ସେବାଶ୍ରମରେ ତାଲା ପକାଇ ଫାଟକ ସାମ୍ନାରେ ଧାରଣାରେ ବସିଲେ ଅଭିଭାବକ, ଦାବି ପୂରଣ ନ ହେଲେ…
ଦାରିଙ୍ଗବାଡ଼ି,୨୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ସରକାରୀ ସେବାଶ୍ରମକୁ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଅଭିଭାବକ ଓ ପଞ୍ଚାୟତ ଅଞ୍ଚଳବାସୀ। ଶିକ୍ଷକ ଅଭାବକୁ ପୁରଣ କରିବା ସେମାନଙ୍କ ମୁଖ୍ୟ ଦାବି ହୋଇଥିବା ବେଳେ ବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ଆନ୍ଦୋଳନ କରାଯାଇଥିବା କୁହାଯାଇଛି। ଅଭିଭାବକ ଓ ପଞ୍ଚାୟତ ଅଞ୍ଚଳବାସୀ ବିଦ୍ୟାଳୟରେ ୮ ଜଣ ଶିକ୍ଷୟିତ୍ରୀ/ଶିକ୍ଷକ ଆବଶ୍ୟକସ୍ଥଳେ ପ୍ରଧାନଶିକ୍ଷକଙ୍କୁ ମିଶାଇ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଥିଲେ। ଏନେଇ ଅଞ୍ଚଳବାସୀ […] The post ସେବାଶ୍ରମରେ ତାଲା ପକାଇ ଫାଟକ ସାମ୍ନାରେ ଧାରଣାରେ ବସିଲେ ଅଭିଭାବକ, ଦାବି ପୂରଣ ନ ହେଲେ… appeared first on Dharitri Odia News.
ଦାରିଙ୍ଗବାଡ଼ି,୨୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ସରକାରୀ ସେବାଶ୍ରମକୁ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଅଭିଭାବକ ଓ ପଞ୍ଚାୟତ ଅଞ୍ଚଳବାସୀ। ଶିକ୍ଷକ ଅଭାବକୁ ପୁରଣ କରିବା ସେମାନଙ୍କ ମୁଖ୍ୟ ଦାବି ହୋଇଥିବା ବେଳେ ବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ଆନ୍ଦୋଳନ କରାଯାଇଥିବା କୁହାଯାଇଛି। ଅଭିଭାବକ ଓ ପଞ୍ଚାୟତ ଅଞ୍ଚଳବାସୀ ବିଦ୍ୟାଳୟରେ ୮ ଜଣ ଶିକ୍ଷୟିତ୍ରୀ/ଶିକ୍ଷକ ଆବଶ୍ୟକସ୍ଥଳେ ପ୍ରଧାନଶିକ୍ଷକଙ୍କୁ ମିଶାଇ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଥିଲେ। ଏନେଇ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲାପାଳ, ଜିଲା ମଙ୍ଗଳ ଅଧିକାରୀ, ସ୍ଥାନୀୟ ବିଡିଓଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ଏବେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ମିଶାଇ ମାତ୍ର ୩ ଜଣ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଇବାକୁ ରହିଥିବା ବେଳେ ପ୍ରଧାନଶିକ୍ଷକଙ୍କୁ ଅନେକ ସରକାରୀ କାର୍ଯ୍ୟ ବିଭିନ୍ନ ତାଲିମ ଆଦିରେ ବ୍ୟସ୍ତ ରହୁଥିବା ବେଳେ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ୮ ଟା ଶ୍ରେଣୀକୁ ପାଠ ପଢ଼ାଇବା ସମ୍ଭବ ହେଉନାହିଁ। ୨ଟି ଶ୍ରେଣୀରେ ପାଠ ପଢ଼ାଉଥିବା ବେଳେ ଆଉ ୬ଟି ଶ୍ରେଣୀର ଛାତ୍ରୀଛାତ୍ର ବସିବସି ଆସୁଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତ। ଜିଲା ପ୍ରଶାସନ ଚଳିତ ମାସ ୧୫ ସୁଦ୍ଧା ସମସ୍ତ ଶିକ୍ଷକ ପଦବୀ ପୁରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏବେ ସୁଦ୍ଧା ଆହୁରି ୫ ଜଣ ଶିକ୍ଷୟିତ୍ରୀ/ଶିକ୍ଷକ ପଦବୀ ପୂରଣ କରାଯିବା ପାଇଁ ଆନ୍ଦୋଳନକାରୀମାନେ ଦାବି କରି ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ବାହାରେ ଛାତ୍ରୀଛାତ୍ରଙ୍କୁ ଅଭିଭାବକମାନେ ପାଠ ପଢ଼ାଉଛନ୍ତି। ତେବେ ସେବାଶ୍ରମର ହଷ୍ଟେଲ ଭିତରେ ରହିଥିବା ଛାତ୍ରୀଛାତ୍ର ଭିତରେ ଶ୍ରେଣୀ କୋଠାରି ଭିତରେ ପାଠ ପଢ଼ୁଥିବା ବେଳେ ଛାତ୍ରୀଛାତ୍ର ମୁଖ୍ୟ ଫାଟକ ବାହାରେ ପାଲ ତଳେ ଝିପିଝିପି ବର୍ଷାରେ ପାଠ ପଢୁଛନ୍ତି। ତାଙ୍କୁ ଗାଁର ଶିକ୍ଷିତ ଯୁବକ ସଞ୍ଜୀପ ବେହେରା ପଢ଼ାଉଛନ୍ତି। ଏହି ଆନ୍ଦୋଳନରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲୋକନାଥ ପ୍ରଧାନ, ଅନ୍ତରଙ୍ଗ ଯୁବ ସଂଘର ଜିଲା ସଭାପତି ଦିଲୀପ କୁମାର ସାହୁ, ନୀଳାମ୍ବର ନାୟକ, ସୁବେଦାର ପ୍ରଧାନ, ସୁନୀଲ ଦିଗାଲ, ବିଷ୍ଣୁ ନାୟକ, ସୁଜାତା ସାହୁ, ଅନିତା ପ୍ରଧାନ, ସମିତା ନାୟକ, ଲିପିକା ପ୍ରଧାନ, ସୁନିତା ପ୍ରଧାନ ଧରଣୀ ନାୟକ, ମାରେନି ବଳିୟାରସିଂ ପ୍ରମୁଖ ସାମିଲ ହୋଇଥିଲେ।
The post ସେବାଶ୍ରମରେ ତାଲା ପକାଇ ଫାଟକ ସାମ୍ନାରେ ଧାରଣାରେ ବସିଲେ ଅଭିଭାବକ, ଦାବି ପୂରଣ ନ ହେଲେ… appeared first on Dharitri Odia News.