ଏହି ଦିନ ଘୋଷଣା ହେବ ଲୋକ ସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୫।୩: ଲୋକ ସଭା ନିର୍ବାଚନକୁ ନେଇ ୧୪-୧୫ ମାର୍ଚ୍ଚରୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇପାରେ। ସୂତ୍ରରୁ ପ୍ରକାଶ ଯେ, ନିର୍ବାଚନ ଆୟୋଗ ଖୁବ୍‌ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲର ଦ୍ୱିତୀୟ ସପ୍ତାହରେ ହୋଇପାରେ। ୨୦୧୯ ଭଳି ଏଥର ମଧ୍ୟ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଲୋକ ସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ନିର୍ବାଚନ ଆୟୋଗ ମଙ୍ଗଳବାର (ମାର୍ଚ୍ଚ ୫) ରେ ଏକ ଖବରଦାତା ସମ୍ମିଳନୀ ମଧ୍ୟ କରିବେ। […] The post ଏହି ଦିନ ଘୋଷଣା ହେବ ଲୋକ ସଭା ନିର୍ବାଚନ ତାରିଖ appeared first on Dharitri Odia News.

ଏହି ଦିନ ଘୋଷଣା ହେବ ଲୋକ ସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୫।୩: ଲୋକ ସଭା ନିର୍ବାଚନକୁ ନେଇ ୧୪-୧୫ ମାର୍ଚ୍ଚରୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇପାରେ। ସୂତ୍ରରୁ ପ୍ରକାଶ ଯେ, ନିର୍ବାଚନ ଆୟୋଗ ଖୁବ୍‌ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲର ଦ୍ୱିତୀୟ ସପ୍ତାହରେ ହୋଇପାରେ। ୨୦୧୯ ଭଳି ଏଥର ମଧ୍ୟ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ।

ଲୋକ ସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ନିର୍ବାଚନ ଆୟୋଗ ମଙ୍ଗଳବାର (ମାର୍ଚ୍ଚ ୫) ରେ ଏକ ଖବରଦାତା ସମ୍ମିଳନୀ ମଧ୍ୟ କରିବେ। ତେବେ ଖବରଦାତା ସମ୍ମିଳନୀରେ ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନ ତାରିଖ ଘୋଷଣା କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ସୂଚନାନୁସାରେ, ଆସନ୍ତା ସପ୍ତାହରେ ନିର୍ବାଚନ କମିଶନ ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି। ବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିର ଆକଳନ ପାଇଁ ନିର୍ବାଚନ ଆୟୋଗ ଅନେକ ରାଜ୍ୟ ଗସ୍ତରେ ଅଛନ୍ତି। ସମସ୍ତ ରାଜ୍ୟରେ ପ୍ରସ୍ତୁତିର ଆକଳନ ପରେ ହିଁ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ।

The post ଏହି ଦିନ ଘୋଷଣା ହେବ ଲୋକ ସଭା ନିର୍ବାଚନ ତାରିଖ appeared first on Dharitri Odia News.