୍କୁ ଅଣ୍ଡାମାଡ଼ appeared first on Dharitri Odia News.
ବମ୍ବେ: ସଲମାନ ଖାନ୍ଙ୍କ ରିଆଲିଟି ଶୋ’ ବିଗ୍ବସ୍ ୧୭ର ବିଜେତା ହୋଇଥିଲେ ମୁନାଓ୍ବର ଫାରୁକି। ଏହାପରଠାରୁ ସେ ନିଜର ବ୍ୟକ୍ତିଗତ ଜୀବନ ସହ କର୍ମ ଜୀବନକୁ ନେଇ ବିବାଦରେ ଛନ୍ଦି ହେଉଥିବା ନଜର ଆସୁଛି। ଶୋ’ ଶେଷ ହୋଇଥିଲେ ହେଁ ବିବାଦ ତାଙ୍କ ପିଛା ଛାଡ଼ୁନି। ନିକଟରେ ଇଦ୍ ଅବସରରେ ତାଙ୍କ ଉପରକୁ ଅଣ୍ଡାମାଡ଼ ହୋଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ବୁଧବାର ଇଦ ଅବସରରେ ମୁନାଓ୍ବରଙ୍କୁ ଏକ ରେଷ୍ଟୁରାଣ୍ଟ ମାଲିକ ମୀନାରା ମସ୍ଜିଦ ଅଞ୍ଚଳରେ ଥିବା ନିଜ ରେଷ୍ଟୁରାଣ୍ଟକୁ ନିମନ୍ତ୍ରଣ କରିଥିଲେ। ହେଲେ ମୁନାଓ୍ବର ନିକଟରେ ଥିବା ଅନ୍ୟ ଏକ ରେଷ୍ଟୁରାଣ୍ଟକୁ ଚାଲି ଯାଇଥିଲେ। ଏହାକୁ ନେଇ ତାଙ୍କୁ ଅଣ୍ଡାମାଡ଼ ହୋଇଛି। ପରେ ସେଠାରେ ମୁନାଓ୍ବର ରାଗରେ ନିଆଁବାଣ ହୋଇଥିବା ଦେଖାଯାଉଛି।
ଏହି ଘଟଣା ପରେ ଉକ୍ତ ସ୍ଥାନରେ ଲୋକଙ୍କ ଗହଳି ବଢ଼ିଥିଲା। ପରେ ନିମନ୍ତ୍ରଣ କରିଥିବା ରେଷ୍ଟୁରାଣ୍ଟ ମାଲିକ ଏବଂ ତାଙ୍କ ୫ ଜଣ କର୍ମଚାରୀଙ୍କ ଉପରେ ମୁନାଓ୍ବରଙ୍କ ଉପରେ ଅଣ୍ଡାମାଡ଼ କରିଥିବା ମାମଲା ରୁଜୁ ହୋଇଛି। ପୂର୍ବରୁ ମୁନାଓ୍ବରଙ୍କୁ ହୁକ୍କା ଓ୍ବାର ପାର୍ଲର ମାମଲାରେ ପୋଲିସ ଅଟକ ରଖିଥିଲା।
Kalesh b/w Public and Munawar Faruqi’s at Mashaallah Restaurant Followed by Egg-Throwing Incident”
pic.twitter.com/90vtRmdMSG— Ghar Ke Kalesh (@gharkekalesh) April 10, 2024
The post Video: ବିଗ୍ବସ୍ ବିଜେତା ମୁନାଓ୍ବର ଫାରୁକିଙ୍କୁ ଅଣ୍ଡାମାଡ଼ appeared first on Dharitri Odia News.