ମାଟିତଳୁ ମିଳିଲା ବୃଦ୍ଧାଙ୍କ ମୃତଦେହ
ବଇଣ୍ଡା,୧୩ା୧(ପରୀକ୍ଷିତ ସାହୁ): ଅନୁଗୋଳ ଜଲା କିଶୋରନଗର ଥାନା ଘୋଷର ଗ୍ରାମର ପଙ୍କଜିନୀ ପ୍ରଧାନ (୭୫)ଙ୍କ ମୃତଦେହ ଶନିବାର କିଶୋରନଗର ପୋଲିସ ମାଟିତଳୁ ଜବତ କରିଛି। ଏ ନେଇ ନମ୍ବର ୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ପୋଲିସ କହିଛି, କିଛିଦିନ ତଳେ ପଙ୍କଜିନୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ ପୁଅ ଅବନୀ ପ୍ରଧାନ ମୃତଦେହ ଦାହ କରିବା ପରିବର୍ତ୍ତେ ଘର ନିକଟରେ ଥିବା ଏକ ସ୍ଥାନରେ ପୋତି ଦେଇଥିଲେ। ପଙ୍କଜିନୀଙ୍କୁ ହତ୍ୟା […] The post ମାଟିତଳୁ ମିଳିଲା ବୃଦ୍ଧାଙ୍କ ମୃତଦେହ appeared first on Dharitri Odia News.
ବଇଣ୍ଡା,୧୩ା୧(ପରୀକ୍ଷିତ ସାହୁ): ଅନୁଗୋଳ ଜଲା କିଶୋରନଗର ଥାନା ଘୋଷର ଗ୍ରାମର ପଙ୍କଜିନୀ ପ୍ରଧାନ (୭୫)ଙ୍କ ମୃତଦେହ ଶନିବାର କିଶୋରନଗର ପୋଲିସ ମାଟିତଳୁ ଜବତ କରିଛି। ଏ ନେଇ ନମ୍ବର ୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ପୋଲିସ କହିଛି, କିଛିଦିନ ତଳେ ପଙ୍କଜିନୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ ପୁଅ ଅବନୀ ପ୍ରଧାନ ମୃତଦେହ ଦାହ କରିବା ପରିବର୍ତ୍ତେ ଘର ନିକଟରେ ଥିବା ଏକ ସ୍ଥାନରେ ପୋତି ଦେଇଥିଲେ। ପଙ୍କଜିନୀଙ୍କୁ ହତ୍ୟା କରାଯାଇଥିବା ଗ୍ରାମବାସୀ ସନ୍ଦେହ କରିବା ପରେ ପଙ୍କଜିନୀଙ୍କ ଭାଇ କରେଇକାନୀ ଗ୍ରାମର ବାରୁଧର ପ୍ରଧାନ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପରେ କିଶୋରନଗର ଆଇଆଇସି ବିଭୂତି ପ୍ରଧାନ, ମାଜିଷ୍ଟ୍ରେଟ୍ ଭାବେ କିଶୋରନଗର ତହସିଲଦାର ଶାନ୍ତି ସ୍ବରୂପ ମିଶ୍ର, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ପଙ୍କଜିନୀଙ୍କ ମୃତଦେହ ଜବତ କରିଥିଲେ। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।
The post ମାଟିତଳୁ ମିଳିଲା ବୃଦ୍ଧାଙ୍କ ମୃତଦେହ appeared first on Dharitri Odia News.