ଯାଜପୁରରେ ଝାଡ଼ାବାନ୍ତି ସ୍ଥିତିକୁ ନେଇ ସରକାରୀ ଅଧିକାରୀ, କର୍ମଚାରୀଙ୍କ ଛୁଟି ବାତିଲ, ଜାଣନ୍ତୁ କେବେ ଯାଏ
ଯାଜପୁର,୧୩।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଝାଡ଼ାବାନ୍ତି ଆତଙ୍କୁ ନେଇ ଜିଲାରେ ଛୁଟି ବାତିଲ କରିଯାଇଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୧୪ ତାରିଖ ରୁ ୧୬ ତାରିଖ ଯାଏଁ ଛୁଟି ବାତିଲ ହୋଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଦିଆଯାଇଥିବା ଛୁଟି ମଧ୍ୟ ବାତିଲ ହୋଇଛି । ସମସ୍ତ ସରକାରୀ ଅଫିସ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି […] The post ଯାଜପୁରରେ ଝାଡ଼ାବାନ୍ତି ସ୍ଥିତିକୁ ନେଇ ସରକାରୀ ଅଧିକାରୀ, କର୍ମଚାରୀଙ୍କ ଛୁଟି ବାତିଲ, ଜାଣନ୍ତୁ କେବେ ଯାଏ appeared first on Dharitri Odia News.
ଯାଜପୁର,୧୩।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଝାଡ଼ାବାନ୍ତି ଆତଙ୍କୁ ନେଇ ଜିଲାରେ ଛୁଟି ବାତିଲ କରିଯାଇଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୧୪ ତାରିଖ ରୁ ୧୬ ତାରିଖ ଯାଏଁ ଛୁଟି ବାତିଲ ହୋଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଦିଆଯାଇଥିବା ଛୁଟି ମଧ୍ୟ ବାତିଲ ହୋଇଛି । ସମସ୍ତ ସରକାରୀ ଅଫିସ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଯାଜପୁରରେ ସୋମବାର ରାତିରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି । ଝାଡ଼ାବାନ୍ତିରେ ଆଉ ୨ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଯାଇଥିବା ବେଳେ ଦାନଗଦି ଓ ଧର୍ମଶାଳାରେ ସ୍ଥିତି ଉଦ୍ବେଗଜନକ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୫୦ରୁ ଊର୍ଦ୍ଧ୍ୱ ରୋଗୀ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।
ଅନ୍ୟପକ୍ଷେ ସ୍ବାସ୍ଥ୍ୟ ସଚିବ ଆଶ୍ୱଥି ଏସ୍ ଯାଜପୁର ଜିଲା ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାରେ ବ୍ୟାପୁଥିବା ଡାଏରିଆରର କାରଣ ଖୋଜିବା ପାଇଁ ଏକ ବିଶେଷଜ୍ଞ ଦଳ ପଠାଯାଇଛି। ଏଥିରେ ଆଇଡିଏସପିର ଇଭେଣ୍ଟ୍ ଡାଇରେକ୍ଟର, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କର୍ମକର୍ତ୍ତା ଓ ଅନ୍ୟ କର୍ମକର୍ତ୍ତା ସାମିଲ ହୋଇଛନ୍ତି। ଏହି ଟିମ୍ ଯାଜପୁର ଜିଲାର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସେଠାକାର ସ୍ବାସ୍ଥ୍ୟ ସୁବିଧା ବିଷୟରେ ପଚାରି ବୁଝିଛନ୍ତି।
ଜିଲାର ଯେଉଁ ଲୋକମାନେ ଚିକିତ୍ସାଳୟରେ ପହଞ୍ଚି ପାରୁନାହାନ୍ତି ସେମାନଙ୍କ ନିକଟକୁ ମୋବାଇଲ୍ ହେଲପ ୟୁନିଟ୍କୁ ପଠାଯିବାର ବ୍ୟବସ୍ଥା କରାଯାଇଛି। ଅଧିକ ମାତ୍ରାରେ ରୋଗୀ ଚିହ୍ନଟ ହେଲେ ଜିଲା ବାହାରୁ ଟିମ୍ ନିୟୋଜିତ କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ ପ୍ରକାଶ କରିଛନ୍ତି।
ପ୍ରତ୍ୟେକ ପଞ୍ଚାୟତର ଜଳଉତ୍ସଗୁଡିକୁ ପ୍ରତିସଂକ୍ରମଣ କରାଯିବ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କୋରେଇ, ବ୍ୟାସନଗର ଓ ଧର୍ମଶାଳା ଅଞ୍ଚଳରୁ ଅଧିକାଂଶ ରୋଗୀ ଚିକିତ୍ସା ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ବେଳେ ଯାଜପୁର ଅଞ୍ଚଳର କିଛି ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
The post ଯାଜପୁରରେ ଝାଡ଼ାବାନ୍ତି ସ୍ଥିତିକୁ ନେଇ ସରକାରୀ ଅଧିକାରୀ, କର୍ମଚାରୀଙ୍କ ଛୁଟି ବାତିଲ, ଜାଣନ୍ତୁ କେବେ ଯାଏ appeared first on Dharitri Odia News.