ଆମେରିକାର ୨ ନାବିକ ସମୁଦ୍ରରେ ନିଖୋଜ

ଓ୍ବାଶିଂଟନ,୧୪।୧: ଆମେରିକା ନାଭି ସିଲ୍‌ର ୨ ଜଣ ସଦସ୍ୟ ସୋମାଲିଆ ଉପକୂଳରୁ ନିଖୋଜ ହୋଇଯାଇଛନ୍ତି। ଜାହାଜରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ ସିଡ଼ିରୁ ଖସିପଡ଼ି ସମୁଦ୍ରରେ ନିଖୋଜ ହୋଇଯାଇଥିଲେ। ଉକ୍ତ ଅଞ୍ଚଳରେ ତଲାସି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ୟେମେନ୍‌ର ହୋଉଥି ଆତଙ୍କବାଦୀଙ୍କ ସହ ନିକଟରେ ହୋଇଥିବା ଲଢ଼େଇ ସହ ଏହି ଦୁର୍ଘଟଣାର କୌଣସି ସମ୍ପର୍କ ନ ଥିବା ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି। ନାବିକମାନେ ଆଡେନ୍‌ ଉପସାଗରରେ ନିଖୋଜ ହୋଇଥିବାବେଳେ ତଲାସି ଅଭିଯାନ […] The post ଆମେରିକାର ୨ ନାବିକ ସମୁଦ୍ରରେ ନିଖୋଜ appeared first on Dharitri Odia News.

ଆମେରିକାର ୨ ନାବିକ ସମୁଦ୍ରରେ ନିଖୋଜ

ଓ୍ବାଶିଂଟନ,୧୪।୧: ଆମେରିକା ନାଭି ସିଲ୍‌ର ୨ ଜଣ ସଦସ୍ୟ ସୋମାଲିଆ ଉପକୂଳରୁ ନିଖୋଜ ହୋଇଯାଇଛନ୍ତି। ଜାହାଜରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ ସିଡ଼ିରୁ ଖସିପଡ଼ି ସମୁଦ୍ରରେ ନିଖୋଜ ହୋଇଯାଇଥିଲେ।

ଉକ୍ତ ଅଞ୍ଚଳରେ ତଲାସି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ୟେମେନ୍‌ର ହୋଉଥି ଆତଙ୍କବାଦୀଙ୍କ ସହ ନିକଟରେ ହୋଇଥିବା ଲଢ଼େଇ ସହ ଏହି ଦୁର୍ଘଟଣାର କୌଣସି ସମ୍ପର୍କ ନ ଥିବା ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି। ନାବିକମାନେ ଆଡେନ୍‌ ଉପସାଗରରେ ନିଖୋଜ ହୋଇଥିବାବେଳେ ତଲାସି ଅଭିଯାନ ଆରମ୍ଭ ହୋଇଛି।

ନିଖୋଜ ନାଭି ସିଲ୍‌ ସଦସ୍ୟଙ୍କ ପରିଚୟ ମିଳି ନ ଥିବାବେଳେ ସେମାନେ କେଉଁ ଜାହାଜରେ ଚଢ଼ିବାକୁ ଉଦ୍ୟମ କରୁଥିଲେ ଏବଂ କାହିଁକି ଉଦ୍ୟମ କରୁଥିଲେ ତାହା ସ୍ପଷ୍ଟ ହୋଇନାହିଁ। ସୋମାଲିଆ ଉପକୂଳରେ ଏକ ସନ୍ଦିଗ୍ଧ ଜାହାଜ ନିକଟରେ ପହଞ୍ଚିବା ପାଇଁ ନାଭି ସିଲ୍‌ ଟିମ୍‌ ସଦସ୍ୟ ବାହାରିଥିଲେ ବୋଲି ପେଣ୍ଟାଗନ୍‌ର ଜଣେ ଅଧିକାରୀ କହିଛନ୍ତି।

The post ଆମେରିକାର ୨ ନାବିକ ସମୁଦ୍ରରେ ନିଖୋଜ appeared first on Dharitri Odia News.