ହମାସ୍‌ ଶୀର୍ଷନେତା ୟାହୟା ସିନ୍‌ଓ୍ବର ନିହତ: ସ୍ପଷ୍ଟ କଲା ଇସ୍ରାଏଲ୍‌

ଦେଇର୍‌ ଅଲ୍‌-ବଲାହ, ୧୭ା୧୦: ଗାଜାରେ ଇସ୍ରାଏଲୀ ସେନାର ଆକ୍ରମଣରେ ହମାସ୍‌ର ଶୀର୍ଷନେତା ୟାହୟା ସିନ୍‌ଓ୍ବରଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍‌ କର୍ତ୍ତୃପକ୍ଷ ଏନେଇ ଗୁରୁବାର ରାତିରେ ସ୍ପଷ୍ଟ କରିଛନ୍ତି। ଇସ୍ରାଏଲ୍‌ ସେନାର ସୂଚନା ଅନୁଯାୟୀ, ଗାଜା ଆକ୍ରମଣ ସମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ସିନ୍‌ଓ୍ବର ଥିବା ନେଇ ସନ୍ଦେହ କରାଯାଉଥିଲା। ଡିଏନ୍‌ଏ ପରୀକ୍ଷାରୁ ଜଣେ ମୃତକ ହମାସ୍‌ ନେତା ସିନ୍‌ଓ୍ବର ବୋଲି ସ୍ପଷ୍ଟ ହୋଇଛି। ତେବେ ଶୀର୍ଷ ନେତାଙ୍କ ମୃତ୍ୟୁ ନେଇ ହମାସ୍‌ […] The post ହମାସ୍‌ ଶୀର୍ଷନେତା ୟାହୟା ସିନ୍‌ଓ୍ବର ନିହତ: ସ୍ପଷ୍ଟ କଲା ଇସ୍ରାଏଲ୍‌ appeared first on Dharitri Odia News.

ହମାସ୍‌ ଶୀର୍ଷନେତା ୟାହୟା ସିନ୍‌ଓ୍ବର ନିହତ: ସ୍ପଷ୍ଟ କଲା ଇସ୍ରାଏଲ୍‌

ଦେଇର୍‌ ଅଲ୍‌-ବଲାହ, ୧୭ା୧୦: ଗାଜାରେ ଇସ୍ରାଏଲୀ ସେନାର ଆକ୍ରମଣରେ ହମାସ୍‌ର ଶୀର୍ଷନେତା ୟାହୟା ସିନ୍‌ଓ୍ବରଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍‌ କର୍ତ୍ତୃପକ୍ଷ ଏନେଇ ଗୁରୁବାର ରାତିରେ ସ୍ପଷ୍ଟ କରିଛନ୍ତି।

ଇସ୍ରାଏଲ୍‌ ସେନାର ସୂଚନା ଅନୁଯାୟୀ, ଗାଜା ଆକ୍ରମଣ ସମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ସିନ୍‌ଓ୍ବର ଥିବା ନେଇ ସନ୍ଦେହ କରାଯାଉଥିଲା। ଡିଏନ୍‌ଏ ପରୀକ୍ଷାରୁ ଜଣେ ମୃତକ ହମାସ୍‌ ନେତା ସିନ୍‌ଓ୍ବର ବୋଲି ସ୍ପଷ୍ଟ ହୋଇଛି। ତେବେ ଶୀର୍ଷ ନେତାଙ୍କ ମୃତ୍ୟୁ ନେଇ ହମାସ୍‌ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।

୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ୍‌ ଉପରେ ହମାସ ଆକ୍ରମଣ ଯୋଜନାର ଅନ୍ୟତମ ମୁଖ୍ୟ ଥିଲେ ସିନ୍‌ଓ୍ବର। ଗାଜା ଆକ୍ରମଣ କରିବା ଆରମ୍ଭରୁ ଇସ୍ରାଏଲ୍‌ ତାଙ୍କୁ ହତ୍ୟା କରିବା ପାଇଁ ସଂକଳ୍ପ ନେଇଥିଲା।

ସିନ୍‌ଓ୍ବରଙ୍କ ମୃତ୍ୟୁ ହମାସ୍‌ ପାଇଁ ଏହା ବଡ଼ ଝଟକା। କାରଣ ବହୁବର୍ଷ ଧରି ଗାଜା ଷ୍ଟ୍ରିପ୍‌ରେ ସେ ହମାସ୍‌ର ଶୀର୍ଷ ନେତା ରହିବା ସହ ଏହାର ସାମର୍ଥ୍ୟ ବଢ଼ାଇଥିଲେ। ତାଙ୍କ ମୃତ୍ୟୁ ଇସ୍ରାଏଲ୍‌ ସେନା ପାଇଁ ଏକ ବଡ଼ ସାମରିକ ଏବଂ ନୈତିକ ସଫଳତା ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ କାଟ୍‌ଜ କହିଛନ୍ତି। ତାଙ୍କ ମୃତ୍ୟୁ ପରେ ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲୀମାନଙ୍କୁ ତୁରନ୍ତ ମୁକ୍ତ କରାଯାଇପାରେ ବୋଲି ଆଶା କରାଯାଉଛି।

The post ହମାସ୍‌ ଶୀର୍ଷନେତା ୟାହୟା ସିନ୍‌ଓ୍ବର ନିହତ: ସ୍ପଷ୍ଟ କଲା ଇସ୍ରାଏଲ୍‌ appeared first on Dharitri Odia News.