ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ ଇଚ୍ଛୁକ ଅଛନ୍ତି। ତିବ୍ଦତର ସର୍ବୋଚ୍ଚ ଧାର୍ମିକ ନେତା ଦଲାଇ ଲାମା ଏବଂ ଚାଇନା ସରକାରଙ୍କ ମଧ୍ୟରେ ଆଲୋଚନା ହୋଇସାରିଛି, କିନ୍ତୁ ତିବ୍ଦତରେ ଚାଇନା ବିରୋଧୀ ବିରୋଧ ଏବଂ ତିବ୍ଦତ ପ୍ରତି ଚଇନାର ମତଭେଦ ଯୋଗୁ ଏହି ଆଲୋଚନା ଶେଷ ହୋଇ ନାହିଁ। ସେବେଠାରୁ ଉଭୟ ପକ୍ଷ ମଧ୍ୟରେ କୌଣସି ବାର୍ତ୍ତାଳାପ […] The post ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌ appeared first on Dharitri Odia News.

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ ଇଚ୍ଛୁକ ଅଛନ୍ତି। ତିବ୍ଦତର ସର୍ବୋଚ୍ଚ ଧାର୍ମିକ ନେତା ଦଲାଇ ଲାମା ଏବଂ ଚାଇନା ସରକାରଙ୍କ ମଧ୍ୟରେ ଆଲୋଚନା ହୋଇସାରିଛି, କିନ୍ତୁ ତିବ୍ଦତରେ ଚାଇନା ବିରୋଧୀ ବିରୋଧ ଏବଂ ତିବ୍ଦତ ପ୍ରତି ଚଇନାର ମତଭେଦ ଯୋଗୁ ଏହି ଆଲୋଚନା ଶେଷ ହୋଇ ନାହିଁ। ସେବେଠାରୁ ଉଭୟ ପକ୍ଷ ମଧ୍ୟରେ କୌଣସି ବାର୍ତ୍ତାଳାପ ହୋଇ ନ ଥିଲା।
ଭାରତର ଧର୍ମଶାଳାରେ ଅବସ୍ଥିତ ତିବ୍ଦତର କେନ୍ଦ୍ରୀୟ ତିବ୍ଦତୀୟ ପ୍ରଶାସନ (ସିଟିଏ) ର ପ୍ରଧାନମନ୍ତ୍ରୀ ପେମ୍ପା ସେରିଙ୍ଗ ନିଶ୍ଚିତ କରିଛନ୍ତି, ଚାଇନା ସହିତ ଅନୌପଚାରିକ ଆଲୋଚନା ଚାଲିଛି। ତାଙ୍କ ସହକର୍ମୀମାନେ ଚାଇନା ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ବର୍ତ୍ତମାନ ଏହି କଥାବାର୍ତ୍ତାରୁ କୌଣସି ଫଳାଫଳ ଆଶା କରିବା ଭୁଲ। ଗତ ବର୍ଷ ପରଠାରୁ ଆମେ ପରଦା ପଛରେ କଥାବାର୍ତ୍ତା କରୁଛୁ, କିନ୍ତୁ ବର୍ତ୍ତମାନଠାରୁ ଏଥିରୁ କିଛି ଆଶା କରିବା ଅର୍ଥହୀନ। ଏହା ଏକ ଲମ୍ବା ପ୍ରକ୍ରିୟା।
ଶେରିଙ୍ଗ ଭାରତକୁ ଅପିଲ୍‌ କରି କହିଛନ୍ତି, ଭାରତର ବୈଦେଶିକ ନୀତି ବର୍ତ୍ତମାନ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି। ସମଗ୍ର ବିଶ୍ୱରେ ଭାରତର ପ୍ରଭାବ ମଧ୍ୟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଆମେ ଚାହୁଁଛୁ ଯେ ଭାରତ ତିବ୍ଦତ ପ୍ରସଙ୍ଗରେ ଅଧିକ ସ୍ବର ଉତ୍ତୋଳନ କରୁ।

The post ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌ appeared first on Dharitri Odia News.