ଏଟିଏମ୍ ଭାଙ୍ଗି ଲୁଟିନେଲେ, କାରକୁ ଜଙ୍ଗଲରେ ଛାଡି ଚାଲିଗଲେ
ନବରଙ୍ଗପୁର,୩୧।୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ନିକଟ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଏଟିଏମ୍ରୁ ଲୁଟ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଏଟିଏମ୍ ତାଲା ଭାଙ୍ଗି ମେଶିନ୍କୁ କଟର ମାଧ୍ୟମରେ କାଟି ନେଇଥିବା ଜଣାପଡ଼ିଛି। ତେବେ କେତେଟଙ୍କା ଏଟିଏମ୍ରୁ ଲୁଟ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ତେବେ ପୋଲିସ ଏହି ଘଟଣାରେ ବିଭିନ୍ନ […] The post ଏଟିଏମ୍ ଭାଙ୍ଗି ଲୁଟିନେଲେ, କାରକୁ ଜଙ୍ଗଲରେ ଛାଡି ଚାଲିଗଲେ appeared first on Dharitri Odia News.
ନବରଙ୍ଗପୁର,୩୧।୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ନିକଟ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଏଟିଏମ୍ରୁ ଲୁଟ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଏଟିଏମ୍ ତାଲା ଭାଙ୍ଗି ମେଶିନ୍କୁ କଟର ମାଧ୍ୟମରେ କାଟି ନେଇଥିବା ଜଣାପଡ଼ିଛି। ତେବେ କେତେଟଙ୍କା ଏଟିଏମ୍ରୁ ଲୁଟ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ତେବେ ପୋଲିସ ଏହି ଘଟଣାରେ ବିଭିନ୍ନ ସ୍ଥାରର ସିସି ଟିଭି ଫୁଟେଜ୍ ଯାଞ୍ଚ ଆରମ୍ଭ କରିଛି । ଏକ ଧଳାରଙ୍ଗର କାରରେ ଦୁର୍ବୃତ୍ତ ଆସି ଏହି ଲୁଟ କରିଥିବା ପୋଲିସ ଯାଞ୍ଚ ସମୟରେ ଜାଣିବାକୁ ପାଇଛି । ତେବେ ଡାବୁଗାଁ ସିକିଲି ଜଙ୍ଗଲ ଭିତରେ କାର ଛାଡି ଦୁର୍ବୃତ୍ତ ଚାଲିଯାଇଛନ୍ତି । ଉକ୍ତ କାରକୁ ପୋଲିସ ଜବତ କରିଛି । ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଡାବୁଗାଁ ସିକିଲି ଜଙ୍ଗଲର ସବୁଠି ପୋଲିସଫୋର୍ସ ସର୍ଚ୍ଚ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ କାର ନିକଟରେ ପହଞ୍ଚି କିଛି ନମୁନା ସଂଗ୍ରହ କରି ଅଧିକ ଯାଞ୍ଚ କରୁଛି।
The post ଏଟିଏମ୍ ଭାଙ୍ଗି ଲୁଟିନେଲେ, କାରକୁ ଜଙ୍ଗଲରେ ଛାଡି ଚାଲିଗଲେ appeared first on Dharitri Odia News.