ଛାତ୍ରୀଙ୍କ ସାଇକେଲ ଚୋରି ବେଳେ ଧରିଲେ ଲୋକେ
ତିହିଡ଼ି,୬ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାର ସହ ବିଭିନ୍ନ ଅଞ୍ଚଳରୁ ସାଇକେଲ ଚୋରି କରୁଥିବା ଜଣେ ଯୁବକଙ୍କୁ ତିହିଡ଼ି ପୋଲିସ ଶନିବାର ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଯୁବକ ହେଲେ ବାଂଶଡ଼ା ଥାନା ଅଧୀନ ନୂଆଗାଁ ଗ୍ରାମର ଅକ୍ଷୟ ମହାଳିକ। ସେ ତିହିଡ଼ି ବଜାରସ୍ଥିତ ୟୁକୋ ବ୍ୟାଙ୍କ ସାମ୍ନାରୁ କାଳିମେଘା ଗ୍ରାମର ଲକ୍ଷ୍ମୀପ୍ରିୟା ସାହୁ ନାମ୍ନୀ ଛାତ୍ରୀଙ୍କ ସାଇକେଲ ଚୋରି କରୁଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଧରି ପୋଲିସ ଜିମା ଦେଇଥିଲେ। […] The post ଛାତ୍ରୀଙ୍କ ସାଇକେଲ ଚୋରି ବେଳେ ଧରିଲେ ଲୋକେ appeared first on Dharitri Odia News.
ତିହିଡ଼ି,୬ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାର ସହ ବିଭିନ୍ନ ଅଞ୍ଚଳରୁ ସାଇକେଲ ଚୋରି କରୁଥିବା ଜଣେ ଯୁବକଙ୍କୁ ତିହିଡ଼ି ପୋଲିସ ଶନିବାର ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଯୁବକ ହେଲେ ବାଂଶଡ଼ା ଥାନା ଅଧୀନ ନୂଆଗାଁ ଗ୍ରାମର ଅକ୍ଷୟ ମହାଳିକ। ସେ ତିହିଡ଼ି ବଜାରସ୍ଥିତ ୟୁକୋ ବ୍ୟାଙ୍କ ସାମ୍ନାରୁ କାଳିମେଘା ଗ୍ରାମର ଲକ୍ଷ୍ମୀପ୍ରିୟା ସାହୁ ନାମ୍ନୀ ଛାତ୍ରୀଙ୍କ ସାଇକେଲ ଚୋରି କରୁଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଧରି ପୋଲିସ ଜିମା ଦେଇଥିଲେ।
ଯୁବତୀଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା(ନଂ.୩୧୭/୨୪) ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ଗତ ୬ ମାସ ହେଲା ଅକ୍ଷୟ ସାଇକେଲ ଚୋରିରେ ସମ୍ପୃକ୍ତ। ବିଶେଷକରି କଲେଜ ଛାତ୍ରୀଛାତ୍ରଙ୍କ ଉପରେ ଟାର୍ଗେଟ୍ କରୁଥିଲେ। ପୋଲିସ ତାଙ୍କ ଘର ନିକଟସ୍ଥ ଏକ କେନାଲ ପାର୍ଶ୍ୱରୁ ୭ଟି ସାଇକେଲ ଜବତ କରିଛି।
The post ଛାତ୍ରୀଙ୍କ ସାଇକେଲ ଚୋରି ବେଳେ ଧରିଲେ ଲୋକେ appeared first on Dharitri Odia News.