ଦାଦାବଟି ନ ଦେବାରୁ ଦୋକାନରେ ଲଗାଇଲେ ନିଆଁ
ଭୁବନେଶ୍ୱର,୧୮।୯(ସତ୍ୟଜିତ୍ ରାଉତ): ପ୍ରଥମେ ଦାଦା ବଟି ମାଗିଲେ। ନ ଦେବାରୁ ପାନ ଦୋକାନରୁ ଚୋରି କରି ନିଆଁ ଲଗାଇଦେଲେ। ଏଭଳି ଏକ ଘଟଣାରେ ଲକ୍ଷ୍ମୀସାଗର ପୋଲିସ ଏୟାରଫିଲ୍ଡ ଥାନା ଅଞ୍ଚଳରେ ରହୁଥିବା ମୁରଲୀଧର ପଣ୍ଡାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ନବକିଶୋର ନାୟକ ପ୍ରଜାପତି ମଣ୍ଡପ ନିକଟରେ ଏକ କ୍ୟାବିନ୍ରେ ପାନ ଓ ଚା’ ଆଦି ବିକ୍ରି କରୁଛନ୍ତି। […] The post ଦାଦାବଟି ନ ଦେବାରୁ ଦୋକାନରେ ଲଗାଇଲେ ନିଆଁ appeared first on Dharitri Odia News.
ଭୁବନେଶ୍ୱର,୧୮।୯(ସତ୍ୟଜିତ୍ ରାଉତ): ପ୍ରଥମେ ଦାଦା ବଟି ମାଗିଲେ। ନ ଦେବାରୁ ପାନ ଦୋକାନରୁ ଚୋରି କରି ନିଆଁ ଲଗାଇଦେଲେ। ଏଭଳି ଏକ ଘଟଣାରେ ଲକ୍ଷ୍ମୀସାଗର ପୋଲିସ ଏୟାରଫିଲ୍ଡ ଥାନା ଅଞ୍ଚଳରେ ରହୁଥିବା ମୁରଲୀଧର ପଣ୍ଡାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ନବକିଶୋର ନାୟକ ପ୍ରଜାପତି ମଣ୍ଡପ ନିକଟରେ ଏକ କ୍ୟାବିନ୍ରେ ପାନ ଓ ଚା’ ଆଦି ବିକ୍ରି କରୁଛନ୍ତି। ରବିବାର ଅପରାହ୍ନ ପ୍ରାୟ ୪ଟା ବେଳେ ନବକିଶୋରଙ୍କ ଦୋକାନକୁ ଆସି ମୁରଲୀଧର ଦାଦାବଟି ମାଗିଥିଲେ। ଟଙ୍କା ଦେବାକୁ ମନା କରିବାରୁ ମୁରଲୀଧର ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରି ଦୋକାନରେ ନିଆଁ ଲଗାଇଦେବାକୁ ଧମକ ଦେଇଥିଲେ। ଏହାର ପରଦିନ ସୋମବାର ଭୋର ପ୍ରାୟ ୪ଟା ସମୟରେ ମୁରଲୀଧର ଉକ୍ତ ଦୋକାନରୁ କିଛି ସାମଗ୍ରୀ ଚୋରି କରିବା ସହ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଦୋକାନରେ ନିଆଁ ଲାଗିଥିବା ଜାଣି ନବକିଶୋର ତୁରନ୍ତ ଆସି ନିଆଁକୁ ଲିଭାଇ ଦେଇଥିଲେ। ଏନେଇ ନବକିଶୋରଙ୍କ ପକ୍ଷରୁ ଥାନାରେ ଏତଲା ହେବା ପରେ ପୋଲିସ ଏକ ମାମଲା (ନଂ.୫୦୦/୨୦୨୪) ରୁଜୁ କରି ତଦନ୍ତ କରିଥିଲା। ପୋଲିସ ଟିମ୍ ଅଭିଯୁକ୍ତ ମୁରଲୀଧରଙ୍କୁ ଝାରପଡ଼ା ଓଭରବ୍ରିଜ ଅଞ୍ଚଳରୁ ଗିରଫ କରିଥିଲା। ମୁରଲୀଧରଙ୍କ ନାମରେ ପୂର୍ବରୁ ଏୟାରଫିଲ୍ଡ ଏବଂ ଲକ୍ଷ୍ମୀସାଗର ଥାନାରେ ଗୋଟିଏ ଲେଖାଏ ମାମଲା ଥିବା ଜଣାପଡ଼ିଛି।
The post ଦାଦାବଟି ନ ଦେବାରୁ ଦୋକାନରେ ଲଗାଇଲେ ନିଆଁ appeared first on Dharitri Odia News.