ଶିନାବାତ୍ରା ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ମାତ୍ର ୩୭ ବର୍ଷ ବୟସରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି ପାଇତୋଙ୍ଗତାର୍ନ ଶିନାବାତ୍ରା । ପୂର୍ବ ପ୍ରଧାନମନ୍ତ୍ରୀ... The post ଶିନାବାତ୍ରା ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ appeared first on .
ନନ୍ଦିଘୋଷ ବ୍ୟୁରୋ: ମାତ୍ର ୩୭ ବର୍ଷ ବୟସରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି ପାଇତୋଙ୍ଗତାର୍ନ ଶିନାବାତ୍ରା । ପୂର୍ବ ପ୍ରଧାନମନ୍ତ୍ରୀ ତଥା ଅରବପତିଙ୍କର ଝିଅ ପାଇତୋଙ୍ଗତାର୍ନ ଥାଇଲାଣ୍ଡର ନେତୃତ୍ବ ନେଇ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ବନିଯାଇଛନ୍ତି । ଗତ ଶୁକ୍ରବାର ପାଇତୋଙ୍ଗତାର୍ନ ଥାଇଲାଣ୍ଡ ସଂସଦର ମଞ୍ଜୁରୀ ପରେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଥାଇଲ୍ୟାଣ୍ଡ ସୁପ୍ରିମକୋର୍ଟ ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନଙ୍କୁ ପଦରୁ ବହିଷ୍କାର କରିଥିଲେ। ଶେଥ୍ରା ଜଣେ ପୂର୍ବତନ ଅପରାଧୀଙ୍କୁ କ୍ୟାବିନେଟରେ ନିଯୁକ୍ତ ଦେବାରୁ ଏହାକୁ ନୈତିକ ନିୟମ ଉଲ୍ଲଂଘନ ଦର୍ଶାଇ ସୁପ୍ରିମକୋର୍ଟ ତାଙ୍କୁ ବହିଷ୍କାର କରିଛନ୍ତି।
ଏହାପରେ ସଂସଦର ନିଷ୍ପତ୍ତି କ୍ରମେ ଶିନାବାତ୍ରାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ଏପରି ହେଲେ ଶିନାବାତ୍ରା ହେବେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ, ଯିଏକି ମାତ୍ର 37 ବର୍ଷ ବୟସରେ ଏହି ଆସନ ଅଳଙ୍କୃତ କରିଛନ୍ତି। ପାଇତୋଙ୍ଗତାର୍ନ ହେଉଛନ୍ତି ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅରବପତି ଥାକସିନ୍ ଶିନାବାତ୍ରାଙ୍କ ସାନ ଝିଅ। ପାଇତୋଙ୍ଗତାର୍ନ 1986ରେ ବ୍ୟାଙ୍କକକରେ ଜନ୍ମ ଗ୍ରହଣ କରିଥିଲେ।
କେବଳ ତାଙ୍କ ବାପା ନୁହନ୍ତି, ଶିନାବାତ୍ରା ପରିବାରର ସେ ହେଉଛନ୍ତି ଚତୁର୍ଥ ସଦସ୍ୟ ଯିଏକି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ତାଙ୍କ ଖୁଡ଼ି ଏବଂ ଦାଦା ଶ୍ୱଶୁର ମଧ୍ୟ ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ।
ପାଇତୋଙ୍ଗତାର୍ନ ରାଜନୀତି ବିଜ୍ଞାନରେ ଯୁକ୍ତ ତିନି ପାସ୍ କରିବା ପରେ ହୋଟେଲ ମ୍ୟାନେଜମେଣ୍ଟ କରିଥିଲେ। ଜଣେ ବ୍ୟବସାୟୀ ଭାବେ ମଧ୍ୟ ଖୁବ୍ ପରିଚିତ । ଏଥିସହ ରାଜନୀତିରେ ମଧ୍ୟ ତାଙ୍କର ପ୍ରତ୍ୟେକ୍ଷ ଯୋଗଦାନ ରହିଥିଲା। ଗତ ନିର୍ବାଚନରେ ଗର୍ଭବତୀ ଥାଇ ମଧ୍ୟ ଜୋରଦାର ପ୍ରଚାର କରିଥିଲେ।
ପାଇତୋଙ୍ଗତାର୍ନ 2019ରେ ପିତାକା ସୁକୱାତଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। କୁହାଯାଏ ଯେ, ଥାଇଲ୍ୟାଣ୍ଡ ରାଜନୀତିରେ ପାଇତୋଙ୍ଗତାର୍ନ ଖୁବ୍ ଲୋକପ୍ରିୟ। ତେବେ ଦେଶର ରାଜନୈତିକ ଅସ୍ଥିରତା ସମୟରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି, ଯାହା ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ।
The post ଶିନାବାତ୍ରା ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ appeared first on .