ବୈଶାଳୀ ଜିତିଲେ ଓ୍ବାଲର୍‌ଡ ବ୍ଲିଜ୍‌ ବ୍ରୋଞ୍ଜ

ନ୍ୟୁୟର୍କ, ୨।୧ (ପି.ଟି.): ଭାରତର ବୈଶାଳୀ ଓ୍ବାଲର୍‌ଡ ବ୍ଲିଜ୍‌ ଚେସ୍‌ ଚାମ୍ପିୟନଶିପ୍‌ର ମହିଳା ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ରାପିଡ ଇଭେଣ୍ଟରେ କୋନେରୁ ହମ୍ପି ଟାଇଟଲ ଜିତିଥିବାବେଳେ ବୈଶାଳୀଙ୍କ ଏହି ସଫଳତା ଯୋଗୁ ଭାରତ ପାଇଁ ଟୁର୍ନାମେଣ୍ଟ ସ୍ମରଣୀୟ ହୋଇଛି। କ୍ୱାର୍ଟର ଫାଇନାଲରେ ଚାଇନାର ଝୁ ଜିନେରଙ୍କୁ ବୈଶାଳୀ ୨.୫-୧.୫ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ମାତ୍ର ସେଥିରେ ଅନ୍ୟତମ ଚାଇନିଜ ପ୍ରତିଦ୍ୱନ୍ଦ୍ୱୀ ଜୁ ଓ୍ବେନଜୁନଙ୍କଠାରୁ ୦.୫-୨.୫ରେ ପରାଜିତ ହୋଇଥିଲେ। ଅଲ୍‌ ଚାଇନିଜ୍‌ ଫାଇନାଲରେ ଓ୍ବେନଜୁନ […] The post ବୈଶାଳୀ ଜିତିଲେ ଓ୍ବାଲର୍‌ଡ ବ୍ଲିଜ୍‌ ବ୍ରୋଞ୍ଜ appeared first on Dharitri Odia News.

ବୈଶାଳୀ ଜିତିଲେ ଓ୍ବାଲର୍‌ଡ ବ୍ଲିଜ୍‌ ବ୍ରୋଞ୍ଜ

ନ୍ୟୁୟର୍କ, ୨।୧ (ପି.ଟି.): ଭାରତର ବୈଶାଳୀ ଓ୍ବାଲର୍‌ଡ ବ୍ଲିଜ୍‌ ଚେସ୍‌ ଚାମ୍ପିୟନଶିପ୍‌ର ମହିଳା ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ରାପିଡ ଇଭେଣ୍ଟରେ କୋନେରୁ ହମ୍ପି ଟାଇଟଲ ଜିତିଥିବାବେଳେ ବୈଶାଳୀଙ୍କ ଏହି ସଫଳତା ଯୋଗୁ ଭାରତ ପାଇଁ ଟୁର୍ନାମେଣ୍ଟ ସ୍ମରଣୀୟ ହୋଇଛି। କ୍ୱାର୍ଟର ଫାଇନାଲରେ ଚାଇନାର ଝୁ ଜିନେରଙ୍କୁ ବୈଶାଳୀ ୨.୫-୧.୫ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ମାତ୍ର ସେଥିରେ ଅନ୍ୟତମ ଚାଇନିଜ ପ୍ରତିଦ୍ୱନ୍ଦ୍ୱୀ ଜୁ ଓ୍ବେନଜୁନଙ୍କଠାରୁ ୦.୫-୨.୫ରେ ପରାଜିତ ହୋଇଥିଲେ। ଅଲ୍‌ ଚାଇନିଜ୍‌ ଫାଇନାଲରେ ଓ୍ବେନଜୁନ ୩.୫-୨.୫ରେ ଲେଇ ଟିଙ୍ଗଜିଙ୍କୁ ହରାଇ ଟାଇଟଲ ହାସଲ କରିଥିଲେ। ବୈଶାଳୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ୫ ଥର ବିଶ୍ୱ ଚାମ୍ପିୟନ ଏବଂ ଅନ୍ତର୍ଜାତୀୟ ଚେସ୍‌ ଫେଡେରେଶନ (ଫିଡେ) ଉପସଭାପତି ବିଶ୍ୱନାଥନ ଆନନ୍ଦ। ଚମତ୍କାର ପ୍ରଦର୍ଶନ କରି ବୈଶାଳୀ ଆମ ସମସ୍ତଙ୍କୁ ଗର୍ବିତ କରିଛନ୍ତି ବୋଲି ଆନନ୍ଦ କହିଛନ୍ତି। ପୁରୁଷ ବିଭାଗରେ ବିଶ୍ୱର ନମ୍ବର ଓ୍ବାନ ମାଗ୍ନସ କାର୍ଲସେନ ଓ ରୁଷିଆର ଇଆନ ନେପୋମନିଆଚି ଯୁଗ୍ମ ବିଜେତା ଘୋଷିତ ହୋଇଛନ୍ତି। ସଡନ୍‌ଡେଥ୍‌ ପର୍ଯ୍ୟାୟରେ ୩ଟି ଗେମ୍‌ ପରେ ମଧ୍ୟ ଫଳାଫଳ ନ ମିଳିବାରୁ ଏଫରି ନିଷ୍ପତ୍ତି ନିଆଯାଇଥିଲା। ପ୍ରତିଯୋଗିତା ଇତିହାସରେ ପ୍ରଥମଥର ପାଇଁ ୨ ଜଣ ଖେଳାଳିଙ୍କୁ ବିଜେତା ଘୋଷଣା କରାଯାଇଛି। ଫିଡେର ଡ୍ରେସ୍‌ କୋଡ୍‌ ଉଲ୍ଲଂଘନ ଅଭିଯୋଗରେ କାର୍ଲସେନଙ୍କୁ ରାପିଡ୍‌ ଚାମ୍ପିୟନଶିପ୍‌ ଅଧାରୁ ବିଦା ହେବାକୁ ପଡ଼ିଥିଲା। କାର୍ଲସେନ ଜିନ୍‌ ପିନ୍ଧି ଖେଳିବାକୁ ଆସିଥିଲେ। ଫର୍ମାଲ ଟ୍ରାଉଜର ପିନ୍ଧି ଖେଳିବାକୁ କୁହାଯାଇଥିଲେ ହେଁ ତାହା ସେ ମାନି ନ ଥିଲେ। ଫଳରେ ଫିଡେ ତାଙ୍କୁ ଅଯୋଗ୍ୟ ଘୋଷିତ କରିଥିଲା। ତେବେ ବ୍ଲିଜ୍‌ ଟୁର୍ନାମେଣ୍ଟରେ ତାଙ୍କୁ ଜିନ୍‌ ପିନ୍ଧିବାକୁ ଅନୁମତି ମିଳିଥିଲା।

The post ବୈଶାଳୀ ଜିତିଲେ ଓ୍ବାଲର୍‌ଡ ବ୍ଲିଜ୍‌ ବ୍ରୋଞ୍ଜ appeared first on Dharitri Odia News.