ଓଡ଼ିଶାବାସୀଙ୍କୁ ୧୯,୬୦୦ କୋଟି ଟଙ୍କା ପ୍ରକଳ୍ପ ଭେଟିଦେଲେ ମୋଦି
ଭୁବନେଶ୍ୱର,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯାଇଥିଲେ। ସେଠାରେ ଅନୁଷ୍ଠିତ ଲୋକାର୍ପଣ ଓ ଶିଳାନ୍ୟାସ ଆଦି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଚଣ୍ଡିଖୋଲରେ ୧୯,୬୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। The post ଓଡ଼ିଶାବାସୀଙ୍କୁ ୧୯,୬୦୦ କୋଟି ଟଙ୍କା ପ୍ରକଳ୍ପ ଭେଟିଦେଲେ ମୋଦି appeared first on Dharitri Odia News.
ଭୁବନେଶ୍ୱର,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯାଇଥିଲେ। ସେଠାରେ ଅନୁଷ୍ଠିତ ଲୋକାର୍ପଣ ଓ ଶିଳାନ୍ୟାସ ଆଦି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଚଣ୍ଡିଖୋଲରେ ୧୯,୬୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।
The post ଓଡ଼ିଶାବାସୀଙ୍କୁ ୧୯,୬୦୦ କୋଟି ଟଙ୍କା ପ୍ରକଳ୍ପ ଭେଟିଦେଲେ ମୋଦି appeared first on Dharitri Odia News.