ବିଜେଡିରେ ହଲଚଲ! ନବୀନଙ୍କ ବଡ଼ ଆକ୍ସନ…

ଭୁବନେଶ୍ୱର,୩୦।୯: ବିଜେଡି କଳି ଏବେ ତେଜିବାରେ ଲାଗିଛି। ବିଜେଡି କଳି ଉଗ୍ର ରୂପ ନେବା ପରେ ବିଜେଡି ସୁପ୍ରିମୋ ଆକ୍ସନ ନେଇଛନ୍ତି। ଏନେଇ ୪ ଜଣଙ୍କୁ ନୋଟିସ ପଠାଯାଇଛି। ୨ ନେତା ଓ ୨ କର୍ପୋରେଟରଙ୍କୁ ସୋ-କଜ ନୋଟିସ ପଠାଯାଇଛି । ଅମରେଶ ଜେନା, ବିରଞ୍ଚି ମହାସୂପକାର, ବିବେକ ସ୍ବାଇଁ ଏବଂ ରାଜେଶ ପାତ୍ରଙ୍କୁ ଦଳରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ନୋଟିସ ପଠାଯାଇଛି। ଏହି ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି ଜିଲା ସଭାପତି ସୁଶାନ୍ତ […] The post ବିଜେଡିରେ ହଲଚଲ! ନବୀନଙ୍କ ବଡ଼ ଆକ୍ସନ… appeared first on Dharitri Odia News.

ବିଜେଡିରେ ହଲଚଲ! ନବୀନଙ୍କ ବଡ଼ ଆକ୍ସନ…

ଭୁବନେଶ୍ୱର,୩୦।୯: ବିଜେଡି କଳି ଏବେ ତେଜିବାରେ ଲାଗିଛି। ବିଜେଡି କଳି ଉଗ୍ର ରୂପ ନେବା ପରେ ବିଜେଡି ସୁପ୍ରିମୋ ଆକ୍ସନ ନେଇଛନ୍ତି। ଏନେଇ ୪ ଜଣଙ୍କୁ ନୋଟିସ ପଠାଯାଇଛି।

୨ ନେତା ଓ ୨ କର୍ପୋରେଟରଙ୍କୁ ସୋ-କଜ ନୋଟିସ ପଠାଯାଇଛି । ଅମରେଶ ଜେନା, ବିରଞ୍ଚି ମହାସୂପକାର, ବିବେକ ସ୍ବାଇଁ ଏବଂ ରାଜେଶ ପାତ୍ରଙ୍କୁ ଦଳରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ନୋଟିସ ପଠାଯାଇଛି। ଏହି ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି ଜିଲା ସଭାପତି ସୁଶାନ୍ତ ରାଉତ। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଚିବ, ବିଜୁ ଯୁବ ଜନତା ଦଳର ସଭାପତିଙ୍କୁ ବି ନୋଟିସ। ୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ।

ଅଶୋକ ଓ ଅନନ୍ତଙ୍କ ସମର୍ଥକ କର୍ପୋରେଟର ସୋମବାର ଗୋଟିଏ ବସରେ ସମସ୍ତେ ପୁରୀ ଲୋକନାଥ ଦର୍ଶନ ପାଇଁ ଯାଇଛନ୍ତି। ହେଲେ ଏମାନଙ୍କ ସହ ବିରଞ୍ଚି ଏବଂ ଅମରେଶ ଜେନାଙ୍କ ଗୋଷ୍ଠୀ ଯାଇ ନାହାନ୍ତି। ଶୁକ୍ରବାର ଗୋଟିଏ ପଟେ ବିଏମସି କର୍ପୋରେସନ ବୈଠକ ଚାଲିଥିବାବେଳେ ଅନ୍ୟପଟେ କର୍ପୋରେସନ ବୈଠକ ବସିଥିଲା। ସବୁଠାରୁ ବଡ଼ କଥା ହେଉଛି ଏହି କର୍ପୋରେସନ ବୈଠକକୁ ବିଜେଡିର ପ୍ରାୟ ୪୦ ଜଣ କର୍ପୋରେଟର ଯାଇ ନ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଉ ଏକ ସ୍ଥାନରେ ଏକାଠି ବସିଥିଲେ। ଏତେ ସଂଖ୍ୟାରେ କର୍ପେରେଟର ବିଏମ୍ସି ବେଠକକୁ ନ ଆସିବା ଏକ ବିଦ୍ରୋହର ସଂଙ୍କେତ ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ବିଏମସି କର୍ପୋରେସନ ବୈଠକରେ ଅଧାରୁ ଅଧିକ କର୍ପୋରେଟର ଯୋଗ ନଦେଇ ସମାନ୍ତରାଳ ଭାବେ ବେଠକ କରିବା ଦଳୀୟ କନ୍ଦଳ ଆଡ଼କୁ ଇସାରା କରୁଛି।

The post ବିଜେଡିରେ ହଲଚଲ! ନବୀନଙ୍କ ବଡ଼ ଆକ୍ସନ… appeared first on Dharitri Odia News.