ବାଂଲାଦେଶକୁ ଆଦାନୀଙ୍କ ଚେତାବନୀ : ବକେୟା ନ ଦେଲେ ନଭେମ୍ବର ୭ ସୁଦ୍ଧା କଟିବ ବିଜୁଳି
ମୁମ୍ବାଇ : ବକେୟା ବିଦ୍ୟୁତ୍ ରାଶି ପୈଠ କରିବାରେ ବିଳମ୍ବ କରୁଛନ୍ତି ବାଂଲାଦେଶ ସରକାର। ଏଥିପାଇଁ ଏବେ ବାଂଲାଦେଶକୁ ବିଦ୍ୟୁତ ଯୋଗାଣ ରୋକିବାକୁ ନୋଟିସ୍ ଦେଇଛି ଗୌତମ ଆଦାନୀଙ୍କ କମ୍ପାନୀ ଆଦାନୀ ପାୱାର। କମ୍ପାନୀ ବାଂଲାଦେଶକୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଶେଷ ସମୟସୀମା ଦେଇଛି। ଯଦି ଏହି ସମୟ ସୁଦ୍ଧା ବାଂଲାଦେଶ ସରକାର ବକେୟା ବିଦ୍ୟୁତ ବିଲ୍ ପୈଠ ନ କରନ୍ତି ତେବେ ବାଂଲାଦେଶକୁ ଆଦାନୀ ପାୱାର ବିଦ୍ୟୁତ ଯୋଗାଣ ବନ୍ଦ କରିଦେବ। ବାଂଲାଦେଶ ଉପରେ ଆଦାନୀ […]

ମୁମ୍ବାଇ : ବକେୟା ବିଦ୍ୟୁତ୍ ରାଶି ପୈଠ କରିବାରେ ବିଳମ୍ବ କରୁଛନ୍ତି ବାଂଲାଦେଶ ସରକାର। ଏଥିପାଇଁ ଏବେ ବାଂଲାଦେଶକୁ ବିଦ୍ୟୁତ ଯୋଗାଣ ରୋକିବାକୁ ନୋଟିସ୍ ଦେଇଛି ଗୌତମ ଆଦାନୀଙ୍କ କମ୍ପାନୀ ଆଦାନୀ ପାୱାର। କମ୍ପାନୀ ବାଂଲାଦେଶକୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଶେଷ ସମୟସୀମା ଦେଇଛି। ଯଦି ଏହି ସମୟ ସୁଦ୍ଧା ବାଂଲାଦେଶ ସରକାର ବକେୟା ବିଦ୍ୟୁତ ବିଲ୍ ପୈଠ ନ କରନ୍ତି ତେବେ ବାଂଲାଦେଶକୁ ଆଦାନୀ ପାୱାର ବିଦ୍ୟୁତ ଯୋଗାଣ ବନ୍ଦ କରିଦେବ।
ବାଂଲାଦେଶ ଉପରେ ଆଦାନୀ ପାୱାରର ପାଖାପାଖି ୮୫୦ ମିଲିୟନ ଡଲାର ଅର୍ଥାତ ୭,୨୦୦ କୋଟି ଟଙ୍କା ବିଦ୍ୟୁତ ବିଲ ବାକି ଅଛି। ବକେୟା ବିଦ୍ୟୁତ ବିଲ ଆଦାୟ ହୋଇ ପାରୁ ନ ଥିବାରୁ ଆଦାନୀ ପାୱାର ଗତ ଗୁରୁବାରଠାରୁ ବାଂଲାଦେଶକୁ ଯୋଗାଇ ଦିଆଯାଉଥିବା ବିଦ୍ୟୁତ ଯୋଗାଣରେ ୫୦ ପ୍ରତିଶତ ହ୍ରାସ କରିଦେଇଛି। ବାଂଲାଦେଶ ପାୱାର ଡେଭଲପମେଣ୍ଟ ବୋର୍ଡ (ବିପିଡିବି)କୁ ପ୍ରଥମେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବକେୟା ରାଶି ପୈଠ କରିବାକୁ ଓ ୧୭୦ ମିଲିୟନ ଡଲାର (ପାଖାପାଖି ୧,୫୦୦ କୋଟି ଟଙ୍କା)ର ଲେଟର ଅଫ କ୍ରେଡିଟ (ଏଲସି) ଜାରି କରିବାକୁ କୁହାଯାଇଥିଲା।
ସେହି ଅନୁସାରେ ବିପିଡିବି କୃଷି ବ୍ୟାଙ୍କ ମାଧ୍ୟମରେ ଏଲସି ଜାରି କରିବାକୁ ଉଦ୍ୟମ କରିଥିଲା। ଏହା ବିଦ୍ୟୁତ କ୍ରୟ ବୁଝାମଣାର ସର୍ତ୍ତ ଅନୁରୂପ ନ ଥିଲା। ସୂଚନା ଅନୁସାରେ ବାଂଲାଦେଶ ନିକଟରେ ଡଲାର ଅଭାବ ଯୋଗୁ ଏପରି ସମସ୍ୟା ଉପୁଜିଛି। ରିପୋର୍ଟ ଅନୁସାରେ ଅକ୍ଟୋବର ୩୧ଠାରୁ ବାଂଲାଦେଶକୁ ବିଦ୍ୟୁତ ଯୋଗାଣ ହ୍ରାସ କରିଛି। ପ୍ରଥମରୁ ସଙ୍କଟର ସାମ୍ନା କରୁଥିବା ବାଂଲାଦେଶର ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଦୋହଲି ଯଇଛି। ପାୱାରଗ୍ରିଡ ବାଂଲାଦେଶ (ପିଜିବି) ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ଆଦାନୀଙ୍କ ଗୋଡ୍ଡାସ୍ଥିତ ପ୍ଲାଣ୍ଟ ୧,୪୯୬ ମେଗାୱାଟର ସ୍ଥାପିତ କ୍ଷମତା ତୁଳନାରେ ମାତ୍ର ୭୨୪ ମେଗାୱାଟ ବିଦ୍ୟୁତ ଯୋଗାଣ କରୁଛି।