ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି, ଭାଜପା କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ

ସମ୍ବଲପୁର,୨୫ା୫: ଛେଣ୍ଡିପଦା ବିଧାୟକ ଭାଜପା କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଠାରେ ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଶାନ୍ତ କୁମାର ବେହେରା ଶନିବାର ତାଙ୍କ ନିର୍ବାଚନମଣ୍ଡଳୀରେ ମତଦାନ ବେଳେ ଜଣେ ଭାଜପା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଓଡ଼ିଶାର ତୃତୀୟ ପର୍ଯ୍ୟାୟରେ ମତଦାନରେ ସମ୍ବଲପୁର ସଂସଦୀୟ ନିର୍ବାଚନମଣ୍ଡଳୀରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବାବେଳେ ବିଜେଡି ବିଧାୟକ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ସୁଶାନ୍ତ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ […] The post ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି, ଭାଜପା କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ appeared first on Dharitri Odia News.

ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି, ଭାଜପା କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ

ସମ୍ବଲପୁର,୨୫ା୫: ଛେଣ୍ଡିପଦା ବିଧାୟକ ଭାଜପା କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଠାରେ ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଶାନ୍ତ କୁମାର ବେହେରା ଶନିବାର ତାଙ୍କ ନିର୍ବାଚନମଣ୍ଡଳୀରେ ମତଦାନ ବେଳେ ଜଣେ ଭାଜପା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଓଡ଼ିଶାର ତୃତୀୟ ପର୍ଯ୍ୟାୟରେ ମତଦାନରେ ସମ୍ବଲପୁର ସଂସଦୀୟ ନିର୍ବାଚନମଣ୍ଡଳୀରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବାବେଳେ ବିଜେଡି ବିଧାୟକ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ସୁଶାନ୍ତ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ ମରୁଥିବାର ଦେଖିବାକୁ ମିଳିଥିଲା।

ଖବର ଅନୁଯାୟୀ, କୋଶଲା ପଞ୍ଚାୟତର ସିମିଲିସାହି ଗ୍ରାମରେ ଥିବା ମତଦାନ ବୁଥ ନମ୍ବର 84 ରେ ଭାଜପା କର୍ମୀ ସିଦ୍ଧାର୍ଥ ଶଙ୍କର ସାହୁଙ୍କ ଉପରେ ହିଂସାତ୍ମକ ଆକ୍ରମଣ କରିଥିଲେ। ତେବେ ଏହି ସମୟରେ ବିଧାୟକଙ୍କ ଦ୍ୱାରା ବୁଥ୍ ରଂଗିକୁ ବିରୋଧ କରାଯିବା ପରେ ମତଦାନ ଚାଲିଥିଲା।

 

The post ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି, ଭାଜପା କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ appeared first on Dharitri Odia News.