ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା: ସହାୟତାର ହାତ ବଢାଇଲେ ମୋଦି
ଶିମ୍ଲା,୧।୮: ଆସାମ ଏବଂ କେରଳ ପରେ ବର୍ତ୍ତମାନ ହିମାଚଳ ପ୍ରଦେଶରେ ବର୍ଷା ହୋଇଛି। ଏଠାରେ କୁଲୁର ନିରମାଣ୍ଡ ବ୍ଲକ, କୁଲୁର ମଲାନା ଏବଂ ମଣ୍ଡି ଜିଲାରେ ବାଦଲ ଫଟା ବର୍ଷା ହୋଇଛି। ବାଦଲ ଫଟା ବର୍ଷା ଯୋଗୁ ଅନେକ ଘର, ବିଦ୍ୟାଳୟ ଓ ଡାକ୍ତରଖାନା କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୪୦ ଜଣ ନିଖୋଜ ଅଛନ୍ତି। ମଣ୍ଡିରେ ଗୋଟିଏ ମୃତଦେହ ମିଳିଥିବାବେଳେ ୩୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ସହାୟତାର ଭରସା ଦେଇଛନ୍ତି। ବାଦଲ […] The post ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା: ସହାୟତାର ହାତ ବଢାଇଲେ ମୋଦି appeared first on Dharitri Odia News.
ଶିମ୍ଲା,୧।୮: ଆସାମ ଏବଂ କେରଳ ପରେ ବର୍ତ୍ତମାନ ହିମାଚଳ ପ୍ରଦେଶରେ ବର୍ଷା ହୋଇଛି। ଏଠାରେ କୁଲୁର ନିରମାଣ୍ଡ ବ୍ଲକ, କୁଲୁର ମଲାନା ଏବଂ ମଣ୍ଡି ଜିଲାରେ ବାଦଲ ଫଟା ବର୍ଷା ହୋଇଛି। ବାଦଲ ଫଟା ବର୍ଷା ଯୋଗୁ ଅନେକ ଘର, ବିଦ୍ୟାଳୟ ଓ ଡାକ୍ତରଖାନା କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୪୦ ଜଣ ନିଖୋଜ ଅଛନ୍ତି। ମଣ୍ଡିରେ ଗୋଟିଏ ମୃତଦେହ ମିଳିଥିବାବେଳେ ୩୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ସହାୟତାର ଭରସା ଦେଇଛନ୍ତି।
ବାଦଲ ଫଟା ବର୍ଷା ଯୋଗୁ ମଣ୍ଡିର ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ହୋଇଯାଇଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ସଭାପତି ଜେପି ନଡା ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସହ କଥା ହୋଇ ସେଠାରେ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ସାହାଯ୍ୟ ନିଶ୍ଚିତ କରିଛନ୍ତି। ଜେପି ନଡା ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭାଜପା ରାଜ୍ୟ ସଭାପତିଙ୍କ ସହ କଥା ହୋଇ ସମସ୍ତ ଭାଜପା କର୍ମୀଙ୍କୁ ରିଲିଫ କାର୍ଯ୍ୟରେ ନିୟୋଜିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
The post ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା: ସହାୟତାର ହାତ ବଢାଇଲେ ମୋଦି appeared first on Dharitri Odia News.