ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ, ୮୧ ହଜାର ଯାଏଁ ଅଛି ଦରମା

ଭୁବନେଶ୍ୱର,୧୪।୫: ଓଡ଼ିଶା ହାଇକୋର୍ଟରେ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଆବେଦନକାରୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ ଏଥିପାଇଁ ଅନଲାଇନରେ ଆପ୍ଲାଏ କରିପାରିବେ। ଆବେଦନର ଶେଷ ତାରିଖ ଜୁନ ୧୮ ଯାଏଁ ରହିଛି। ଏହି ପଦରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପେ’ ସ୍କେଲ ୨୫ ହଜାର ୫୦୦ ଟଙ୍କାରୁ ୮୧,୧୦୦ ଟଙ୍କା ରହିଛି। ୩୫ଟି ପଦରୁ ୧୨ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୧୦ଟି ପଦ ଅଣସଂରକ୍ଷିତ […] The post ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ, ୮୧ ହଜାର ଯାଏଁ ଅଛି ଦରମା appeared first on Dharitri Odia News.

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ, ୮୧ ହଜାର ଯାଏଁ ଅଛି ଦରମା

ଭୁବନେଶ୍ୱର,୧୪।୫: ଓଡ଼ିଶା ହାଇକୋର୍ଟରେ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଆବେଦନକାରୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ ଏଥିପାଇଁ ଅନଲାଇନରେ ଆପ୍ଲାଏ କରିପାରିବେ। ଆବେଦନର ଶେଷ ତାରିଖ ଜୁନ ୧୮ ଯାଏଁ ରହିଛି। ଏହି ପଦରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପେ’ ସ୍କେଲ ୨୫ ହଜାର ୫୦୦ ଟଙ୍କାରୁ ୮୧,୧୦୦ ଟଙ୍କା ରହିଛି।

୩୫ଟି ପଦରୁ ୧୨ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୧୦ଟି ପଦ ଅଣସଂରକ୍ଷିତ ରହିଥିବା ବେଳେ ସେଥିରୁ ୩ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। SEBCଙ୍କ ପାଇଁ ୫ଟି ପଦ ସଂରକ୍ଷିତ ରହିଥିବା ବେଳେ ସେଥରୁ ୨ଟି ସେହିବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏସଟିଙ୍କ ପାଇଁ ୧୨ଟି ପଦ ରହିଥିବାବେଳେ ସେଥିରୁ ସେହି ବର୍ଗର ମହିଳାଙ୍କ ପାଇଁ ୪ଟି ପଦ ସଂରକ୍ଷିତ ରହିଛି। ଏସିଙ୍କ ପାଇଁ ୮ଟି ପଦ ସଂରକ୍ଷିତ ଥିବାବେଳେ ସେଥିରୁ ୩ଟି ସେହିବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।

ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀ ଯେକୌଣସି ବିଷୟରେ ସ୍ବୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ପ୍ରାର୍ଥୀ ଶର୍ଟହ୍ୟାଣ୍ଡରେ ଗୋଟିଏ ମିନିଟରେ ୮୦ଟି ଶବ୍ଦ ଲେଖିପାରୁଥିବା ଆବଶ୍ୟକ। ସେହିପରି ଗୋଟିଏ ମିନିଟରେ ୪୦ଟି ଶବ୍ଦ ଟାଇପ କରିପାରୁଥିବା ଦରକାର। ତା’ସହିତ ତାଙ୍କର କମ୍ପ୍ୟୁଟର ନଲେଜ ଥିବା ଆବଶ୍ୟକ।

ପରୀକ୍ଷା ଫି’
ପ୍ରାର୍ଥୀଙ୍କୁ ପରୀକ୍ଷା ଫି’ ବାବଦକୁ ୫୦୦ ଟଙ୍କା ଦେବାକୁ ପଡ଼ିବ। ଏହାକୁ ଆଉ ଫେରସ୍ତ କରାଯିବ ନାହିଁ। ପ୍ରାର୍ଥୀ ଡେବିଟ କାର୍ଡ/କ୍ରେଡିଟ କାର୍ଡ/ନେଟ ବ୍ୟାଙ୍କିଂ ସିଷ୍ଟମ ଯୋଗେ ଏହି ଫି’ ଜମା କରିପାରିବେ।

ପରୀକ୍ଷା ପ୍ରକ୍ରିୟା
ପ୍ରଥମେ ୧୦୦ ମାର୍କର ଲିଖିତ ପରୀକ୍ଷା ହେବ। ଏଥିରେ ୨୦ ମାର୍କର ଇଂରାଜୀ ରଚନା, ୨୦ ମାର୍କର ଓଡ଼ିଆ ଇଂରାଜୀ ପ୍ୟାସେଜ ଅନୁବାଦ, ୨୦ ମାର୍କର ଇଂରାଜୀରୁ ଓଡ଼ିଆ ପ୍ୟାସେଜ ଅନୁବାଦ ଓ ୪୦ ମାର୍କର ଇଂରାଜୀ ବ୍ୟାକରଣ ପଡିବ। ଏହା ପରେ ୧୦୦ ମାର୍କର କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ ଓ ୧୦୦ ମାର୍କର ସ୍କିଲ ଟେଷ୍ଟ ହେବ।

The post ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ, ୮୧ ହଜାର ଯାଏଁ ଅଛି ଦରମା appeared first on Dharitri Odia News.