ମାତ୍ର ୫୦ ରନ୍ରେ ପାଭିଲିୟନକୁ ଫେରିଲେ ଭାରତର ଅଧା ଟିମ୍
ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପର୍ଥରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ଭାରତକୁ ପ୍ରାରମ୍ଭିକ ଝଟ୍କା ଲାଗିଛି। ୫୦ ସ୍କୋରରେ ଭାରତ ୫ଟି ଉଇକେଟ୍ ହରାଇଛି। ଯଶସ୍ବୀ ଜୟସ୍ବାଲ ଏବଂ ଦେବଦତ୍ତ ପଡିକଲ ଖାତା ଖୋଲି ନ ପାରି କେଏଲ ରାହୁଲ ୨୬ ରନ ଏବଂ ବିରାଟ କୋହଲି ୫ ରନ ସ୍କୋର କରିଥିଲେ। […] The post ମାତ୍ର ୫୦ ରନ୍ରେ ପାଭିଲିୟନକୁ ଫେରିଲେ ଭାରତର ଅଧା ଟିମ୍ appeared first on Dharitri Odia News.
ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପର୍ଥରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ଭାରତକୁ ପ୍ରାରମ୍ଭିକ ଝଟ୍କା ଲାଗିଛି। ୫୦ ସ୍କୋରରେ ଭାରତ ୫ଟି ଉଇକେଟ୍ ହରାଇଛି। ଯଶସ୍ବୀ ଜୟସ୍ବାଲ ଏବଂ ଦେବଦତ୍ତ ପଡିକଲ ଖାତା ଖୋଲି ନ ପାରି କେଏଲ ରାହୁଲ ୨୬ ରନ ଏବଂ ବିରାଟ କୋହଲି ୫ ରନ ସ୍କୋର କରିଥିଲେ। ୧୧ ରନ ସ୍କୋର କରିବା ପରେ ଧ୍ରୁଭ ଜୁରେଲ ମଧ୍ୟ ପାଭିଲିୟନକୁ ଫେରିଥିଲେ। ୱାଶିଂଟନ ସୁନ୍ଦର ଏବଂ ରିଷଭ ପନ୍ତ ଏହି କ୍ରିଜରେ ଅଛନ୍ତି।
ଏହି ସିରିଜ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ କେଉଁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିବ ତାହା ସ୍ପଷ୍ଟ ହୋଇଯିବ। ଭାରତ ଅତିକମରେ ଚାରିଟି ଟେଷ୍ଟ ଜିତିବା ଆବଶ୍ୟକ।
The post ମାତ୍ର ୫୦ ରନ୍ରେ ପାଭିଲିୟନକୁ ଫେରିଲେ ଭାରତର ଅଧା ଟିମ୍ appeared first on Dharitri Odia News.